କରୋନା: ଆପଣ ହାତ ଧୋଇବା ବେଳେ ପ୍ରିୟାଙ୍କା ଚୋପ୍ରା ଓ ପତି ନିକ୍ ବନେଇଥିବା ଏହି ଗୀତଟି ଗାଇ ପାରିବେ

ନିଜ ପ୍ରଶଂସକମାନଙ୍କୁ ୨୦ ସେକେଣ୍ଡ୍ ପାଇଁ ନିୟମିତ ସାବୁନରେ ହାତ ଧୋଇବାରେ ସାହାଯ୍ୟ କରିବା ପାଇଁ ବଲିଉଡ୍ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ପତି ନିକ୍ ଜୋନାସ୍ ମିଶି ଗୋଟେ ଗୀତ ବନେଇଛନ୍ତି ।

କରୋନା: ଆପଣ ହାତ ଧୋଇବା ବେଳେ ପ୍ରିୟାଙ୍କା ଚୋପ୍ରା ଓ ପତି ନିକ୍ ବନେଇଥିବା ଏହି ଗୀତଟି ଗାଇ ପାରିବେ
ପ୍ରିୟାଙ୍କା ଚୋପ୍ରା ଓ ପତି ନିକ୍ ଜୋନାସ୍
  • News18 Odia
  • Last Updated: March 26, 2020, 2:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ଭାଇରସର ବିସ୍ତାର ଓ ଏହାର ମୁକାବିଲା କରିବାର ଉପାୟ ବିଷୟରେ ନିଜ ପ୍ରଶଂସକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବଲିଉଡ୍‌ ଅଭିନେତ୍ରୀ ପ୍ରିୟାଙ୍କା ଚୋପ୍ରା ଓ ତାଙ୍କ ପତି ନିକ୍‌ ଜୋନାସ୍ ବିଭିନ୍ନ ପ୍ରୟାସ କରୁଛନ୍ତି । ପ୍ରଶଂସକମାନଙ୍କ ମଧ୍ୟରେ ନିୟମିତ ଭାବରେ ଭିଡିଓ ବାର୍ତ୍ତା ବାଣ୍ଟିବା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଡାକ୍ତରଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍ ଅଧିବେଶନ କରାଇବା ପରେ ପ୍ରିୟଙ୍କା ଏବେ ‘ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ’ (ନିରାପଦ ହାତ ଟ୍ୟାଲେଞ୍ଜ୍‌) ଗ୍ରହଣ କରିଛନ୍ତି ।

ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜକୁ ଅଧିକ ଆକର୍ଷଣୀୟ କରି ପ୍ରିୟାଙ୍କା ନିଜ ପତିଙ୍କ ସହ ଏକ ଗୀତ ଲେଖିଛନ୍ତି, ଯାହାକୁ ଆପଣ ହାତ ଧୋଇବା ସମୟରେ ଗାଇ ପାରିବେ । “ତୁମେ ଯେଉଁଠାରେ ଅଛ, ହାତ ଧୁଅ; ତୁମେ ଯିଏ ହୁଅନା କାହିଁକି, ହାତ ଧୁଅ; ଏହା କରିବାରେ ଭାରି ସରଳ । ଆସ ମୋ’ ପାଇଁ ଆଉ ତୁମ ନିଜ ପାଇଁ ଏହା କରିବା । ତୁମେ ଯିଏ ହୁଅ ନା କାହିଁକି ହାତ ଧୁଅ,” ପ୍ରିୟଙ୍କା ଭିଡିଓରେ ଗୀତ ଗାଉଛନ୍ତି।

ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, "ମୁଁ #SafeHands ଚ୍ୟାଲେଞ୍ଜ ଗ୍ରହଣ କରିଛି । ଗତ କାଲି ଆମର ଇନଷ୍ଟାଗ୍ରାମ୍‌ ଲାଇଭ୍ ଚାଟରେ ଆସିଥିବା ଗୋଟିଏ ମୁଖ୍ୟ କଥା ହେଉଛି ହାତକୁ ସଠିକ୍ ଭାବରେ ଧୋଇବାରେ ଗୁରୁତ୍ୱ ଦେବା । ଏହା ଏକ ସରଳ କାର୍ଯ୍ୟ, ଯାହା ଜୀବନ ରକ୍ଷା କରିବାରେ ଓ କରୋନା ଭାଇରସ ସଂକ୍ରମଣର ଗ୍ରାଫକୁ ତଳକୁ ଖସାଇ ପାରିବ । ଏଇଠି ଗୋଟେ ଗୀତ ଅଛି ଯାହା ଆପଣଙ୍କ ଅତି କମରେ ୨୦ ସେକେଣ୍ଡ ପାଇଁ ହାତ ଧୋଇବା ନିଶ୍ଚିତ କରିବ ।’’




‘ସେଫ ହ୍ୟାଣ୍ଡସ’ ଚ୍ୟାଲେଞ୍ଜ ପାଇଁ ପ୍ରିୟଙ୍କା ନିକ ଜୋନାସ, ଅମିତାଭ ବଚ୍ଚନ, ପରିଣୀତି ଚୋପ୍ରା, କେଟ୍ ବୋସୱର୍ଥ ଓ ମିଣ୍ଡି କାଲିଙ୍ଗଙ୍କୁ ମଧ୍ୟ ମନୋନୀତ କରିଛନ୍ତି । ଖାଲି ଏତିକି ନୁହେଁ, ପ୍ରିୟଙ୍କା ତାଙ୍କ ପ୍ରଶଂସକମାନଙ୍କୁ COVID-19 ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ଦାନ କରିବାକୁ ଓ ଏହାକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।

‘‘ସାଥୀଗଣ, ଆସନ୍ତୁ ଆମର କର୍ତ୍ତବ୍ୟ ପାଳନ କରି WHOକୁ (ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ) ଦାନ କରିବା ଓ କରୋନା ଭାଇରସ ସଂକ୍ରମଣର ଗ୍ରାଫକୁ ତଳକୁ ଆଣିବାରେ ସାହାଯ୍ୟ କରିବା । ଏଥି ପାଇଁ ଲିଙ୍କ୍ ମୋ’ ବାୟୋରେ ଅଛି । ଦୟାକରି ନିମ୍ନରେ ନିଜ ବନ୍ଧୁ ଓ ପରିବାର ଲୋକଙ୍କୁ ଟ୍ୟାଗ୍ କରନ୍ତୁ ଯେଉଁମାନେ ଉତ୍ତର ଓ କାର୍ଯ୍ୟ ପଦକ୍ଷେପ ଲୋଡ଼ୁଛନ୍ତି । ଡଃ ଟେଡ୍ରୋସ୍ ଓ ଡଃମାରିଆଙ୍କୁ ସମୟ ଦେଇଥିବା ପାଇଁ ଧନ୍ୟବାଦ । … ସମସ୍ତେ ଦୟାକରି ଦାୟୀତ୍ୱବାନ ହୁଅନ୍ତୁ, ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ# Covid19 #Coronavirus #WorldHealthOrganization,’’ ପ୍ରିୟାଙ୍କା ଲେଖିଛନ୍ତି ।
First published: March 26, 2020, 2:10 PM IST