ଭୁବନେଶ୍ୱରରେ କରୋନା ନିୟମ ନ ମାନିବାରୁ ହସପିଟାଲ୍ ସିଲ୍ ହେଲା; ୨୭ ପଜିଟିଭ ଚିହ୍ନଟ ହୋଇଥିଲେ

ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୟୁଇଲ ହସ୍ପିଟାଲରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ରୋଗୀ ଚିହ୍ନଟ ହେବାର କାରଣ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ବୋଲି କୁହାଯାଇଛି । କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କାରଣରୁ ରାଜ୍ୟରେ ହସ୍ପିଟାଲ ସିଲ୍ ହେବାର ଏହା ପ୍ରଥମ ଘଟଣା ।

ଭୁବନେଶ୍ୱରରେ କରୋନା ନିୟମ ନ ମାନିବାରୁ ହସପିଟାଲ୍ ସିଲ୍ ହେଲା; ୨୭ ପଜିଟିଭ ଚିହ୍ନଟ ହୋଇଥିଲେ
ସମ୍ପୂର୍ଣ୍ଣ ହସ୍ପିଟାଲରେ ତାଲା ପକାଇଛି ବିଏମସି ।
  • News18 Odia
  • Last Updated: June 24, 2020, 10:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଞ୍ଚେଶ୍ୱରରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ସିଲ କରିଛି ବିଏମସି। ଗୋଟିଏ ଦିନରେ ହସ୍ପିଟାଲରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲଟି କୋଭିଡ-୧୯ ନିୟମ ମାନୁ ନ ଥିବା ଅଭିଯୋଗ ଆସିବା ପରେ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି।

ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୟୁଇଲ ହସ୍ପିଟାଲରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ରୋଗୀ ଚିହ୍ନଟ ହେବାର କାରଣ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ବୋଲି କୁହାଯାଇଛି । ତାହା ଏବେ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି । ସମ୍ପୂର୍ଣ୍ଣ ହସ୍ପିଟାଲରେ ତାଲା ପକାଇଛି ବିଏମସି । କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରିବା କାରଣରୁ ରାଜ୍ୟରେ ହସ୍ପିଟାଲ ସିଲ ହେବାର ଏହା ପ୍ରଥମ ଘଟଣା । ଏହା ପରେ କଣ୍ଟାକଟ ଟ୍ରେସିଂ ଆରମ୍ଭ କରିଛି ବିଏମସି । ତୁରନ୍ତ କାରଣ ଦର୍ଶାଅ ନୋଟିସର ଜବାବ ରଖିବାକୁ ବିଏମସି ପକ୍ଷରୁ ହସପିଟାଲକୁ କୁହାଯାଇଛି।

ଜୁନ ମାସକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରାଜଧାନୀବାସୀ । କରୋନା ସଂକ୍ରମଣ କ୍ଷେତ୍ରରେ ଦିନକୁ ଦିନ ବଢୁଛି ରୋଗୀ ସଂଖ୍ୟା । ପ୍ରବାସୀ କିମ୍ବା ବିଦେଶୀ ଫେରନ୍ତା ନୁହନ୍ତି, ବରଂ ସ୍ଥାନୀୟ ବାସିନ୍ଦାଙ୍କ କ୍ଷେତ୍ରରେ ଦେଖା ଦେଇଛି ଏହି ଭୟାବହତା। ପୂର୍ବରୁ ମୁଖ୍ୟ ମନ୍ତ୍ରୀ ଜୁନ ମାସ ନିର୍ଣ୍ଣାୟକ ହେବ ବୋଲି କହିଥିବା ସତ୍ତ୍ୱେ ଲୋକେ ସାମାଜିକ ଦୂରତ୍ୱ ନିୟମ ମାନୁ ନ ଥିବା ଦେଖାଯାଉଛି । ବିଏମସି ସୂଚନା ଅନୁଯାୟୀ ଜୁନ ମାସ ହୋଇଛି ବିପଦ। ଏହା ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇଛି।

ହସ୍ପିଟାଲ ସିଲ୍ କରିବା ନେଇ ବିଏମସି କରିଥିବା ଟ୍ୱିଟ୍


କେବଳ ଜୁନ ମାସରେ ଭୁବନେଶ୍ୱରରେ ୧୩୪ଟି ପଜିଟିଭ କେସ ଆସିଛି । ସେଥିରୁ ୬୦ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ସ୍ଥାନୀୟ ବାସିନ୍ଦାମାନଙ୍କୁ ଏବେ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ପରି ଲାଗୁଛି । ଏହା ଏବେ ଅଧିକ ବିପଦ ବଢାଇଛି । ଜୁନ ୧ରୁ ୨୪ ତାରିଖ ଯାଏଁ ପ୍ରତି ଦିନ ପଜିଟିଭ କେସ୍‌ ସାମ୍ନାକୁ ଆସୁଛି ।

‘‘ଏହାର ମୁଖ୍ୟ କାରଣ ହେଉଛି ଲକଡାଉନ କୋହଳ ହେବା ପରେ ବଢ଼ିଥିବା ଟ୍ରାଭେଲ୍‌ । କେତେକ ସମୟରେ ଟେଷ୍ଟ ରିପୋର୍ଟ ଫଲସ ନେଗେଟିଭ ବି ଆସୁଛି । ଲୋକେ ଏବେ ଏହି ମହାମାରୀକୁ ନେଇ ଦାୟିତ୍ୱହୀନ ହୋଇଛନ୍ତି । ବିନା ଲକ୍ଷଣରେ ଅନେକ ପଜିଟିଭ ବି ସାମ୍ନାକୁ ଆସୁଛି। ଏ ସବୁ କାରଣ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆମକୁ ଆହୁରି ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ।

ରାଜଧାନୀରେ ଚିହ୍ନଟ ହେଉଥିବା ପଜିଟିଭଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଛି । ବାକି କେସ ହସ୍ପିଟାଲ ସମ୍ପର୍କିତ ଓ ଲୋକାଲ । ଜୁନ ୨୪ ତାରିଖରେ ଚିହ୍ନଟ ହୋଇଥିବା ୨୨ ଜଣ ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ବାସିନ୍ଦା ଥିଲେ । ଜୁନ ୨୩ରେ ଦୁଇ ଜଣ ପଜିଟିଭ ମଧ୍ୟରୁ ଜଣେ ସ୍ଥାନୀୟ ଥିଲେ । ୨୧ ତାରିଖରେ ଜଣେ ଓ ୨୦ ତାରିଖରେ ୧୫ ଜଣ ସ୍ଥାନୀୟ ଚିହିନଟ ହୋଇଥିଲେ ।

ଅଧିକ ସ୍ଥାନୀୟ ଲୋକାଲ ସଂକ୍ରମଣ ଏବେ ବିଏମସିର ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଏକ ଘରୋଇ ହସ୍ପିଟାଲ ଦ୍ୱାରା କୋଭିଡ-୧୯ ନିୟମ ଉଲ୍ଲଙ୍ଘନକୁ ଗୁରୁତ୍ୱର ସହ ନେଇଛି ବିଏମସି । ଜୁନ ମାସରେ ଏତେ ମାତ୍ରାରେ ଲୋକାଲ କେସ ବାହାରିବା ଜୁଲାଇ ମାସ ପାଇଁ ବିପଦ ଆଣିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: 

ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
First published: June 24, 2020, 10:46 PM IST
corona virus btn
corona virus btn
Loading