ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବ ନାହିଁ ଘରୋଇ ବସ୍; ପରିବହନ କର୍ମଚାରୀ ରୁଷିଲେ

ବସ୍ ମାଲିକମାନେ ରାଜି ହେବା ପରେ ଏବେ ପରିବହନ କର୍ମଚାରୀ ସଙ୍ଘ ରୁଷି ବସିଛି । ସରକାରଙ୍କ ଆଗରେ କରୋନା ଭାଇରସ୍ ସମ୍ପର୍କୀୟ କେତେକ ଦାବି ରଖି ଗୁରୁବାର ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବ ନାହିଁ ଘରୋଇ ବସ୍; ପରିବହନ କର୍ମଚାରୀ ରୁଷିଲେ
ବରମୁଣ୍ଡା ବସ ଷ୍ଟାଣ୍ଡରୁ ୧,୨୦୦ ବସ୍ ଦୈନିକ ସାରା ରାଜ୍ୟକୁ ଗଡ଼େ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଘରୋଇ ବସ ମାଲିକ ସଙ୍ଘ ପରେ ଏବେ ପରିବହନ କର୍ମଚାରୀ ସଙ୍ଘ ରାଜ୍ୟ ସରକାରଙ୍କ ପରିବହନ ବିଭାଗକୁ ଘେରିଛି । ସରକାର ଦାବି ଶୁଣୁ ନ ଥିବାରୁ ରାଜ୍ୟରେ ଆଜି ଠାରୁ ଆଉ ଗଡ଼ିବନି ଘରୋଇ ବସ୍‌ । କର୍ମଚାରୀ ଯୋଗ ଦେବେନି କାମରେ । ବରମୁଣ୍ଡାରେ ବୁଧବାର ଦିନ ହୋଇଥିବା ପରିବହନ କର୍ମଚାରୀ ସଙ୍ଘର ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ।

ନିଷ୍ପତ୍ତି ଅନୁସାରେ ଗୁରୁବାର ଠାରୁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ । ରାଜ୍ୟ ପରିବହନ କର୍ମଚାରୀ ସଙ୍ଘର ସଭାପତି ନବ କିଶୋର ମହାନ୍ତି କହିଛନ୍ତି: ‘‘ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ମାତ୍ର ୩୦ଟି ବସ୍‌ ଗଡୁଥିଲା । ସରକାର ଦାବି ଗ୍ରହଣ କରୁ ନ ଥିବାରୁ କାଲି ଠୁ କୌଣସି କର୍ମଚାରୀ ଯୋଗ ଦେବେନି। ରାଜ୍ୟର ବସରେ କାମ କରୁଥିବା ୫୬,୦୦୦ କର୍ମଚାରୀଙ୍କୁ ସରକାର ଧୋକା ଦେଇଛନ୍ତି।’’

କରୋନାରେ ଯଦି କୌଣସି ବସ କର୍ମଚାରୀ ଯଥା ଡ୍ରାଇଭର, କଣ୍ଡକ୍ଟର, ହେଲ୍ପର ବା ସୁପରଭାଇଜରଙ୍କ ମୃତ୍ୟୁ ହୁଏ ତେବେ ତାଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରାଯାଉ ଓ ତାଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଉ ବୋଲି ରାଜ୍ୟ ପରିବହନ କର୍ମଚାରୀ ସଙ୍ଘ ଦାବି କରିଛି । ତା’ ସହ ବସ୍‌ କର୍ମଚାରୀ ଯଦି ଆକ୍ରାନ୍ତ ହୁଅନ୍ତି ତେବେ ଛଅ ମାସ ଯାଏ ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ମିଳୁ ଓ ଗତ ତିନି ମାସ ହେବ କର୍ମଚାରୀ ହାତ ବାନ୍ଧି ବସିଥିବାରୁ ପ୍ରତ୍ୟେକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଓ କର୍ମଚାରୀମାନଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ ଓ ଇଏସଆଇରେ ସାମିଲ କରାଯାଉ ବୋଲି ବି ଦାବି ରଖିଛି ରାଜ୍ୟ ପରିବହନ କର୍ମଚାରୀ ସଙ୍ଘ ।

ବରମୁଣ୍ଡାରେ ପରିବହନ କର୍ମଚାରୀ ସଙ୍ଘର ବୈଠକରେ ଏହି ନିଷ୍ପତ୍ତି ହୋଇଛି ।


ସରକାର ଏହି ଦାବିଗୁଡ଼ିକ ଉପରେ ବିଚାର କରୁଛନ୍ତି, ହେଲେ କିଛି ନିଷ୍କର୍ଷ ଏ ଯାଏଁ ବାହାରି ପାରିନି । ସେଇଥି ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜଧାନୀ ପରିବହନ କର୍ମଚାରୀ ସଙ୍ଘ। ସଙ୍ଘର ସଂପାଦକ କାଳନ୍ଦୀ ମାନସିଂହ କହିଛନ୍ତି: ‘‘ଯେତେବେଳେ ବି ରାଜ୍ୟରେ ବସ ଗୁଡିକରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଦାବି ପ୍ରସଙ୍ଗରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଉଛି ସେ ଫାଇଲକୁ ନାଲି ଫିତା ତଳେ ଚାପି ଦିଆଯାଉଛି । ଆମେ ଏହାର ଘୋର ବିରୋଧ କରୁଛୁ ଓ ଆମର ଉଚିତ ଦାବି ସରକାର ମାନନ୍ତୁ ବୋଲି ଅନୁରୋଧ କରୁଛୁ ।’’

ଘରୋଇ ବସ ମାଲିକ ସଙ୍ଘ ମଧ୍ୟ ସରକାରଙ୍କୁ କଡ଼ା କାଉଣ୍ଟର କରିଛି । ‘‘କେବଳ ପ୍ରହସନ କରୁଛନ୍ତି ସରକାର । ସବୁ ଦାବିକୁ କଥାରେ ହଁ କରୁଛନ୍ତି, ମାତ୍ର କାଗଜ କଲମରେ କୌଣସି ଦାବିକୁ ଅଗ୍ରାଧିକାର ମିଳୁନି,’’ କହିଛନ୍ତି ଘରୋଇ ବସ ମାଲିକ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

କଣ୍ଡକ୍ଟର କେ. ପଣ୍ଡା କହିଛନ୍ତି: ‘‘ନା ମାଲିକ ନା ସରକାର, କେହି ବି ଆମ କଥା ବୁଝୁନାହାନ୍ତି । ଆମେ ତଳତଳିଆ କର୍ମଚାରୀ ହୋଇଥିବାରୁ ଆମ ଦାବିକୁ କେହି ବି ଗ୍ରହଣ କରୁନାହାନ୍ତି।’’

ବରମୁଣ୍ଡା ବସ ଷ୍ଟାଣ୍ଡରୁ ୧,୨୦୦ ବସ୍‌ ଦୈନିକ ସାରା ରାଜ୍ୟକୁ ଗଡ଼େ । ଗତ କିଛି ଦିନ ହେଲା ମାତ୍ର ୩୦ଟି ଚାଲୁଥିଲା । ଏବେ ତାହା ବି ବନ୍ଦ ହେଉଥିବାରୁ ଯାତ୍ରୀ ନିଶ୍ଚୟ ହଇରାଣ ହେବେ ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 3, 2020, 10:42 PM IST
corona virus btn
corona virus btn
Loading