ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍; ରୋଡ୍ ଟ୍ୟାକ୍ସ ଛାଡ଼ ହେଲା

ବସ୍ ମାଲିକମାନଙ୍କ ପାଇଁ ଏପ୍ରିଲ, ମେ ଓ ଜୁନ୍ ତିନି ମାସର ରୋଡ଼୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ଚାଲିବ ଘରୋଇ ବସ୍; ରୋଡ୍ ଟ୍ୟାକ୍ସ ଛାଡ଼ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା କାଲି (ଗୁରୁବାର) ଠାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ କରିବ । ନିଖିଳ ଓଡ଼ିଶା ବସ୍ ମାଲିକ ସଙ୍ଘର ସାଧାରଣ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । ବସ୍‌ ଚଳାଚଳ ପୁନଃ ଆରମ୍ଭ ହେଲେ ଗମନାଗମନ ଜନିତ ସମସ୍ୟା ଦୂର ହେବ ଓ ସାଧାରଣ ଲୋକଙ୍କୁ ଅନେକାଂଶରେ ଆଶ୍ୱସ୍ତି ମିଳିବ ।

ତେବେ ପରିସ୍ଥିତି ସ୍ବାଭାବିକ ହେବାକୁ ଏକ ମାସ ସମୟ ଲାଗିବ ବୋଲି ବୈଠକ ପରେ ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । କରୋନା ଭାଇରସ୍‌ ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ନିୟମ ମୁତାବକ ବସ୍‌ର ସିଟ୍‌ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ ପାଇଁ ସଙ୍ଘ ରାଜି ହୋଇଛି । ବସରେ ଯାତ୍ରା ବେଳେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରା ପୂର୍ବରୁ  ବସ୍‌କୁ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି ।

‘‘ଆଜିର ଜେନେରାଲ୍‌ ବଡ଼ି ମିଟିଂରେ ଆସନ୍ତା କାଲି ଠାରୁ ବସ୍‌ ଚାଲିବାକୁ ନିଷ୍ପତ୍ତି ହୋଇଛି । ବସ୍‌ ମାଲିକମାନେ ଜାଣନ୍ତି ଯେ ବସ୍‌ ଚାଲିଲେ ବି ଯଥେଷ୍ଟ ଲୋକ ହେବେନି, କିନ୍ତୁ ତାଙ୍କର ଏକ ସାମାଜିକ ପ୍ରତିବଦ୍ଧତା ରହିଛି । ସେମାନେ ୪୦ ଲକ୍ଷ ଟଙ୍କା ଲୋନ୍‌ ନେଇ ବସ୍‌ ଚଳାଉଛନ୍ତି । ଦୁଇ ମାସ ହେଲା ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ଭୋକରେ ଶୋଇଛନ୍ତି । ତେଣୁ ବାଧ୍ୟ ହୋଇ କଲି ଠାରୁ ଆମେ ବସ୍‌ ଚଳେଇବୁ,’’ କହିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ରାଜ୍ୟରେ ଏବେ ୧୪,୦୦୦ ବସ୍ ଚାଲୁଛି ଓ ୮,୦୦୦ ବସ୍‌ ମାଲିକ ଅଛନ୍ତି ।


ଗତ କାଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ସଙ୍ଘର ଆଲୋଚନା ସଫଳ ହୋଇଥିଲା । ଏପ୍ରିଲ, ମେ ଓ ଜୁନ୍ ତିନି ମାସର ରୋଡ଼୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ବ୍ୟାଙ୍କ ଲୋନ୍‌ ଛାଡ଼ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଜଣାଯିବ ବୋଲି ସେ କହିଥିଲେ।

ରୋଡ୍ ଟ୍ୟାକ୍ସ ଛାଡ଼ ସହ ଘରୋଇ ବସଗୁଡ଼ିକର ୬୦,୦୦୦ କର୍ମଚାରୀଙ୍କ ଇନସ୍ୟୁରାନ୍ସ କରିବାକୁ ବି ମନ୍ତ୍ରୀଙ୍କ ପାଖରେ ଦାବି କରିଥିଲା ସଙ୍ଘ । ରାଜ୍ୟରେ ଏବେ ୧୪,୦୦୦ ବସ୍ ଚାଲୁଛି ଓ  ୮,୦୦୦ ବସ୍‌ ମାଲିକ ଅଛନ୍ତି । ଏହି ବସଗୁଡ଼ିକରେ ପ୍ରତ୍ୟକ୍ଷ ଭାବେ ୬୦,୦୦୦ କର୍ମଚାରୀ କାମ କରୁଛନ୍ତି । ଲକଡାଉନ୍ ଯୋଗୁଁ ବସ୍‌ ଚଳାଚଳ ସହିତ ପରୋକ୍ଷରେ ଜଡ଼ିତ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସଙ୍ଘ କହିଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ଇଏ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି; ବଲିଉଡ ସିନେମାରେ ଅଭିନୟ ପାଇଁ ସେ ପ୍ରସ୍ତୁତ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 6:25 PM IST
corona virus btn
corona virus btn
Loading