ରାଜ୍ୟରେ ଗଡ଼ିଲା ଘରୋଇ ବସ୍, ହେଲେ ପ୍ରଥମ ଦିନର ସ୍ଥିତି ଆଶାନୁରୂପ ନ ଥିଲା

ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ଯାତ୍ରୀଙ୍କୁ ଅପେକ୍ଷା କରି କରି ସକାଳ ୮ଟା ବଦଳରେ ଦିନ ଗୋଟାଏ ବେଳେ କଟକରୁ ଭୁବନେଶ୍ବର ଯାଇଥିଲା ପ୍ରଥମ ବସ୍ । ଅନେକ ଯାତ୍ରୀ ଅପେକ୍ଷା କରି କରି କଷ୍ଟରେ ଘରକୁ ଫେରିଥିଲେ ।

ରାଜ୍ୟରେ ଗଡ଼ିଲା ଘରୋଇ ବସ୍, ହେଲେ ପ୍ରଥମ ଦିନର ସ୍ଥିତି ଆଶାନୁରୂପ ନ ଥିଲା
କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ ଠିଆହୋଇ ରହିଥିଲେ ଅନେକ ବସ୍ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୀର୍ଘ ଅଢ଼େଇ ମାସ ପରେ ରାଜ୍ୟରେ ଆରମ୍ଭ ହେଲା ଘରୋଇ ବସ ସେବା । ବସ ମାଲିକ ମହାସଙ୍ଘର ପ୍ରତିଶୃତି ମୁତାବକ କିଛି କିଛି ରୁଟରେ ବସ ମଧ୍ୟ ଚାଲିଲା । କିନ୍ତୁ ବସ ଷ୍ଟାଣ୍ଡଗୁଡିକରେ ଯାତ୍ରୀଙ୍କ ଉପସ୍ଥିତି ନଥିବାରୁ ରାଜ୍ୟର ଅଧିକାଁଶ ବସ ଷ୍ଟାଣ୍ଡରେ ବସ ସେବା ଆରମ୍ଭ ହୋଇ ପାରିଲା ନାହିଁ ।

ବିଶେଷ କରି ରାଜ୍ୟର ଅନତମ ପୁରାତନ ବସଷ୍ଟାଣ୍ଡ ବାଦାମବାଡ଼ିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବରୁ ବାଦାମବାଡ଼ିରୁ ସକାଳ ସାଢେ ୫ଟାରୁ ରାଜ୍ୟର ବିଭିନ୍ନ ରୁଟରେ ବସ ଚଲାଇବା ପାଇଁ କହୁଥିବା ବସମାଲିକ ମାନେ ମଧ୍ୟାନ୍ନ ପର୍ଯ୍ୟନ୍ତ ଗୋଟିଏ ବି ବସ ଚଲାଇ ନ ଥିଲେ । ପରୀକ୍ଷାମୂଳକ ଭାବେ ଗୋଟିଏ ବସ କିଛି ଯାତ୍ରୀଙ୍କୁ ନେଇ ଅପରାହ୍ଣରେ ଭୁବନେଶ୍ବର ଯାତ୍ରା କରିଥିଲା ।

ବସ ଚାଲିବା ଖବର ପାଇବା ପରେ ବାଦାମବାଡ଼ିରେ ହାତ ଗଣତି କିଛି ଯାତ୍ରୀଙ୍କୁ ଦେଖିବାକୁ ମିଳିଥିଲା । କିନ୍ତୁ ବସକୁ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରିବାକୁ ପଡିଥିଲା ।

ବ୍ରହ୍ମପୁରରେ ଥିବା ଗୋଟିଏ କାର ସୋ'ରୁମରେ ମୁଁ ମେକାନିକ ଭାବେ କାମ କରୁଥିବା ଜଣେ ଯାତ୍ରୀ କହିଛନ୍ତି: ‘‘ଚାରି ଦିନ ହେଲା ସୋ'ରୁମ ଖୋଲିଲାଣି, କିନ୍ତୁ ଯିବା ପାଇଁ ସୁବିଧା ନଥିବାରୁ ମୁଁ ସେଠାକୁ ଯାଇ ପାରୁନଥିଲି । ଆଜି ବସ ଚାଲିବ ବୋଲି ଜାଣି ଜଣେ ବନ୍ଧୁଙ୍କ ସହ କେନ୍ଦ୍ରାପଡ଼ାରୁ ବାଇକରେ ଆସି ବାଦମବାଡ଼ି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଛି । ଗୋଟିଏ ବି ବସ ଦେଖିବାକୁ ମିଳୁନାହିଁ, ଭାବୁଛି ପୁଣି ବାଇକ ମଗାଇ ଘରକୁ ଫେରିଯିବି ।’’

ବସ୍ ଯାତ୍ରୀଙ୍କ ଅପେକ୍ଷାରେ ଥିଲେ ଅନେକ ଅଟୋ ଚାଳକ ।


‘‘କିଛି ରୁଟରେ ଗାଡି ଚଲାଇବି ବୋଲି ଭାବି ଥିଲି । କିନ୍ତୁ ଗାଁକୁ ଯାଇଥିବା ମୋ' ଡ଼୍ରାଇଭର ଥରେ ବାହାରକୁ ଗଲେ ଆଉ ଗାଁ ଭିତରେ ଲୋକେ ପୂରାଇ ଦେବେ ନାହିଁ ବୋଲି ତାଙ୍କ ସରପଞ୍ଚ କହିବାରୁ ସେ ଆସି ପାରିଲା ନାହିଁ । ତା'ପରେ ଗୋଟିଏ ଦୁଇଟା ଲୋକଙ୍କୁ ନେଇ ମୁଁ କେମିତି ଗାଡ଼ି ଚଳାଇବି?’’ କହିଛନ୍ତି କଟକର ଜଣେ ବସ୍‌ ମାଲିକ ଅଜୟ ବାରିକ ।

କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଦିନ ତମାମ ଯାତ୍ରୀ ବସକୁ ଅପେକ୍ଷା କରି ଫେରୁଥିବା ବେଳେ ବସ ମାଲିକମାନେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାର ଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । ବସ୍‌ ଚାଲିଲେ ସହର ଭିତରେ ଯାତ୍ରୀ ପରିବହନ କରି ଦୁଇ ପଇସା ରୋଜଗାର ଆଶା କରିଥିବା ଅଟୋ ଚାଳକମାନଙ୍କୁ ଆଜି ପ୍ରଥମ ଦିନ ନିରାଶ ହେବାକୁ ପଡ଼ିଛି ।

‘‘ଆମେ ଭାବିଥିଲୁ ବସ ଚାଲିଲେ କିଛି କିଛି ଲୋକ ଯିବା ଆସିବା କରିବେ । କିନ୍ତୁ ଲୋକ ଆସିଲେ ନାହିଁ କିମ୍ବା ବସ ବି ଚାଲିଲା ନାହିଁ । ଆମ ଆଶା ଆଶାରେ ହିଁ ରହିଗଲା । ଏବେ ଭାବୁଛୁ କମ୍‌ କମ୍‌ ହେଲେ ମଧ୍ୟ ଆଗକୁ ଯାତ୍ରୀ ଆସିବେ,’’ କହିଛନ୍ତି କଟକ ଅଟୋ ଚାଳକ ସଙ୍ଘର ସହସମ୍ପାଦକ ଦେବେନ୍ଦ୍ର ପାଣିଗ୍ରାହୀ

ଆଜି ପ୍ରଥମ ଦିନରେ ଆଶାନୁରୂପଭାବେ ବସ ସେବା ଆରମ୍ଭ ହୋଇପାରିନାହିଁ । ରାଜ୍ୟର ବିଭିନ୍ନ ରୁଟରେ କିଛି କିଛି ବସ ଚାଲିଛି । ବିଶେଷ କରି କଟକ-ଭୁବନେଶ୍ବର, ପୂରୀ-କଟକ, ବାଲେଶ୍ବର-ଭୁବନେଶ୍ବର, ଝାରସୁଗୁଡା-ଭୁବନେଶ୍ବର, ଓ ଚାଳଚେର-ଅନୁଗୁଳ ରୁଟରେ ବସ ସେବା ଆରମ୍ଭ ହୋଇଥିବା ଜଣା ପଡ଼ିଛି ।

‘‘ଆମେ ଜାଣିଛୁ ଯେ ପ୍ରଥମେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହିବ । ତଥାପି ଗୋଟିଏ ଭରଷାରେ ବସ ଚଲାଇବା ଆରମ୍ଭ କରିଛୁ । ଲୋକଙ୍କ ମନରେ ବ୍ୟକ୍ତିଗତ ଗାଡ଼ି ବଦଳରେ ସର୍ବସାଧାରଣ ପରିବହନ ପ୍ରତି କେମିତି ଆଗ୍ରହ ସୃଷ୍ଟି ହେବ, ସେଥି ପାଇଁ କିଛି ବ୍ୟବସ୍ଥା କରିବା ପାଇଁ ଆମେ ରାଜ୍ୟ ସରକାରଙ୍କୁ ନିବେଦନ କରିଛୁ,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।​

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 28, 2020, 9:10 PM IST
corona virus btn
corona virus btn
Loading