ଆଶ୍ୱସ୍ତିର ଖବର: ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହେଲା; ଭଡ଼ା ବଢ଼ିବ ନାହିଁ

ରାଜ୍ୟର ସମସ୍ତ ରୁଟରେ ଗୁରୁବାର ଠାରୁ ବସ୍‌ ଚଳାଇବାକୁ ଘରୋଇ ବସ୍ ମାଲିକ ମହାସଙ୍ଘ ନିଜ ଜିଲ୍ଲା ଶାଖାଗୁଡ଼ିକୁ କହିଛି । ବୁଧବାର ରାତିରୁ ହିଁ କିଛି କିଛି ସ୍ଥାନରୁ ବସ୍‌ ଚାଲିବା ଆରମ୍ଭ ହୋଇଛି ।

ଆଶ୍ୱସ୍ତିର ଖବର: ରାଜ୍ୟରେ ଘରୋଇ ବସ୍ ଚଳାଚଳ ଆରମ୍ଭ ହେଲା; ଭଡ଼ା ବଢ଼ିବ ନାହିଁ
ବସ୍ ଭଡ଼ା ବଢିବ ନାହିଁ ବୋଲି ସ୍ପଷ୍ଟ କରିଛି ରାଜ୍ୟ ପରିବହନ କତ୍ତୃପକ୍ଷ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଶେଷରେ ବସ ଚଳାଚଳ ପାଇଁ ରାଜି ହେଲା ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘ । ଗୁରୁବାର ଠାରୁ ରାଜ୍ୟର ବିଭିନ୍ନ ରୁଟରେ ବସ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ଅଳ୍ପ କିଛି ବସ ଚଳାଇବାକୁ ଘରୋଇ ବସ ମାଲିକ ମହାସଙ୍ଘର ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟର ସମସ୍ତ ରୁଟରେ ବସ ଚଳାଇବାକୁ ମହାସଙ୍ଘ ନିଜ ଜିଲ୍ଲା ଶାଖାଗୁଡ଼ିକୁ କହିଛି । ଫଳରେ ବୁଧବାର ରାତିରୁ ହିଁ କିଛି କିଛି ସ୍ଥାନରୁ ବସ ଚାଲିବା ଆରମ୍ଭ ହୋଇଛି । ସେଥି ମଧ୍ୟରେ ରହିଛି ଫୁଲବାଣୀ । ଫୁଲବାଣୀରୁ ଭାୟା ଭୁବନେଶ୍ବର ଦେଇ କଟକ ରୁଟରେ ବସ ଆଜି ରାତିରେ ବସ ସେବା ଆରମ୍ଭ ହୋଇଛି । ଦଶରୁ ୧୫ ଦିନ ପରେ ସ୍ଥିତିକୁ ଦେଖି ରାଜ୍ୟର ସମସ୍ତ ରୁଟରେ ବସ ଚଳାଯିବ ।

‘‘ତିନି ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିବା ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି । କିନ୍ତୁ ଆମେ ଆଉ ତିନି ମାସର ଟିକସ ଛାଡ଼ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛୁ । ଏମିତି ତ ଅଢେଇ ମାସ ହେଲା ବସଗୁଡ଼ିକ ପଡ଼ି ରହିଛି । ଆଉ କେତେ ଦିନ ବନ୍ଦ କରି ରଖିବୁ? ଛଅ ମାସ ଭିତରେ ତ କରୋନା ଯିବା ଭଳି ଲାଗୁନାହିଁ । ତେଣୁ ଅନ୍ୟ ଉପାୟ ନ ପାଇ ବାଧ୍ୟବାଧକତାରେ ବସ ଚଳାଇବାକୁ ପଡ଼ୁଛି,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ ।

ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ


ବସ ମାଲିକ ମହାସଙ୍ଘ ରାଜ୍ୟ ସରକାରଙ୍କ ନିକଟରେ କରିଥିବା ଦାବିଗୁଡ଼ିକ ମଧ୍ୟରୁ କର୍ମଚାରୀମାନଙ୍କ ପାଇଁ ବୀମା ଓ ଆର୍ଥିକ ପ୍ୟାକେଜ ଘୋଷଣା କରିବା ଓ ବସର ଇନସୁରାନ୍ସକୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ଇତ୍ୟାଦି ରହିଛି । ତେବେ ଏହା ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶୃତି ମିଳିଥିବା କୁହାଯାଇଛି ।

‘‘ମୋ’ର ୨୫ ଖଣ୍ଡ ବସରୁ ତିନି ଖଣ୍ଡ କାଲି ସକାଳୁ ଚଲାଇବି । ଷ୍ଟାଫ୍ ସବୁ ଘରକୁ ଚାଲିଛନ୍ତି, ସେମାନଙ୍କୁ ଡକାଇଛି । ସେମାନେ ଆସିଲେ ଗୋଟିଏ ଗାଡ଼ି କଟକରୁ ବାରିପଦା, ଆଉ ଗୋଟିଏ କଟକରୁ ପାରାଦୀପ ଓ ତୃତୀୟଟି କଟକ-ଭୁବନେଶ୍ବର ଭିତରେ ଚଲାଇବି । ଲୋକ ହେବେ ନାହିଁ, କ୍ଷତି ସହିବି ବୋଲି ଜାଣିଛି । ତଥାପି ଗୋଟିଏ ବିଶ୍ବାସରେ ବସ ଚଲାଇବାକୁ ନିଷ୍ପତ୍ତି ନେଇଛି,’’କହିଛନ୍ତି କଟକର ବସ ମାଲିକ ଅଜୟ ବାରିକ୍ ।

ଗୋଟିଏ ବସ୍‌ କଟକରୁ ବାରିପଦା ପର୍ଯ୍ୟନ୍ତ ଗଲେ ପାଖାପାଖି ୧୫୦ ଲିଟର ବା ୧୦ ହଜାର ଟଙ୍କାର ତେଲ ଓ କର୍ମଚାରୀଙ୍କ ଦରମାକୁ ମିଶାଇ ପାଖାପାଖି ୧୨ ହଜାର ଟଙ୍କା ବସ ମାଲିକଙ୍କୁ ଖର୍ଚ୍ଚ କରିବାକୁ ପଡ଼େ । ବଡ଼ ବସ୍‌ ମାଲିକମାନେ ଯେମିତି ସେମିତି ବସ୍‌ ଚଲାଇ ପାରିବେ, କିନ୍ତୁ ଯେଉଁ ମାଲିକମାନଙ୍କର ଗୋଟିଏ ଦୁଇଟି ବସ ଥିବ ସେମାନଙ୍କ ପକ୍ଷରେ ବସ୍‌ ଚଳାଇବା ପ୍ରାଥମିକ ପର୍ଯ୍ୟାୟରେ ସମ୍ଭବ ନୁହେଁ ବୋଲି କେତେକ ବସ୍‌ ମାଲିକ କହିଛନ୍ତି ।

ବସ୍‌ ଭଡ଼ା ବଢିବ ନାହିଁ ବୋଲି ସ୍ପଷ୍ଟ କରିଛି ରାଜ୍ୟ ପରିବହନ କତ୍ତୃପକ୍ଷ । ‘‘ମାର୍ଚ୍ଚ ୨୧ ତାରିଖରେ ଶେଷ ଥର ଲାଗି ବସ ଭଡ଼ା ସଂଶୋଧିତ ହୋଇଥିଲା । ସେହି ମୁତାବକ ପୂର୍ବ ଭଳି ବିଭିନ୍ନ ସହରକୁ ଭଡ଼ା ଅପରିବର୍ତ୍ତିତ ରଖାଯାଇଛି,” କହିଛନ୍ତି ରାଜ୍ୟ ପରିବହନ କତ୍ତୃପକ୍ଷ ବା ଏସଟିଏର ଅଧ୍ୟକ୍ଷ ସଞ୍ଜୀବ ପଣ୍ଡା ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 27, 2020, 11:14 PM IST
corona virus btn
corona virus btn
Loading