ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇ ପାରେ

ଯାତ୍ରୀ ହେଉ ନ ଥିବାରୁ ବସ୍ ମାଲିକମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି । ତେଲ ଦର ବଢ଼ିବାରୁ ଭଡ଼ା ମଧ୍ୟ ବଢିଛି । ତେଣୁ ଏ ଭଳି ପରିସ୍ଥିତିରେ ବସ ଚଲାଇବା ଆଦୌ ସହଜ ହେଉନାହିଁ ବୋଲି କହିଛନ୍ତି ସେମାନେ ।

ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ଘରୋଇ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇ ପାରେ
କଟକରୁ ବାହାରିଥିବା ଗୋଟିଏ ବସରେ ପାଞ୍ଚ ଜଣ ବି ଯାତ୍ରୀ ନ ଥିଲେ ।
  • News18 Odia
  • Last Updated: June 16, 2020, 10:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଲକଡ଼ାଉନ ଯୋଗୁଁ ବନ୍ଦ ହୋଇ ପଡ଼ିଥିବା ବସ ସେବା ଆରମ୍ଭ ହେବାର ମାତ୍ର ୩ ସପ୍ତାହ ନ ପୁରୁଣୁ ଏହାକୁ ବନ୍ଦ କରାଯିବା ନେଇ ଆରମ୍ଭ ହେଲାଣି ବିଚାର । କ୍ଷତି ହେଉଥିବାରୁ ସରକାରୀ ବସ ସେବାକୁ ବନ୍ଦ କରାଯିବା ନେଇ ପରିବହନ ମନ୍ତ୍ରୀ ସୂଚନା ପରେ ଏବେ ବସ ଚଳାଇବା ପାଇଁ ଅସମର୍ଥତା ପ୍ରକାଶ କରିଛନ୍ତି ଘରୋଇ ବସ ମାଲିକମାନେ । ଫଳରେ ଆଗାମୀ କିଛି ଦିନ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବସ ଚଳାଚଳ କମିବା ବା ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

"ଗୋଟିଏ ପଟେ ଲକଡ଼ାଉନ ଯୋଗୁଁ ଯାତ୍ରୀ ଆସୁ ନ ଥିବାରୁ ପ୍ରତିଦିନ ମାଲିକମାନେ କ୍ଷତି ସହୁଛନ୍ତି । ଅନ୍ୟ ପଟେ ତେଲ ଦର ବଢିବାରୁ ଭଡ଼ା ମଧ୍ୟ ବଢିଛି, ତେଣୁ ଏହି ଭଳି ପରିସ୍ଥିତିରେ ବସ ଚଲାଇବା ସମ୍ଭବ ହେଉନାହିଁ । କିଛି ମାଲିକ ଆଉ କ୍ଷତି ସହି ନ ପାରି ବସ ଚଳାଇବା ବନ୍ଦ କରି ଦେଇଛନ୍ତି। ସରକାର ଆମକୁ ଡ଼ିଜେଲ ଦିଅନ୍ତୁ, ଆମେ ବସ ଚଳାଇବୁ। ନହେଲେ ଆସନ୍ତା ୨୮ ତାରିଖର ବୈଠକରେ ବସ ଚଳାଇବୁ ବା ନାହିଁ ସେନେଇ ନିଷ୍ପତ୍ତି କରାଯିବ,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ମହାସଙ୍ଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ଗତ ମାସ ୨୮ ତାରିଖରୁ ବସ ସେବା ଆରମ୍ଭ ହେବା ଦିନ ଠାରୁ ହିଁ ଯାତ୍ରୀ ହେଉ ନ ଥିବାରୁ କ୍ଷତି ସହୁଥିବା କହି ଆସୁଛନ୍ତି ବସ ମାଲିକମାନେ । ତେବେ ଏହାରି ଭିତରେ ଅନେକ ବସ ମାଲିକ କିଛି ଦିନ ଚାଲାଇବା ପରେ ନିଜ ନିଜର ବସକୁ ବନ୍ଦ କରି ଦେଇଥିବା ବେଳେ ବଡ଼ ମାଲିକମାନେ ମାତ୍ର ହାତ ଗଣତି ବସକୁ ହିଁ ଚଲାଉଛନ୍ତି ।

ଆସନ୍ତା ୨୮ ତାରିଖର ବୈଠକରେ ବସ ଚଳାଇବେ କି ନାହିଁ ସେ ନେଇ ନିଷ୍ପତ୍ତି ନେବେ ବସ୍ ମାଲିକମାନେ ।


ବାଦାମବାଡ଼ିରୁ ଗଡୁଥିବା ସରକାରୀ ବସ ଗୁଡ଼ିକ ସଂଖ୍ୟା ମଧ୍ୟ କମିଛି । କିଛି ଦିନ ପୁର୍ବରୁ ଏହି ସରକାରୀ ବସଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ୯ଟି ବସ ଚାଲୁଥିବା ବେଳେ ବ୍ରହ୍ମପୁର ରୁଟ ବନ୍ଦ ହୋଇଯିବା ପରେ ଏବେ ତାହା ୬କୁ ଖସି ଆସିଛି । ତେବେ ଉଭୟ ସରକାରୀ ଓ ଘରୋଇ ବସ ସେବା ବନ୍ଦ ହୋଇଗଲେ ଲୋକେ ଯାତାୟତ କିପରି କରିବେ ବୋଲି ପ୍ରଶ୍ନ ଉଠିଛି ।

"ଯଦି ବସ ବନ୍ଦ ହୋଇଯିବ ତାହା ହେଲେ ଆମେ କେମିତି ଯିବା ଆସିବା କରିବୁ? ଜଣେ ଲୋକ କଣ ବାଲେଶ୍ବରରୁ ଭୁବନେଶ୍ୱରକୁ ବାଇକରେ ଆସିବ? ଅଫିସ କେମିତି ଯିବୁ? କାମ କେମିତି ହେବ? ବସ ବନ୍ଦ ହେଲେ ବହୁତ ଅସୁବିଧା ହେବ,’’ କରିଛନ୍ତି ବାଦାମବାଡ଼ି ବସ ଷ୍ଟାଣ୍ଡକୁ ଆସିଥିବା ଯାତ୍ରୀ ଶୁଶାନ୍ତ କୁମାର ରଥ।

ଏହାରି ଭିତରେ ଆଜି ବସ ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୩ ପଇସା ଓ ଡି ଲକ୍ସ ଏବଂ AC ଡିଲକ୍ସର ଭଡ଼ା କିଲୋମିଟର ପିଛା ୬ ପଇସା ଲେଖାଏଁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

 
First published: June 16, 2020, 10:12 PM IST
corona virus btn
corona virus btn
Loading