CMଙ୍କ ସହ ଆଲୋଚନା ପରେ ବସ୍ ସେବା ଆରମ୍ଭ ଉପରେ ନିଷ୍ପତ୍ତି ନେବ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ

ପୂର୍ବରୁ ନିର୍ଦ୍ଦିଷ୍ଟ ଦାବି ପୂରଣ ନ ହେଲେ ରାଜ୍ୟରେ ଘରୋଇ ବସ୍ ଗଡି଼ବ ନାହିଁ ବୋଲି ସଙ୍ଘ କହିଥିଲା । ଜୁଲାଇ ପହିଲାରେ ସରକାରୀ ନିଷ୍ପତ୍ତି କ୍ରମେ ୨୦ଟି ଜିଲ୍ଲାକୁ ବାଦ୍ ଦେଇ ଉପକୂଳବର୍ତ୍ତୀ ୧୦ଟି ଜିଲାରେ ବସ୍ ଚଳାଚଳ ବନ୍ଦ ରହିଛି ।

CMଙ୍କ ସହ ଆଲୋଚନା ପରେ ବସ୍ ସେବା ଆରମ୍ଭ ଉପରେ ନିଷ୍ପତ୍ତି ନେବ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ
ଉପକୂଳବର୍ତ୍ତୀ ୧୦ଟି ଜିଲାରେ ବସ୍ ଚଳାଚଳ ବନ୍ଦ ରହିଛି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ରାଜ୍ୟରେ ସବୁ ଘରୋଇ ବସ ଚଳାଚଳ କରିବେ କି ନାହିଁ ସେ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ହିଁ ନିଷ୍ପତ୍ତି ନେବ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ । ମଙ୍ଗଳବାର ଦିନ ରାଜ୍ୟ ଘରୋଇ ବସ୍‌ ସଂଘର ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଘରୋଇ ବସ୍‌ ମାଲିକ ସଙ୍ଘର ମୁଖପାତ୍ର ଦେବାଶିଷ ନାୟକ ।

ସଙ୍ଘର ଏହି ନିଷ୍ପତ୍ତି ପରେ ଲକ୍‌ଡାଉନ-୨ ପରେ ରାଜ୍ୟରେ ସବୁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ନିର୍ଦ୍ଦିଷ୍ଟ ଦାବି ପୂରଣ ନ ହେଲେ ରାଜ୍ୟରେ ଘରୋଇ ବସ୍‌ ଗଡି଼ବ ନାହିଁ ବୋଲି ସଙ୍ଘ କହିଥିଲା । ଜୁଲାଇ ପହିଲାରେ ସରକାରୀ ନିଷ୍ପତ୍ତି କ୍ରମେ ୨୦ଟି ଜିଲ୍ଲାକୁ ବାଦ୍‌ ଦେଇ ଉପକୂଳବର୍ତ୍ତୀ ୧୦ଟି ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ବସ୍‌ ସେବା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ବିଭିନ୍ନ ବ୍ୟବସାୟୀ ଓ ବ୍ୟକ୍ତିବିଶେଷ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି ।

ଏହା ବି ପଢ଼ନ୍ତୁ | ଆକ୍ସନରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: କର୍ମଚାରୀମାନଙ୍କୁ ୨ଟି ସିଫ୍ଟରେ କାମ କରିବାକୁ କହିଲେ

କୋଭି୍‌ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲାରେ ବସ୍‌ ଚଳାଚଳ ସ୍ୱାଭାବିକ ହେବା ସହିତ ସଂକ୍ରମଣ ବଢି଼ଥିବା ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବା ନେଇ ଜୁଲାଇ ପହିଲାରେ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କୋଭିଡ୍‌ ସଂକ୍ରମଣ କମିଲେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହେବ ବୋଲି ସରକାରୀ ଭାବେ ମଧ୍ୟ କୁହାଯାଇଥିଲା । ଏବେ ଲଡାଉନ-୨ ସରିବାକୁ ବସିଥିବା ବେଳେ ବସ୍‌ ଚଳାଚଳ ବନ୍ଦ ରହିଥିବା ୧୦ଟି ଜିଲ୍ଲାରେ ସ୍ୱାଭାବିକ ଯାତ୍ରୀ ପରିବହନ ନେଇ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଆଶା ପ୍ରକାଶ କରିଛି ।

ଏହା ବି ପଢ଼ନ୍ତୁ | ବୈଷ୍ଣୋ ଦେବୀଙ୍କ ଛବି ଥିବା ୧୦ ଟଙ୍କିଆ ମୁଦ୍ରା ଅଛି? ତାକୁ ବିକିଲେ ଆପଣ ୧୦ ଲକ୍ଷ ଟଙ୍କା ପାଇବେ

‘‘କେବଳ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ଆସନ୍ତା ମଙ୍ଗଳବାର ମୁଖ୍ୟ ମନ୍ତ୍ରୀଙ୍କ ସହ ସଙ୍ଘ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତା’ ପରେ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରୁଛୁଁ,’’ କହିଛନ୍ତି ବସ୍‌ ମାଲିକ ସଙ୍ଘ ମୁଖପାତ୍ର ଦେବାଶିଷ ନାୟକ ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

ଗତ ସପ୍ତାହରେ ବସ୍‌ ମାଲିକ ସଙ୍ଘ ପକ୍ଷରୁ ସବୁ ଦାବି ପୂରଣ ହେବା ପରେ ହିଁ ଘରୋଇ ବସ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ଦିଆଯାଇଥିଲା । ଏଥିରେ ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ରଖିଥିଲା ଘରୋଇ ବସ୍‌ ମାଲିକ ସଙ୍ଘ ।

ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ବସ୍‌ ଚଳାଚଳ ସ୍ୱାଭାବିକ ହେବା ପାଇଁ ସମୟ ଲାଗୁଥିବା ବେଳେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ବ୍ୟକ୍ତି ବିଶେଷ ଅନେକ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି । ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଅଟୋ ଚାଳକ ପ୍ରସନ୍ନ ସାହୁ କହିଛନ୍ତି, ‘‘ମୁଁ ନୟାଗଡ଼ରୁ ଆସି ଗଲା ୧୮ ବର୍ଷ ହେଲା ଭୁବନେଶ୍ୱରରେ ଅଟୋ ଚଳାଉଛି। ଏଭଳି ସମୟ କେବେ ଆସି ନ ଥିଲା । ବସ୍‌ ସେବା ବନ୍ଦ ରହିଥିବାରୁ ମୋ’ ଦୈନିକ ଆୟ ପ୍ରଭାବିତ ହୋଇଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ

ଅନ୍ୟ ଜଣେ ଅଟୋ ଚାଳକ ସୁଶାନ୍ତ ପଣ୍ଡା କହିଛନ୍ତି କେବେ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ବସ୍‌ ଚଳାଚଳ ସ୍ୱାଭାବିକ ହେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । କେବଳ ଅଟୋ ଚାଳକ ନୁହନ୍ତି, ଯାତ୍ରୀମାନେ ମଧ୍ୟ ଭୁବନେଶ୍ୱରରୁ ବସ୍‌ ସେବା ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି । ସମସ୍ତଙ୍କ ପାଇଁ ସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଛି ।



ଏବେ ସମସ୍ତଙ୍କର ଅପେକ୍ଷା କେବେ ସାରା ରାଜ୍ୟରେ ସ୍ୱାଭାବିକ ହେବ ଘରୋଇ ବସ୍‌ ଚଳାଚଳ । ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଆର୍ଥିକ ସ୍ଥିତି ନିର୍ଭର କରୁଛି ।
Published by: Anand ST Das
First published: July 11, 2021, 11:58 PM IST