କୋରୋନା ଭାଇରସ୍: ପ୍ରଧାନ ମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ସଭାରେ ସ୍ଥିତିର ସମୀକ୍ଷା

ଏ ପର୍ଯ୍ୟନ୍ତ ଦେଶର ସାତଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୧୫ଟି ଫ୍ଲାଇଟରେ ଆସିଥିବା ୨୦,୦୦୦ ଲୋକଙ୍କୁ ପରୀକ୍ଷା (ସ୍କ୍ରୀନିଂ) କରାଯାଇଛି ଓ ଦେଶର ସବୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଦିଆଯାଇଛି ।

କୋରୋନା ଭାଇରସ୍: ପ୍ରଧାନ ମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ସଭାରେ ସ୍ଥିତିର ସମୀକ୍ଷା
ଦେଶର ସବୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଦିଆଯଆଇଛି ।
  • News18 Odia
  • Last Updated: January 26, 2020, 12:10 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିଶ୍ୱ ସାରା ବ୍ୟାପୁଥିବା କରୋନା ଭାଇରସ୍‌ର ପ୍ରକୋପ ଓ ବିଶେଷତଃ ଚ଼ୀନ୍‌ରେ ବଢ଼ୁଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ଯୋଗୁଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରଧାନ ସଚ଼ିବ ପି.କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଘାତକ ସମସ୍ୟା ସହ ନିପଟିବା ପାଇଁ ଭାରତର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ଏହି ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ଭାରତରେ କରୋନା ଭାଇରସକୁ ରୋକିବା ପାଇଁ ପ୍ରସ୍ତୁତ କରାଯାଉଥିବା ଉପାୟଗୁଡ଼ିକ ବିଷୟରେ ତାଜା ଅପଡେଟ୍‌ ଦେଇଛନ୍ତି ।

କ୍ୟାବିନେଟ୍‌ ସଚ଼ିବ, ଗୃହ ସଚ଼ିବ, ସ୍ୱାସ୍ଥ୍ୟ ସଚ଼ିବ, ପ୍ରତିରକ୍ଷା ସଚ଼ିବ ଓ ନାଗରିକ ଉଡ୍ଡୟନ ସଚ଼ିବଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ଏକ ଆଧିକାରିକ ବିବୃତିରେ ପରେ କୁହାଯାଇଛି ଯେ ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ପି.କେ. ମିଶ୍ରଙ୍କୁ ହସପିଟାଲ୍‌ ଓ ଲ୍ୟାବରେଟରୀମାନଙ୍କରେ ଏ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ଦଳ ଗଠନ ପାଇଁ କ୍ଷମତା ନିର୍ମାଣ ବିଷୟରେ ସୂଚ଼ନା ଦେଇଥିଲେ ।

ପ୍ରଧାନ ମନ୍ତ୍ରୀଙ୍କ ପ୍ରଧାନ ସଚ଼ିବ ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ସମେତ ଅନ୍ୟ ମନ୍ତ୍ରାଳୟଗୁଡ଼ିକ ଦ୍ୱାରା ଏଯାବତ୍‌ ନିଆଯାଇଥିବା ପ୍ରତିରୋଧାତ୍ମକ ପଦକ୍ଷେପ ସବୁର ସମୀକ୍ଷା କରିଥିଲେ ।

ଅଧିକାରୀମାନେ ମିଶ୍ରଙ୍କୁ ଆଶ୍ୱସ୍ତ କରିଥିଲେ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭିନ୍ନ ଅନ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରି ସ୍ଥିତି ଉପରେ କଡ଼ା ନଜର ରଖିଛି ।

ଏ ପର୍ଯ୍ୟନ୍ତ ଦେଶର ସାତଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୧୫ଟି ଫ୍ଲାଇଟରେ ଆସିଥିବା ୨୦,୦୦୦ ଲୋକଙ୍କୁ ପରୀକ୍ଷା (ସ୍କ୍ରୀନିଂ) କରାଯାଇଛି ବୋଲି ଏହି ଆଧିକାରିକ ବିବୃତିରେ କୁହାଯାଇଛି ।

କରୋନା ଭାଇରସର ପରୀକ୍ଷା ପାଇଁ ନ୍ୟାସନାଲ୍‌ ଇନଷ୍ଟିଚ଼୍ୟୁଟ୍‌ ଅଫ୍‌ ଭାଇରୋଲୋଜି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଓ ଦେଶର ସବୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରିଦିଆଯଆଇଛି ବୋଲି ଏହି ବିବୃତିରେ କୁହାଯାଇଛି ।
First published: January 26, 2020, 12:10 AM IST
corona virus btn
corona virus btn
Loading