ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକାର ପ୍ରଥମ ଡୋଜ ନେଲେ; ସକାଳେ AIIMS ଯାଇ ଲଗାଇଲେ ଟିକା
PM Narendra Modi Gets Vaccine: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ନେଇଛନ୍ତି । ଏହା ସହିତ ସମସ୍ତ ଯୋଗ୍ୟ ଲୋକଙ୍କୁ କୋଭିଡ -୧୯ ଟିକା ଲଗାଇବାକୁ ନିବେଦନ କରିଛନ୍ତି ।

ପିଏମ ମୋଦୀ କରୋନା ଟିକାର ପ୍ରଥମ ଡୋଜ ନେଲେ
- News18 Odia
- Last Updated: March 1, 2021, 9:03 AM IST
ନୂଆ ଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ସୋମବାର କରୋନା ଟିକାର (Coronavirus Vaccine) ପ୍ରଥମ ଡୋଜ ନେଇଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ (AIIMS) ସୋମବାର ସକାଳେ ପିଏମ ମୋଦୀଙ୍କୁ କୋଭିଡ -୧୯ ବିରୋଧରେ ଟିକା ଦିଆଯାଇଥିଲା । ୧ ମାର୍ଚ୍ଚରୁ ଦେଶରେ କରୋନା ଭୂତାଣୁ ରୋକିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ପ୍ରଧାନ ମନ୍ତ୍ରୀ ମଧ୍ୟ ଟୀକାକରଣ କରିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆଜିଠାରୁ ଆରମ୍ଭ ହେଉଛି
ପ୍ରଧାନ ମନ୍ତ୍ରୀ ନେତୃତ୍ୱାଧୀନ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କରୋନା ଭୂତାଣୁ ଟିକା ୬୦ ବର୍ଷରୁ ଅଧିକ ଲୋକଙ୍କୁ ଓ ଅନ୍ୟ କୌଣସି ଗୁରୁତର ରୋଗରେ ପଡ଼ିଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ରୋନା ଭୂତାଣୁ ଟିକା ଦିଆଯିବ । ଏହି ବର୍ଗରେ ଲୋକଙ୍କୁ ୧୦ ହଜାର ସରକାରୀ କେନ୍ଦ୍ରରେ ମାଗଣାରେ ଟିକା ଦିଆଯିବ । ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ୨୦ ହଜାର ଘରୋଇ କ୍ଲିନିକ୍ କିମ୍ବା କେନ୍ଦ୍ରରେ ଟୀକାକରଣ କରନ୍ତି ତେବେ ସେମାନଙ୍କୁ ଏକ ଦେୟ ଦେବାକୁ ପଡ଼ିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ୧.୨୩ କୋଟିରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ଅଗ୍ରୀମ କର୍ମଚାରୀଙ୍କୁ ଟିକା ସପ୍ଲିମେଣ୍ଟ ଦିଆଯାଇଛି ।