କରୋନା ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ଓ ସବୁ ସାଂସଦଙ୍କ ଦରମା ବର୍ଷକ ପାଇଁ ୩୦% କମିଲା

ସାଂସଦମାନଙ୍କୁ ମିଳୁଥିବା ସ୍ଥାନୀୟ ବିକାଶ ପାଣ୍ଠି (MPLAD) ବି ଆସନ୍ତା ଦୁଇ ବର୍ଷ ପାଇଁ ଦିଆଯିବ ନାହିଁ । ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ସବୁ ରାଜ୍ୟପାଳ ମଧ୍ୟ ନିଜ ଦରମା କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ଓ ସବୁ ସାଂସଦଙ୍କ ଦରମା ବର୍ଷକ ପାଇଁ ୩୦% କମିଲା
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍ ବିସ୍ତାରକୁ ରୋକିବା ଓ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ସେମାନେ ବିଭିନ୍ନ ପ୍ରଭାବଶାଳୀ ପଦକ୍ଷେପ ମଧ୍ୟ ନେଉଛନ୍ତି । ସୋମବାର ଦିନ କେନ୍ଦ୍ର କ୍ୟାବିନେଟ ବୈଠକରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି ଯେ କରୋନା ଭାଇରସ ସଂକ୍ରମଣ (କୋଭିଡ-୧୯) ବିରୋଧରେ ଯୁଦ୍ଧ ପାଇଁ ଆସନ୍ତା ବର୍ଷ୍ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସବୁ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦମାନଙ୍କୁ ସ୍ଥାନୀୟ ବିକାଶ ପାଣ୍ଠି ଦିଆଯିବ ନାହିଁ।

ପ୍ରକାଶ ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ସବୁ ରାଜ୍ୟପାଳ ମଧ୍ୟ କରୋନା ଭାଇରସ୍‌ ବିରୋଧରେ ଯୁଦ୍ଧ ପାଇଁ ନିଜ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ଦରମା ହ୍ରାସ ଆଗାମୀ ବର୍ଷକ ପାଇଁ ଏହି ଏପ୍ରିଲ ୧ ତାରିଖ ଠାରୁ କାର୍ଯ୍ୟକାରୀ ହେବ । ଏହି ସମଗ୍ର ରାଶି ଦେଶର ସଂଗଠିତ ପାଣ୍ଠିକୁ ଯିବ ବୋଲି କହିଛନ୍ତି ଜାବଡ଼େକର ।

ସେ ଆହୁରି ସୂଚନା ଦେଇଛନ୍ତି ଯେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଦେଶରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଓ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତିର ମୁକାବିଲା ପାଇଁ ୨୦୨୦-୨୧ ଓ ୨୦୨୧-୨୨ ପର୍ଯ୍ୟନ୍ତ ଅସ୍ଥାୟୀ ରୋକ ଲଗାଯାଇଛି |

କେନ୍ଦ୍ର ମନ୍ତ୍ରୀଙ୍କ କହିବାନୁସାରେ ସମସ୍ତ ସାଂସଦଙ୍କ ଦୁଇ ବର୍ଷର ସାଂସଦ ପାଣ୍ଠି ମିଳିତ ଭାବେ ୭,୯୦୦ କୋଟି ଟଙ୍କା ହେବ । ଏହି ରାଶି ଭାରତର ସଂଗଠିତ ପାଣ୍ଠିକୁ ଦିଆଯିବ ।

ଏ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ସଂଖ୍ୟା ୪,୦୦୦ ଅତିକ୍ରମ କରି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪,୩୬୨ ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏଥି ସହିତ ୧୧୦ ଜଣ ଲୋକ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସରକାର ଦେଶରେ ୨୧ ଦିନିଆ ଲକଡାଉନ୍‌ ଜାରି କରିଛନ୍ତି । ଏହି ଲକଡାଉନ୍‌ ଏପ୍ରିଲ୍‌ ୧୪ରେ ଉଠିବାର ଅଛି, ହେଲେ ଏହାକୁ ଆହୁରି କିଛି ସପ୍ତାହ ପାଇଁ ବଢ଼ାଯାଇପାରେ ବୋଲି ସଙ୍କେତ ମିଳୁଛି ।
First published: April 6, 2020, 5:51 PM IST
corona virus btn
corona virus btn
Loading