ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନାରେ ବର୍ଷକର ଶିଶୁର ମୃତ୍ଯୁ; ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଓଡ଼ିଶାରେ ଚାଲିଛି ଆଗୁଆ ପ୍ରସ୍ତୁତି

କରୋନାରେ ବର୍ଷକର ଶିଶୁର ମୃତ୍ଯୁ; ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଓଡ଼ିଶାରେ ଚାଲିଛି ଆଗୁଆ ପ୍ରସ୍ତୁତି

କରୋନାର ତୃତୀୟ ଲହର ଆସିଲେ ଓଡ଼ିଶାରେ କିଭଳି ପ୍ରଭାବ ରହିବ ସେ ନେଇ ସମସ୍ତେ ବେଶ ଚିନ୍ତିତ। ସ୍ୱାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ଆମେ ଢିଲା ହେଲେ ପରିସ୍ଥିତି ଅସମ୍ଭାଳ ହେବ।

କରୋନାରେ ବର୍ଷକର ଶିଶୁର ମୃତ୍ଯୁ; ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଓଡ଼ିଶାରେ ଚାଲିଛି ଆଗୁଆ ପ୍ରସ୍ତୁତି
ଓଡ଼ିଶାରେ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଚାଲିଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 7:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନାରେ ବର୍ଷକର ଛୁଆର ମତ୍ଯୁ ପରେ ପ୍ରଶାସନର ଚେତା ପଶିଛି । କରୋନାର ସାମ୍ଭାବ୍ଯ ତୃତୀୟ ଲହରକୁ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି ଚାଲିଛି । କରୋନାର ପ୍ରଭାବ ଓଡ଼ିଶାରେ କିପରି କମ ରହିବ ସେ ନେଇ ବିଭିନ୍ନ ମଡେଲ ପ୍ରସ୍ତୁତି ହେଉଛି । ଆଇଆଇଟି କାନପୁରର ସୂତ୍ର ମଡେଲ ଓଡ଼ିଶା ପାଇଁ ଆଶ୍ୱସ୍ତି ଆଣିଛି ।

କରୋନାର ତୃତୀୟ ଲହର ଆସିଲେ ଓଡ଼ିଶାରେ କିଭଳି ପ୍ରଭାବ ରହିବ ସେ ନେଇ ସମସ୍ତେ ବେଶ ଚିନ୍ତିତ ।  ସ୍ୱାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ଆମେ ଢିଲା ହେଲେ ପରିସ୍ଥିତି ଅସମ୍ଭାଳ ହେବ। ନିୟନ୍ତ୍ରଣ ଭିତରେ କୋଭିଡ଼ ନିୟମ ମାନି ଚଳିବାକୁ ପଡ଼ିବ।

ଆଇଆଇଟି କାନପୁରର ସୂତ୍ର ମଡ଼େଲ ଅନୁସାରେ, ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ କମ ରହିବ। କରୋନାର ଯଦି କୌଣସି ନୂଆ ଭାରିଆଣ୍ଟ ନ ଆସେ ତେବେ ଦୈନିକ ସଂକ୍ରମଣ ୨ ହଜାର ମଧ୍ୟରେ ରହିପାରେ। ଓଡ଼ିଶା ଟିକାକରଣରେ ବେଶ ଆଗୁଆ ରହିଥିବାରୁ ତୃତୀୟ ଲହରରେ କରୋନାର ଏତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ।

ରାଜ୍ୟରେ ଏବେ ଯେଉଁଭଳି ଭାବେ କରୋନା କଟକଣା ରହିଛି, ଯଦି ଆସନ୍ତା ମାସରେ ଖୋଲି ଦିଆଯାଏ, ତେବେ ଧୀରେ ଧୀରେ ସଂକ୍ରମଣ ବଢ଼ିବାରେ ସମ୍ଭାବନା ରହିଛି । ଅକ୍ଟୋବର ମଧ୍ୟ ଭାଗରେ କରୋନା ସଂକ୍ରମଣ ୨ ହଜାର ପାର କରିପାରେ। ରାଜ୍ୟ ସରକାର ଲକଡାଉନ କିମ୍ବା ଅନ୍ୟ କଟକଣା ଜାରି କଲେ ହୁଏତ ସଂକ୍ରମଣ କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ରାଜ୍ଯରେ କରୋନା କଟକଣା କୋହଳ ହେଲେ ସଂକ୍ରମଣ ବଢ଼ିବ। ତୃତୀୟ ଲହର ପୂର୍ବରୁ ଏଭଳି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

"ଦ୍ୱିତୀୟ ଲହର ଭଳି ତୃତୀୟ ଲହରର ପ୍ରଭାବରେ ସମାନ ହୋଇନପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ, ଯଦି ରୂପ ନବଦାଳଏ ତେବେ ପ୍ରଭାବ ଏତେ ରହିବ ନାହିଁ । ବିଭିନ୍ନ ମଡ଼େଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ," କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି।

“ଆଇଆଇଟି କାନପୁର ରିପୋର୍ଟ ଅନୁସାରେ ଜୁଲାଇ ୧୫ ସୁଦ୍ଧା ହଜାରେ ତଳକୁ ରାଜ୍ୟର ସଂକ୍ରମଣ ରହିବ କିନ୍ତୁ ଏହି ସଂକ୍ରମଣ ବିଳମ୍ବରେ ହ୍ରାସ ପାଇଥିଲା । ତାଙ୍କର ପ୍ରେଡିକସନ ଠିକ ଅଛି କିନ୍ତୁ ତାକୁ ଦେଖି ଆମେ କୋହଳ ହେବା ଠିକ ନାହିଁ। ରାଜ୍ଯରେ ସର୍ଭିଲାନ୍ସ ଭ୍ୟାକ୍ସିନକୁ ଗୁରୁତ୍ୱ ଦେବା । ସରକାରଙ୍କ ପାଖରେ ସବୁର ତଥ୍ୟ ରହିଛି। ତାକୁ ଦେଖି କି ସେପ୍ଟେମ୍ବର ଗାଇଡ଼ ଲାଇନରେ ନିଷ୍ପତ୍ତି ନେବେ ସରକାର,” କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

କରୋନାର ପ୍ରଥମ ଲହରରେ ଓଡ଼ିଶାରୁ ଦୈନିକ ସର୍ବାଧିକ ୪୫୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଦ୍ୱିତୀୟ ଲହରରେ ରାଜ୍ୟରୁ ସର୍ବାଧିକ ୧୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ ଲହରରେ ମୃତ୍ୟୁ ସଂଖ୍ୟା ବହୁତ କମ ଥିବା ବେଳେ ଦ୍ୱିତୀୟ ଲହରରେ ଏହା ଦୈନିକ ୬୦ରୁ ଅଧିକ ହୋଇଛି। ଅର୍ଥାତ ପ୍ରଥମ ଲହର ତୁଳନାରେ ବର୍ତ୍ତମାନର ଲହରରେ ମୃତ୍ୟୁ ସଂଖ୍ୟା ୫ ଗୁଣା ଅଧିକ। ତେଣୁ ସରକାର ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
Published by: Soumya Das
First published: August 25, 2021, 6:55 PM IST