ବାତିଲ ହେଲା ରାଜ୍ୟରେ PG, UG ଷଷ୍ଠ ସେମିଷ୍ଟର ପରୀକ୍ଷା; ବିକଳ୍ପ ମୂଲ୍ୟାୟନ ଜରିଆରେ ଦିଆଯିବ ମାର୍କ

ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ୟୁଜିସି ନିୟମ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ କରିବାକୁ କୁହାଯାଇଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଛି ।

ବାତିଲ ହେଲା ରାଜ୍ୟରେ PG, UG ଷଷ୍ଠ ସେମିଷ୍ଟର ପରୀକ୍ଷା; ବିକଳ୍ପ ମୂଲ୍ୟାୟନ ଜରିଆରେ ଦିଆଯିବ ମାର୍କ
କରୋନା ସଙ୍କଟ ସମୟରେ ପରୀକ୍ଷାକୁ ନେଇ ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ଜୋର୍ ଧରିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ-୩ ଷଷ୍ଠ ସେମିଷ୍ଟର ଓ ପିଜି ଫାଇନାଲ୍ ପରୀକ୍ଷାକୁ ନେଇ ଉଠିଲା ଦ୍ବନ୍ଦ୍ୱ। ଉଭୟ ପିଜି ଓ ୟୁଜି ଶେଷ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ବାତିଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ୟୁଜିସି ନିୟମ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ କରିବାକୁ କୁହାଯାଇଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ବିଷୟ ପାଇଁ ଇଣ୍ଟରନାଲ ପରୀକ୍ଷା ନମ୍ବର ଓ ବିଗତ ସେମିଷ୍ଟର ନମ୍ବର ଆଧାରରେ ସବୁ ବିଷୟରେ ମାର୍କ ଦିଆଯିବ ।

ଯେଉଁ ଛାତ୍ରଛାତ୍ରୀମାନେ ବିକଳ୍ପ ବ୍ୟବସ୍ଥା ଠାରୁ ଅଧିକ ନମ୍ବର ପାଇବା ପାଇଁ ହକଦାର ବୋଲି ଭାବୁଛନ୍ତି ସେମାନଙ୍କ ପାଇଁ ନଭେମ୍ବର ମାସରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନେ ପରୀକ୍ଷା ନେବାର ବ୍ୟବସ୍ଥା କରିବେ । ତାଙ୍କର ରିଭାଇଜଡ଼ ପରୀକ୍ଷା ଫଳ ଡିସେମ୍ବର ମାସରେ ପ୍ରକାଶ କରାଯିବ । ଯେଉଁ ସବୁ ମହାବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ଶେଷ ହୋଇଛି ସେଠାରେ ଉପରୋକ୍ତ ନିୟମ ଲାଗୁ ହେବ ନାହିଁ।

ଲୋକସେବା ଭବନରେ ଗୁରୁବାର ବସିଥିବା ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ


ପୂର୍ବ ପରୀକ୍ଷା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ବିଷୟରେ ବ୍ୟାକ ଥିଲେ ପରୀକ୍ଷା ବାତିଲ କରାଯିବ । ଅଧିକ ବିଷୟରେ ବ୍ୟାକ୍‌ ଥିଲେ ପୂର୍ବ ନୀତିରେ ପରୀକ୍ଷା ହେବ, ଯାହାର ସୂଚୀ ପରବର୍ତ୍ତୀ ସମୟରେ କୋଭିଡ-୧୯ ସ୍ଥିତିକୁ ଦେଖି ପ୍ରକାଶ କରାଯିବ। ମେଡିକାଲ ପରୀକ୍ଷା ବ୍ୟତୀତ ଉଚ୍ଚ ଶିକ୍ଷା ଅଧୀନରେ ଆସୁଥିବା ସମସ୍ତ ପରୀକ୍ଷା ପାଇଁ ଏହି ନିୟମ ଲାଗୁହେବ।

ଉଚ୍ଚ ଶିକ୍ଷା ମନ୍ତ୍ରୀ  ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଗୁରୁବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ସହ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଗତ ଏପ୍ରିଲ ମାସରେ ପରୀକ୍ଷା ହେବାକୁ ଥିବା ବେଳେ କୋଭିଡ-୧୯ ଯୋଗୁଁ ସାରା ରାଜ୍ୟରେ ପିଜି ୟୁଜି ପରୀକ୍ଷା ବାତିଲ୍‌ କରାଯାଇଥିଲା । ଏହା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ସହ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକରେ ଆସନ୍ତା ଜୁଲାଇ ୭ ତାରିଖରୁ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଜୁଲାଇ ଦ୍ଵିତୀୟ ସପ୍ତାହରୁ ହେବାର ଥିଲା । ପରେ ଏହାକୁ ନେଇ ଛାତ୍ର ଆନ୍ଦୋଳନ ଜୋର୍‌ ଧରିଥିଲା। ଏପରିକି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଠିଥିଲା ଆନ୍ଦୋଳନର ସ୍ୱର । ସେଇଥି ପାଇଁ ପରୀକ୍ଷାରେ ଏଭଳି ବଡ଼ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି ।

ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କରୋନା ସଂକ୍ରମଣର ଜୀବନ ଆଗ ବୋଲି କହିବା ସହ ଏହା କବଳରୁ କିଭଳି ନିଜକୁ ରକ୍ଷା କରି ହେବ ତାହା ଗୁରତ୍ୱପୂର୍ଣ ବୋଲି କହିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 4:21 PM IST
corona virus btn
corona virus btn
Loading