News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଅଞ୍ଚଳରେ କରୋନା ଭାଇରସ୍ ସଂକ୍ରମଣରେ ପୀଡ଼ିତ ହେବା ପରେ କାହାରି ଦେହାନ୍ତ ହେଲେ ତାଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର ନ କରି କେବଳ ସତ୍ୟ ନଗର, ପଟିଆ ଓ ଭରତପୁରରେ ଥିବା ଶ୍ମଶାନରେ ଶବ ସତ୍କାର କରାଉଛି ଭୁବନେଶ୍ୱର ମହାନଗର ନିଗମ । କରୋନାରୁ ସୁସ୍ଥ ହେବା ପରେ ବି ଯଦି କାହାରି ମଲ୍ଟିଡିଜିଜରେ (ପୋଷ୍ଟ-କୋଭିଡ୍ କମ୍ପ୍ଲିକେସନ୍) ଦେହାନ୍ତ ହୁଏ ସେ କ୍ଷେତ୍ରରେ ବି ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଉ ନ ଥିଲା । ହେଲେ ଏହି ନିୟମରେ ଏବେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛି ବି.ଏମ୍.ସି. ।
ଏଣିକି ପୋଷ୍ଟ୍-କୋଭିଡ ରୋଗୀଙ୍କ ମର ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ବି.ଏମ୍.ସି. ପ୍ରକ୍ରିୟା ଆରମ୍ଭ କରିଛି ବୋଲି ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି । ବଞ୍ଚିଥିବା ବା ଜୀବନର ଅପରାହ୍ଣରେ କାହାର ଇଚ୍ଛା ନ ଥାଏ ନିଜର ଶେଷ କ୍ରିୟା ଗାଆଁରେ ଥିବା ଘର ନିକଟରେ ହେଉ ବା ନିଜ ଜନ୍ମ ମାଟିରେ ହିଁ ସମ୍ପନ୍ନ ହେଉ । ଯେତେବେଳେ କରୋନା ସଂକ୍ରମଣ ନ ଥିଲା ତାହା ହିଁ ହେଉଥିଲା । ହେଲେ କୋଭିଡ ଆସିବା ପରେ ନିୟମ ବଦଳିଥିଲା ।
ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଥିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଓ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’ପୋଷ୍ଟ-କୋଭିଡ ରୋଗୀଙ୍କ ଶବ ହସ୍ତାନ୍ତର ନିୟମକୁ ନେଇ ଅସନ୍ତୋଷ ବଢି଼ବା ପରେ ଏଣିକି ତାହା ପରିବାର ଲୋକଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଆଉ ଲମ୍ବା ଲାଇନ୍ ଲାଗିବନି ସତ୍ୟ ନଗର ଶ୍ମଶାନରେ । ଆତ୍ମୀୟଙ୍କୁ ହରାଇ ଗୋଟିଏ ସ୍ଥାନରେ ସମବେତ ହୋଇ କ୍ରନ୍ଦନ କରୁଥିବାର କରୁଣ ଦୃଶ୍ୟ ଦେଖିବେନି ପଥଚାରୀମାନେ । କେବଳ ସତ୍ୟ ନଗର ନୁହେଁ, ପଟିଆ ଓ ଭରତପୁରରେ ମଧ୍ୟ ଶବର ଶୋଭାଯାତ୍ରା କମ୍ ହୋଇଯିବ । ଏଭଳି ସୂଚନା ଦେଇଛି ବି.ଏମ୍.ସି. ।

ବରିଷ୍ଠ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ
‘‘ଦିଲ୍ଲୀ ଏମ୍ସ ପକ୍ଷରୁ ୧୦୦ ଜଣ କୋଭିଡ ରୋଗୀଙ୍କ ମୃତ ଶରୀରକୁ ନେଇ ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁସାରେ ମୃତ୍ୟୁର ୧୨ରୁ ୨୪ ଘଣ୍ଟା ପରେ ମୃତ କରୋନା ରୋଗୀଙ୍କଠୁ ଭୂତାଣୁ ଅନ୍ୟ କାହାରିକୁ ସଂକ୍ରମିତ ହୋଇ ନ ଥାଏ । ଏଭଳି ସ୍ଥଳେ ତାଙ୍କ ପରିବାରକୁ ଉଚିତ ପ୍ରତିଷେଧକ ଗ୍ରହଣ କରି ଶବ ହସ୍ତାନ୍ତର କରିବା ଉଚିତ୍ । ହେଲେ ପୋଷ୍ଟ-କୋଭିଡ୍ କ୍ଷେତ୍ରରେ ସେଭଳି କିଛି ଅସୁବିଧା ନାହିଁ । କିଛି ଘଣ୍ଟା ମର୍ଚ୍ୟୁଆରିରେ ରଖି ମର ଶରୀରକୁ ପରିବାରକୁ ହସ୍ତାନ୍ତର କରିଦେବା ଉଚିତ । କାରଣ କୋଭିଡରୁ ସୁସ୍ଥ ହେବା ପରେ ବହୁବିଧ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ସହ କରୋନାର କୌଣସି ସମ୍ପର୍କ ନାହିଁ,’’ କହିଛନ୍ତି ବରିଷ୍ଠ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ ।
ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କାରାଜଧାନୀ ବାସିନ୍ଦା ବୁଦ୍ଧିଜୀବୀ କୃଷ୍ଣଚନ୍ଦ୍ର ପତି କହିଛନ୍ତି, ‘‘ଶେଷ ନିଃଶ୍ୱାସ ତ୍ୟାଗ କରିବା ପରେ ଶେଷ ଦର୍ଶନ ହିଁ ଶ୍ରେଷ୍ଠ ଦର୍ଶନ। ପୋଷ୍ଟ୍-କୋଭିଡ୍ ରୋଗୀଙ୍କୁ ସତ୍ୟ ନଗର ନ ଆଣି ତାଙ୍କ ଆତ୍ମୀୟମାନଙ୍କୁ ବି.ଏମ୍.ସି. ହସ୍ତାନ୍ତର କଲେ ବହୁତ ଭଲ ହେବ ।
ଏହା ବି ପଢ଼ନ୍ତୁ | ମ୍ୟାଗି ନୁଡଲ୍ସ, ନେସ୍-କାଫେ କମ୍ପାନୀ Nestleର ୬୦% ଖାଦ୍ୟ ସାମଗ୍ରୀ ଅସ୍ୱାସ୍ଥ୍ୟକର, କମ୍ପାନୀ ନିଜେ କହିଲାସରକାରୀ ତଥ୍ୟ ଅନୁସାରେ କରୋନା ସଂକ୍ରମଣର ଦିତୀୟ ଲହରରେ ସତ୍ୟନଗରରେ ୪୫୦ ଜଣ କୋଭିଡ ରାଗୀଙ୍କ ଶବ ସତ୍କାର ହୋଇଛି । ଯେତେବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ହୁଏ ସେମାନେ ସାଧାରଣତଃ ଭୁବନେଶ୍ଵରକୁ ଚିକିତ୍ସା ପାଇଁ ଆସିଥାନ୍ତି । ଭୁବନେଶ୍ୱରରେ ଚିକିତ୍ସା ବେଳେ ସେମାନଙ୍କର ମୃତ୍ୟୁ ହେଲେ ସେମାନଙ୍କ ଶବର ଅନ୍ତିମ ସଂସ୍କାର ସତ୍ୟ ନଗରରେ କରାଯାଇଛି । ମଲ୍ଟିଡିଜିଜରେ ମରିଥିବା ଲୋକଙ୍କ ଶବ ଦାହ ବି ଏଠାରେ କରାଯାଏ । ହେଲେ ସେମାନଙ୍କ ଶବ ପରିବାରକୁ ହସ୍ତାନ୍ତର କରାଯାଉ ନ ଥିବାରୁ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା ।
ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁସାରେ ୧୦ ଦିନ ଭିତରେ କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲେ ତାଙ୍କୁ ହସପିଟାଲରୁ ହୋମ୍ ଆଇସୋଲେସନ୍ ପାଇଁ ପଠାଯାଇଥାଏ ଓ ୧୭ ଦିନ ପରେ ସୁସ୍ଥ ଘୋଷଣା କରାଯାଏ । ଯଦି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦିଏ, ତେବେ ୧୭ ଦିନ ଓ ଏପରିକି ମାସ ମାସ ଧରି ଚିକିତ୍ସା କରାଯାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।