ରାଜ୍ୟରେ COVID ମୃତ୍ୟୁ ସଂଖ୍ୟା: ବିରୋଧୀ ଦଳ ପ୍ରଶ୍ନ କଲେ ‘କିଏ ସତ କହୁଛି – ସରକାର ନା ମଶାଣିର ଖାତା?’

ଓଡ଼ିଶାର ଶ୍ମଶାନଗୁଡ଼ିକରେ ହେଉଥିବା ଶବ ଦାହ ବିଷୟରେ RTI ବଳରେ ମିଳିଥିବା ତଥ୍ଯକୁ ଆଧାର କରି ବିରୋଧୀ ଦଳ କଂଗ୍ରେସ ଓ ବିଜେପି କହିଛନ୍ତି ଯେ ସରକାର ଦୈନିକ ମୃତ୍ୟୁ ସଂଖ୍ୟାକୁ ବହୁତ କମ୍ କରି ପ୍ରକାଶ କରୁଛନ୍ତି ।

ରାଜ୍ୟରେ COVID ମୃତ୍ୟୁ ସଂଖ୍ୟା: ବିରୋଧୀ ଦଳ ପ୍ରଶ୍ନ କଲେ ‘କିଏ ସତ କହୁଛି – ସରକାର ନା ମଶାଣିର ଖାତା?’
ପୁରୀ ସ୍ୱର୍ଗଦ୍ୱାରରେ ଗୋଟିଏ ଶବ ଦାହ ହେଉଥିବାର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ଜନିତ ମୄତ୍ୟୁ ସଂଖ୍ୟା ବିଷୟରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ଯକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ସରଗରମ ହୋଇଛି । କରୋନା ସଂକ୍ରମଣରେ ଅନେକ ଲୋକ ମରୁଥିଲେ ବି ସରକାର ପ୍ରକୄତ ମୄତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି କହି ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ହେଲେ ସରକାର ଏହି ଅଭିଯୋଗକୁ ଆଧାରହୀନ କହିଛନ୍ତି ।

ଚଳିତ ମାସରେ ପ୍ରତି ଦିନ ହାରାହାରି ୨୦ଜଣ ଲେଖାଏଁ ଲୋକ କୋଭିଡରେ ମୃତ୍ୟୁ ବରଣ କରୁଛନ୍ତି ବୋଲି ସରକାର ଘୋଷଣା କରୁଛନ୍ତି । ଗତ ୧୪ ତାରିଖରେ ଚଳିତ ମାସରେ ସର୍ବାଧିକ ୨୨ ଜଣ ମୃତ୍ୟୁ ବରଣ କରିଥିଲେ । ମାତ୍ର ଭୁବନେଶ୍ୱରର ସତ୍ୟ ନଗର ମଶାଣିରେ ଏହି ମେ ମାସରେ ପ୍ରତି ଦିନ ୪୫ଟି ଶବ ସତ୍କାର ହୋଇଥିବାର ତଥ୍ୟ ସେଠାକାର କର୍ମଚାରୀମାନଙ୍କ ଠାରୁ ମିଳିଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

ରାଜ୍ୟର ଶ୍ମଶାନଗୁଡ଼ିକରେ ହେଉଥିବା ଶବ ଦାହ ସମ୍ପର୍କରେ ତଥ୍ୟ ହାସଲ କରିଥିବା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି, ‘‘ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ସଂଖ୍ୟାଧିକ କୋଭିଡ ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଗୁଜୁରାଟ, ବିହାର ଓ ଉତ୍ତର ପ୍ରଦେଶ ପରି ରାଜ୍ୟର ସରକାରମାନେ କୋଭିଡ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ତଥ୍ୟ ଲୁଚାଉଛନ୍ତି ।’’

କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ


ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ସତ୍ୟ ନଗର ଶ୍ମଶାନରେ ଏହି ମାସ ଅନ୍ତିମ ସତ୍କାର ହୋଇଥିବା ୪୫ଟି ଶବ ମଧ୍ୟରୁ ୩୦ଟିର କୋଭିଡ଼ ନିୟମ ମୁତାବକ ଦାହ ହୋଇଛି । ଏହି ମାସରେ ବର୍ତ୍ତମାନ ସୁଦ୍ଧା ୬୫୦ ଜଣଙ୍କ ଶବ ସେଠାରେ ପୋଡ଼ା ହୋଇଛି । କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ଠାରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି । ଅର୍ଥାତ ଦିନକୁ ହାରାହାରି ୬ ଜଣ କରୋନାରେ ମରିଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ମଶାଣିର ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନ ଠାରୁ ବହୁତ ଅଧିକ । ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟର ବିଭିନ୍ନ ସହରର ମଶାଣିଗୁଡ଼ିକରେ ୨,୦୦୦ ଶବ ସତ୍କାର ହୋଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସତ୍ୟ ନଗର, ଖାନ୍‌ ନଗର ଓ ସତୀଚଉରା ଆଦି ମଶାଣିରେ ନିର୍ବାପିତ ହେଉ ନ ଥିବା ଜୁଇ,’’ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ସୂଚନା ଅଧିକାର ଆଇନ ଜରିଆରେ ସାମନାକୁ ଆସିଛି ସତ୍ୟ ନଗର ଶ୍ମଶାନର ତଥ୍ୟ । ସେଠାରେ ଗତ ବର୍ଷ ସେପ୍ଟେମ୍ବରେ ଦାହ ହୋଇଥିଲା ୧,୨୮୮ଟି ଶବ । କିନ୍ତୁ କରୋନାରେ ସେହି ମାସରେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ପ୍ରାଣ ହରାଇଥିଲେ ୩୫୬ ଜଣ । ଏହି ତଥ୍ୟକୁ ଦର୍ଶାଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏଥିରୁ ସରକାର କରୋନା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି ।

ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ରାଜ୍ୟ ସରକାର ଏବେ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ସହରମାନଙ୍କରେ ଥିବା ମଣାଣିଗୁଡ଼ିକର ସମ୍ପ୍ରସାରଣ କରିବା ଓ ନୂଆ ମଣାଣି ପ୍ରତିଷ୍ଠା କରିବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସରକାରୀ ହିସାବ ଅନୁଯାୟୀ ଯଦି ଦିନକୁ ରାଜ୍ୟରେ ହାରାହାରି ୨୦ ଜଣ କରୋନା ସଂକ୍ରମଣରେ ମରୁଛନ୍ତି, ତେବେ ଏହି ନୂଆ ମଶାଣି ତିଆରି କରିବାକୁ ସରକାର ତତ୍ପର କାହିଁକି?’’ ପ୍ରଶ୍ନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ସିଙ୍ଗାପୁର ଷ୍ଟ୍ରେନ୍ ଭାରତରେ କରୋନାର ତୃତୀୟ ଲହର ଆଣିବ କି? ପିଲାମାନଙ୍କ ପାଇଁ ଚିନ୍ତା ବଢ଼ିଲା

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ‘‘କରୋନା ଆକ୍ରାନ୍ତ ହୋଇ ଓଡ଼ିଶାରେ ଅସଂଖ୍ୟ ଲୋକ ମୄତ୍ୟୁ ବରଣ କଲେଣି । କୋଭିଡ଼ ହସ୍ପିଟାଲ୍‌ ଓ କୋଭିଡ଼ କେୟାର ସେଣ୍ଟର୍‌ ବ୍ୟତୀତ ଘରେ ବିଭିନ୍ନ ବର୍ଗର ଲୋକ ମୄତ୍ୟୁ ବରଣ କରୁଛନ୍ତି । କିନ୍ତୁ ତା’ର ସମ୍ପୂର୍ଣ୍ଣ ତଥ୍ଯ ଦେବାକୁ ରାଜ୍ୟ ସରକାର ଡରୁଛନ୍ତି । ସରକାର ତଥ୍ୟ ଲୁଚାଉଛନ୍ତି । ଅଧିକ ଲୋକ ମଲେ ସରକାର ବଦନାମ ହେବେ ବୋଲି ଭାବନା ମନରୁ ବାହାର କରିଦେବା ଦରକାର । କେଉଁ ହସ୍ପିଟାଲରେ କେତେ ଲୋକ ମରୁଛନ୍ତି ତା’ର ତଥ୍ୟ ରାଜ୍ୟ ସରକାର କାହିକି ଦେଉନାହାନ୍ତି?’’

ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?

ହେଲେ ରାଜ୍ୟ ସରକାର କୋଭିଡ୍‌ ମୃତ୍ୟୁ ସଂଖ୍ୟା ଲୁଚାଉ ନାହାନ୍ତି ବୋଲି ଦୃଢ଼ ଭାବେ କହିଛନ୍ତି ଗୄହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟ ସରକାର କୋଭିଡଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ବିରୋଧୀ ଦଳଙ୍କ ଅଭିଯୋଗକୁ ସେ ଆଧାରହୀନ ବୋଲି କହିଛନ୍ତି ।



‘‘କୋଭିଡ ମହାମାରୀ କୌଣସି ଲୁଚାଇବାର ବିଷୟ ନୁହେଁ । ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଦିବାସୀ ଶିଶୁମାନେ ମଧ୍ୟ କରୋନା ବିଷୟରେ ଜାଣି ସାରିଲେଣି । ସଂକ୍ରମିତ ହେଲେ କ’ଣ ପଦକ୍ଷେପ ନିଆଯିବ ସେ କଥା ବି ସମସ୍ତେ ଜାଣିଗଲେଣି । ଆଜିର ଟ୍ରାନ୍ସପ୍ୟାରେନ୍ସି ଓ ବିଭିନ୍ନ ପ୍ରକାର ଇଲେଟ୍ରୋନିକ୍ସ ଗ୍ୟାଜେଟ୍‌ ଯୁଗରେ କୌଣସି ତଥ୍ୟ କେହି ଲୁଚାଇ ପାରିବେ ନାହିଁ। ଯାହା ବି ଅଭିଯୋଗ ଅଛି, ଏହି ସମୟ ଅଭିଯୋଗ ବା ଆରୋପ ପ୍ରତ୍ୟାରୋପର ସମୟ ନୁହେଁ । ଏହା ସମସ୍ତେ ମିଳିମିଶି ଲଢ଼େଇ କରିବାର ସମୟ,’’ କହିଛନ୍ତି କ୍ୟାପଟେନ୍‌ ମିଶ୍ର ।
Published by: Anand ST Das
First published: May 19, 2021, 11:12 PM IST