କରୋନା: ଅମାନିଆଙ୍କୁ ଆଉ କ୍ଷମା ନାହିଁ; କଟକ ଓ ଭୁବନେଶ୍ୱରରେ ଚେକିଂ କଡ଼ା କରିବ ପୋଲିସ

ଭୁବନେଶ୍ୱରର ମାର୍କେଟ ବିଲ୍ଡିଂରେ ଚଢ଼ାଉ କରିବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଭୁବନେଶ୍ୱର ଓ କଟକରେ ଯେଉଁ ଯେଉଁ ସ୍ଥାନରେ କୋଭିଡ ନିୟମ ଉଲ୍ଲଙ୍ଘନ ହେଉଛି ସେଠାରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ; (ଡାହାଣ) ଚଢ଼ାଉ ବେଳେ ଡିସିପିଙ୍କ ସହ ଅନ୍ୟ ଅଧିକାରୀ

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ; (ଡାହାଣ) ଚଢ଼ାଉ ବେଳେ ଡିସିପିଙ୍କ ସହ ଅନ୍ୟ ଅଧିକାରୀ

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ବଢ଼ିଚାଲିଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ହୋଇଛି କମିଶନରେଟ୍‌ ପୋଲିସ । ଏଣିକି ଗହଳିପୂର୍ଣ୍ଣ ସ୍ଥାନରେ ଯାଞ୍ଚ କଡ଼ାକଡି଼ କରି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଯୋଜନା କରିଛି ପୋଲିସ ।

ଟ୍ୱିନ୍‌ ସିଟିର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂରେ ଚଢ଼ାଉ କରିଥିଲେ । ସେଠାରେ ଥିବା ବଡ଼ ବଡ଼ ଦୋକାନ ଭିତରେ ଯାଞ୍ଚ କରିଥିଲେ ପୋଲିସ କମିଶନର। ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ କରୋନା ପ୍ରତି ସତର୍କ ରହିବାକୁ ଚେତାଇ ଦେଇଥିଲେ ପୋଲିସ କମିଶନର ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

‘‘ଲୋକଙ୍କୁ ପୂର୍ବରୁ ବହୁତ ସଚେତନ କରାଯାଇଛି । ଏଣିକି କୋଭିଡ କଟକଣା କଡ଼ାକଡି଼ କରାଯିବ । ଭୁବନେଶ୍ୱର ଓ କଟକରେ ଯେଉଁ ଯେଉଁ ସ୍ଥାନରେ କୋଭିଡ ନିୟମ ଉଲ୍ଲଙ୍ଘନ ହେଉଛି ସେଠାରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ଲୋକ ମାସ୍କ ପିନ୍ଧିନାହାନ୍ତି ତାଙ୍କ ଉପରେ ଫାଇନ କରାଯିବ। ଭିଡ଼ ସ୍ଥାନରେ ସାମାଜିକ ଦୂରତା ନିୟମ କଡ଼ାକଡି଼ କରାଯିବ । ବିଭିନ୍ନ କାର୍ଯ୍ୟକ୍ରମ ଓ ବାହାଘର ସମାରୋହ ପାଇଁ ଯେଉଁ ସରକାରୀ ନିୟମ ରହିଛି ତା’ର ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ,’’ ରେଡ୍‌ ପରେ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ମାର୍କେଟ୍ ବିଲ୍ଡିଂରେ ଚଢ଼ାଉ ସମୟର ଏକ ଦୃଶ୍ୟ


ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଓ କଟକ ମୁନିସିପାଲ କର୍ପୋରେସନ ସହିତ ମିଶି ପୋଲିସ କାର୍ଯ୍ୟାନୁଷ୍ଠାନ କରିବ । ‘‘ବି.ଏମ୍‌.ସି.କୁ ସହାୟତା ଯୋଗାଇ ଦେବା ସହ ପୋଲିସ ଟିମ୍‌ ବି ଅଲଗା କାମ କରୁଛି । ଆଗକୁ ଅତ୍ୟନ୍ତ କଡ଼ାକଡି଼ କରାଯିବ ଚେକିଂ । ମାର୍କେଟ୍‌ ପ୍ଲେସ୍‌, ମଲ୍‌ ଓ ବଡ଼ ବଡ଼ ଦୋକାନ ଭଳି ସ୍ଥାନରେ ଚଢ଼ାଉ ପାଇଁ ଉଦ୍ୟମ କରାଯାଉଛି । ଏଥି ପାଇଁ ପ୍ରତି ଥାନା ସ୍ତରରେ ଗୋଟିଏ ଲେଖାଏଁ ଟିମ୍‌ ସହ ସେଣ୍ଟ୍ରାଲୀ ୧୦ଟି ଟିମ୍‌ ଗଠନ କରାଯାଇଛି । ବି.ଏମ୍‌.ସି. ସହିତ ପୋଲିସ ସହାୟତା କରିବା ସହ ସୁସମନ୍ବିତ ଭାବେ କାର୍ଯ୍ୟ କରୁଛି,’’ କହିଛନ୍ତି ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Belly Dance: ଶନାୟା କପୁର୍ ମସ୍ତିଭରା ବେଲି ଡ୍ୟାନ୍ସ କଲେ; VIDEO ଭାଇରାଲ୍ ହେଉଛି

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ‘‘ବି.ଏମ୍‌.ସି. ସହ ମିସି ପୋଲିସ ଏହି ଚଢ଼ାଉ କରିଛି । ବିଭିନ୍ନ ଥାନା ଅଞ୍ଚଳରେ ମାର୍କେର୍ଟ ବୁଲୁଛି ପୋଲିସ, ଯାଞ୍ଚ କଡ଼ାକଡି଼ କରାଯାଉଛି । ଯେଉଁ ଦୋକାନକୁ ଲୋକେ ଆସୁଛନ୍ତି ସେମାନଙ୍କ ଦାୟିତ୍ୱ କିପରି ସାମାଜିକ ଦୂରତା ଅବଲମ୍ବନ କରିବେ । ନହେଲ ଦୋକାନ ବନ୍ଦ କରାଯିବ,’’ କହିଛନ୍ତି ଦାଶ ।



ଦିନକୁ ଦିନ ଚିନ୍ତା ବଢ଼ାଉଛି କୋଭିଡ ସଂକ୍ରମଣ । ରାଜ୍ୟର ଦୈନିକ ସଂକ୍ରମଣ ୮୦୦ ଛୁଇଁବାକୁ ବସିଲାଣି । ଅଧିକ ପ୍ରଭାବିତ ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଥିବା ବେଳେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣ ଚିନ୍ତା ବଢ଼ାଇଛି ।
Published by:Anand S.T. Das
First published: