ସଟଡାଉନ ବେଳେ କଟକ ସହରରେ ଉତ୍ତେଜନା; କେଶରପୁରରେ ପୋଲିସ ଉପରକୁ ଢେଲାମାଡ଼

କଟକର ବକ୍ସି ବଜାର ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେଠାରେ ବସବାସ କରୁଥିବାରୁ ପ୍ରାୟ ୧୨,୦୦୦ରୁ ଅଧିକ ଲୋକଙ୍କ ଭିତରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସେ ଅଞ୍ଚଳକୁ ସିଲ୍ କରାଯାଇଛି ।

ସଟଡାଉନ ବେଳେ କଟକ ସହରରେ ଉତ୍ତେଜନା; କେଶରପୁରରେ ପୋଲିସ ଉପରକୁ ଢେଲାମାଡ଼
ସଟଡାଉନ୍ ବେଳେ ଜଣେ ନିୟମ ଉଲ୍ଲଙ୍ଘନକାରୀକୁ ପୋଲିସ୍ ଉଠାବସା କରାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ସଟଡାଉନ ଲାଗୁ ହୋଇଥିବା ବେଳେ କୌଣସି କାରଣରୁ ଆଜି କେଶରପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା । ଦୁଇ ଗୋଷ୍ଠି ପରସ୍ପରକୁ ଆକ୍ରମଣ କରିବା ଖବର ପାଇ ସେଠାରେ ପହଞ୍ଚିଥିବା ପୋଲିସ ଫୋର୍ସ୍‌ ଉପରେ ଲୋକେ ଢେଲାମାଡ଼ କରିଥିଲେ ।

କେଶରପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ପାଇ ସେଠାରେ ମଙ୍ଗଳାବାଗ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚିଥିଲେ । ଉତ୍ୟକ୍ତ ଲୋକମାନଙ୍କ ଢେଲା ପଥର ମାଡ଼ରେ କିଛି ପୋଲିସ କର୍ମୀ ଆହତ ହୋଇଥିବାର ସୂଚନା ମିଳିଛି । ଏହା ପରେ ଏହି ଅଞ୍ଚଳରେ ବ୍ୟାପକ ପୋଲିସ ମୟତନ କରାଯାଇଛି ।

‘‘ଲୋକେ ହଠାତ୍‌ ପୋଲିସ୍‌ ଉପରକୁ ଢେଲା ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଘଟଣାର ଭିଜୁଆଲକୁ ଆମେ ଦେଖିବା ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଗତ କାଲି ଭଳି ଆଜି ମଧ୍ୟ ସଟଡାଉନର ପ୍ରଭାବ କଟକ ସହରରେ ଦେଖିବାକୁ ମିଳିଥିଲା । ରାସ୍ତାଘାଟ ସୁନସାନ ଥିବା ବେଳେ ସହରର ଗଳିଗୁଡିକ ମଧ୍ୟ ଖାଁଖାଁ ଥିଲା । କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଥିବା ବକ୍ସି ବଜାର ଅଞ୍ଚଳକୁ ସିଲ କରି ସାନିଟାଇଜ୍ କରିଛି ସ୍ବସ୍ଥ୍ୟ ବିଭାଗ । ଆଜି ରାତି ୮ଟା ପରେ ସଟଡାଉନ ଉଠିବା ପରେ ହଠାତ ଘରୁ ନ ବାହାରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କଟକ ଡିସିପି ।

୪୮-ଘଣ୍ଟିଆ ଟଡାଉନ୍‌ ସମୟରେ କଟକର ରାସ୍ତାଘାଟ ଖାଲି ରହିଥିଲା ।


ସଟଡାଉନ ସମୟରେ ଡ୍ରୋନ କ୍ୟାମେରା ମାଧ୍ୟମରେ ନିଆଯାଇଥିବା ଭିଡିଓରୁ କଟକର ରାସ୍ତାଘାଟ ଖାଁ ଖାଁ ଥିବା ଦେଖିବାକୁ ମିଳିଛି । କେବଳ ପୋଲିସ ଓ ପିସିଆର ଭ୍ୟାନ ହିଁ ଦୃଶ୍ୟମାନ ହେଉଛି । ସହରର ପ୍ରତିଟି ଗଳିକନ୍ଦି ବୁଲି ବୁଲି ପଇନ୍ତରା ମାରୁଛନ୍ତି ପୋଲିସ କର୍ମଚାରୀ । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

କଟକର ବକ୍ସି ବଜାର ଅଞ୍ଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେଠାରେ ବସବାସ କରୁଥିବାରୁ ପ୍ରାୟ ୧୨,୦୦୦ରୁ ଅଧିକ ଲୋକଙ୍କ ଭିତରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସେ ଅଞ୍ଚଳକୁ ସିଲ୍‌ କରାଯାଇଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସାନିଟାଇଜେନ କାର୍ଯ୍ୟକୁ ତଦାରଖ କରିବା ପାଇଁ ୪ ଜଣ ଅଧିକାରୀଙ୍କୁ ଦାୟୀତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ ୧୨ଟି ଡାକ୍ତରୀ ଟିମ ମୁତୟନ କରାଯାଇଛି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ସଟଡାଉନ ଉଠିବା ପରେ ମଧ୍ୟ ସ୍କ୍ରିନିଂ ନ ସରିବା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ସିଲ ନିୟମ ବଳବତ୍ତର ରହିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଡକ୍ଟଟ ଅବିନାଶ ରାଉତ ।

ଆଜି ରାତି ନ'ଟା ବେଳେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଘରେ ରହି ଦୀପ ପ୍ରଜ୍ବଳିତ କରିବା ପାଇଁ ସହରବାସୀ ନିଜ ପ୍ରସ୍ତୁତି ଶେଷ କରିଛନ୍ତି ।
First published: April 5, 2020, 4:13 PM IST
corona virus btn
corona virus btn
Loading