ଭୁବନେଶ୍ୱରରେ ଚାଲିଥିଲା ଧନୀ ଲୋକଙ୍କ ଜୁଆ ଆଡ୍ଡା; ପୋଲିସ ଚଢ଼ାଉ କରି ୯ ଜୁଆଡ଼ିଙ୍କୁ ଗିରଫ କଲା

ଏକ ହୋଟେଲ ଭିତରେ ଚାଲିଥିଲା ଏହି ଜୁଆ କାରବାର l ପୋଲିସର ଚଢାଉ ବେଳେ ହୋଟେଲ ମାଲିକ ଫେରାର ହୋଇଯାଇଥିଲେ । ଲକଡାଉନ ପାଇଁ ହୋଟେଲ ବନ୍ଦ ରଖିବା ନିୟମର ବି ଉଲ୍ଲଙ୍ଘନ ହୋଇଥିଲା ।

ଭୁବନେଶ୍ୱରରେ ଚାଲିଥିଲା ଧନୀ ଲୋକଙ୍କ ଜୁଆ ଆଡ୍ଡା; ପୋଲିସ ଚଢ଼ାଉ କରି ୯ ଜୁଆଡ଼ିଙ୍କୁ ଗିରଫ କଲା
ଗିରଫ ହେବା ପରେ ପୋଲିସ ଗାଡ଼ିରେ ଜୁଆଡ଼ିମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନିର ହାଇପ୍ରୋଫାଇଲ ଅଞ୍ଚଳ ନୟାପଲ୍ଲୀ ଭିଆଇପି କଲେlନୀରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଆଜି ପୋଲିସ ଚଢାଉ କରିଛି ଓ ନଅ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି l ସେମାନଙ୍କ ମଧ୍ୟରେ ଅଛନ୍ତି କିଛି ଠିକାଦାର, କିଛି ବିଲଡର ଓ ଜଣେ ହିରା ବ୍ୟବସାୟୀ l

ପୋଲିସ ରେଡ କରିବା ବେଳେ ଜୁଆ ଖେଳ ଜୋରଶୋରରେ ଚାଲିଥିଲା । ଚେଡ କରି ପୋଲିସ ଏହି ଜୁଆଡ଼ିମାନଙ୍କ ନିକଟରୁ ୧ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଛି l ତା’ ଛଡ଼ା ଘଟଣା ସ୍ଥଳରୁ ତିନୋଟି ଦାମୀ କାର୍‌ –ଫଚ୍ୟୁନର, ହୋଣ୍ଡା ସିଟି ଓ ହୋଣ୍ଡା WVR – ବି ଜବତ କରିଛି ପୋଲିସ l

ସାରା ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ଓ ଲୋକେ ପରସ୍ପର ସହ ସାମାଜିକ ଦୂରତା ରଖି ସଂକ୍ରମଣକୁ ବ୍ୟାପିବାରୁ ରୋକିବାରେ ଲାଗିଥିବା ବେଳେ ଗତ କିଛି ଦିନ ହେଲା ଚାଲିଥିଲା ଏହି ଜୁଆ ଆଡ୍ଡା l ଭିଆଇପି କଲୋନୀରେ ଥିବା ଏକ ଓୟୋ ହୋଟେଲରେ ଚାଲିଥିଲା ଏହି ଜୁଆ କାରବାର l

ଜବତ ହୋଇଥିବା ଟଙ୍କା ଓ ମୋବାଇଲ୍ ଫୋନ୍


ପୋଲିସର ଚଢାଉ ବେଳେ ହୋଟେଲ ମାଲିକ ଫେରାର ହୋଇଯାଇଥିଲେ । ତାଙ୍କୁ ଜଲଦି ନୋଟିସ ଦିଆଯିବ ବୋଲି କହିଛି କମିଶନରେଟ୍‌ ପୋଲିସ l ଗିରଫ ନଅ ଜଣ ବ୍ୟକ୍ତିଙ୍କ ନାମ ରାଜେନ୍ଦ୍ର ମିଶ୍ର, ସନ୍ତେଷ ପଣ୍ଡା, ସୁରେଶ ଦାସ, ଗନ୍ଧର୍ବ ପୃଷ୍ଟି, ରମେଶ ଚନ୍ଦ୍ର ପୃଷ୍ଟି, ରାଜିବ ଓରଫ ସିଲୁ ପ୍ରଧାନ, ଅଜୟ କୁମାର ସାଇଁ, ଲଳିତ ମୋହନ ଦଳେଇ ଓ ସଂକର୍ଶଣ ମିଶ୍ର l

‘‘ଏହି ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡାରେ ସହରର ବେଶ୍‌ କିଛି ଧନାଢ୍ୟ ବ୍ୟକ୍ତି ଲଗାତର ଭାଗ ନେଉଥିଲେ ଓ ହୋଟେଲ ପକ୍ଷରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଉଥିଲା । ଲକଡାଉନ ପାଇଁ ହୋଟେଲ ବନ୍ଦ ରଖିବା ନିୟମକୁ ଏମାନେ ମିଶି ଉଲ୍ଲଙ୍ଘନ କରୁଥିଲେ । ଏହି ଜୁଆ ଖେଳରେ ଅନେକ ଧନୀ ଲୋକ ଟଙ୍କା ଲଗାଉଥିବାର ସୂଚନା ବି ମିଳିଛି,’’ ନିଜ ନାମ ଗୁପ୍ତ ରଖିବାକୁ ଅନୁରୋଧ କରି କହିଛନ୍ତି ଚଢ଼ାଉରେ ସାମିଲ ଥିବା ଜଣେ ପୋଲିସ ଅଧିକାରୀ ।

ଜୁଆଡ଼ିମାନଙ୍କର ଜବତ ହୋଇଥିବା କାର୍


ଜୁଆଡ଼ିମାନଙ୍କ ଠାରୁ ଜବତ ହୋଇଥିବା ମୋବାଇଲ୍‌ ଫୋନଗୁଡ଼ିକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିବ । ସେଥିରୁ ଏହି ଜୁଆ ଆଡ୍ଡା ଓ ଏହାର ନେଟୱାର୍କ ବିଷୟରେ ସବିଶେଷ ତଥ୍ୟ ପୋଲିସକୁ ମିଳିବା ପରେ ଆହୁରି ଅନେକ ଲୋକ ଗିରଫ ହେବେ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 30, 2020, 2:59 PM IST