ଆଉ ଲକଡାଉନରେ ଅଫିସ୍ ଅଛି କହି ଏଣେ ତେଣେ ବୁଲି ହେବନି; କଠୋର ହେଲା ପୋଲିସ

ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କାହାକୁ ପାସ୍ ଦିଆଯାଇ ନାହିଁ । ଯେଉଁ ସଂସ୍ଥାମାନଙ୍କୁ ଅଫିସ୍ ଖୋଲିବାକୁ ଅନୁମତି ମିଳିଛି କେବଳ ସେମାନଙ୍କ କର୍ମଚାରୀମାନେ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ ବୋଲି କହିଛନ୍ତି ପୋଲିସ କମିଶନର ।

ଲକଡାଉନ୍‌ ସମୟରେ ଭୁବନେଶ୍ୱରର ରାସ୍ତା ସବୁ ଖାଲି ରହିଛି ।

ଲକଡାଉନ୍‌ ସମୟରେ ଭୁବନେଶ୍ୱରର ରାସ୍ତା ସବୁ ଖାଲି ରହିଛି ।

  • Share this:
News18 Odia Digital

ଭୁବନେଶ୍ୱର: ଲକଡାଉନ ସମୟରେ ଅଧିକାଂଶ ଲୋକ ନିଜ ଅଫିସର ପରିଚୟ ପତ୍ର ଦେଖାଇ ଏଣେତେଣେ ଘୂରି ବୁଲୁଥିବା ଦେଖାଯାଉଥିବାରୁ ସୋମବାର ଠାରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି କମିଶନରେଟ ପୋଲିସ । ଯେଉଁମାନଙ୍କୁ ଲକଡାଉନ ସମୟରେ ଅଫିସ୍‌ ଯିବାକୁ ଅଛି ସେମାନେ କେବଳ ନିଜ ଘର ଠାରୁ ଅଫିସ୍‌ ପର୍ଯ୍ୟନ୍ତ ସେହି ଆଇ.ଡି. କାର୍ଡ଼ ଦେଖାଇ ଯାଇପାରିବେ । ଅନ୍ୟ କୌଣସି ସ୍ଥାନକୁ ଗଲେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

ଲକଡାଉନ ସମୟରେ କିଛି ଜରୁରୀକାଳୀନ ସେବାରେ ଥିବା ବେସରକାରୀ ସଂସ୍ଥାକୁ ଅଫିସ୍‌ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ସେହି ସଂସ୍ଥାମାନଙ୍କର କର୍ମଚାରୀମାନେ ନିଜ ଅଫିସରୁ ମିଳିଥିବା ଆଇ.ଡି. କାର୍ଡ଼ ଦେଖାଇଲେ ପୋଲିସ ରାସ୍ତାରେ ଅଟକାଇବ ନାହିଁ । ଲକଡାଉନ୍‌ ଆରମ୍ଭ ହେବା ସମୟରୁ କେତେକ ସଂସ୍ଥାର କର୍ମଚାରୀମାନେ ଅଫିସ ଯିବା ବାହାନାରେ ବିଭିନ୍ନ ସ୍ଥାନରେ ଘୂରି ବୁଲୁଥିବା ଦେଖାଯିବାରୁ କଠୋର ହୋଇଛି କମିଶନରେଟ ପୋଲିସ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଆମେ କିଛି ଦିନ ହେବ ଲକ୍ଷ୍ୟ କରୁଛୁ ଲକଡାଉନରେ ଅଫିସ ଯାଉଥିବା ବେସରକାରୀ କର୍ମଚାରୀମାନେ ଅଫିସ ବାଦ୍‌ ଏଣେତେଣେ ଘୂରି ବୁଲୁଛନ୍ତି । ଚେକିଂ ବେଳେ ନିଜ ଆଇ.ଡି. କାର୍ଡ଼ ଦେଖାଇ ଖସି ଯାଉଛନ୍ତି । ତେଣୁ ସେମାନଙ୍କ ପ୍ରତି ଏ ଥର କାର୍ଯ୍ୟନୁଷ୍ଠାନ ନିଆଯିବ । ଯେଉଁ ବେସରକାରୀ ସଂସ୍ଥାଗୁଡି଼କ ଲକଡାଉନ ସମୟରେ ଅଫିସ ଖୋଲା ରଖିଛନ୍ତି ସେମାନଙ୍କ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ କେଉଁଠି, କେତେ ଜଣ କର୍ମଚାରୀ ଲକଡାଉନ ସମୟରେ ଅଫିସ୍‌ ଯାଉଛନ୍ତି, ସେମାନେ କେଉଁଠୁ କେଉଁ ପର୍ଯ୍ୟନ୍ତ ଯିବେ ସେ ସବୁର ତାଲିକା ଡିସିପିଙ୍କ ପାଖରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଝିଅଟି ଅଶ୍ଳୀଳ ଇଙ୍ଗିତର ବିରୋଧ କରିବାରୁ ନାବାଳକ ତାକୁ ନୃଶଂସ ଭାବେ ମାଡ଼ ମାରିଲା; VIDEO ଭାଇରାଲ୍

ସେ ଆହୁରି କହିଛନ୍ତି, ‘‘ଲକଡାଉନ୍‌ ପାଇଁ କାହାକୁ ପୋଲିସ ପକ୍ଷରୁ ପାସ୍‌ ଦିଆଯାଇ ନାହିଁ । ଯେଉଁ ସଂସ୍ଥାମାନଙ୍କୁ ଅଫିସ୍‌ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ସେମାନଙ୍କ କର୍ମଚାରୀମାନେ ଆଇଡି କାର୍ଡ଼ ଦେଖାଇ ଯିବା ଆସିବା କରିପାରିବେ । ତେବେ ଯେଉଁମାନେ ଏଭଳି ସମୟରେ ଡ୍ୟୁଟି କରୁଛନ୍ତି ସେମାନେ ପୋଲିସକୁ ସହଯୋଗ କରିବାକୁ ନିବେଦନ କରାଯାଉଛି ।’’

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ସପ୍ତାହନ୍ତ ସଟଡାଉନ୍‌ ପାଇଁ ବି କଠୋର ହୋଇଛି ପୋଲିସ । ସଟଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ବାଇକ୍‌ ଧରି ଚକ୍କର କାଟୁଥିବା ଅମାନିଆଙ୍କ ବାଇକ ଜବତ କରାଯାଇଛି । ଶନିବାର ଦିନ ଭୁବେନଶ୍ୱରରେ ୨୦ରୁ ଅଧିକ ଅମାନିଆଙ୍କ ବାଇକ୍‌ ଜବତ କରିଛି ପୋଲିସ ।



‘‘ଆମେ ଲୋକଙ୍କୁ ସଚେତନ କଲୁ । ଲକଡାଉନ ସମୟରେ ନିୟମ ମାନି ବାହାରକୁ ବାହାରିବାକୁ ବୁଝେଇଲୁ । ହେଲେ ସଟଡାଉନରେ ବାଇକ ଧରି ବାହାରକୁ ଆସିଲେ । ପଚାରିଲେ କହୁଛନ୍ତି ଅଫିସ ଯାଉଛୁ । ପରେ ପଚରାଉଚରା କରିବା ପରେ ସତ ମାନିଲେ । ଯେଉଁମାନେ ଅମାନିଆ ହୋଇ ବାଇକ ଧରି ବୁଲୁଥିଲେ ସେମାନଙ୍କ ବାଇକ୍‌ ଜବତ କରାଯାଇଛି । ଗାଡି଼ର ଉଚିତ କାଗଜପତ୍ର ଦେଖାଇବା ପରେ ଛଡ଼ାଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
Published by:Anand S.T. Das
First published: