ରାଜ୍ୟରେ ପ୍ରଥମ: ଭୁବନେଶ୍ୱରରେ ପୋଲିସ କନଷ୍ଟେବଲ୍ କରୋନାରେ ସଂକ୍ରମିତ ହେଲେ

ପୁରୀର କୁମ୍ଭାରପଡ଼ା ଥାନାରେ ଜଣେ ଗିରଫ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଥାନାର ଇନ୍ସପେକ୍ଟରଙ୍କ ସମେତ ୩୦ ଜଣ ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ ହୋଇଛି । ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ ।

ରାଜ୍ୟରେ ପ୍ରଥମ: ଭୁବନେଶ୍ୱରରେ ପୋଲିସ କନଷ୍ଟେବଲ୍ କରୋନାରେ ସଂକ୍ରମିତ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ସଶସ୍ତ୍ର ପୋଲିସ ରିଜର୍ଭର ଜଣେ ୩୬ ବର୍ଷୀୟ କନଷ୍ଟେବଲ୍‌ ଭୁବନେଶ୍ୱରରେ କରୋନା ଭାଇରସ୍‌ (COVID-19) ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେ ଏ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ରାଜ୍ୟର ପ୍ରଥମ ପୋଲିସ୍ କର୍ମୀ ।

କନଷ୍ଟେବଲ୍‌ ଜଣକ ଜଣେ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ କମିଶନରଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କନଷ୍ଟେବଲଙ୍କୁ ସତର୍କତାମୂଳକ ପରୀକ୍ଷଣ କରାଯାଇଥିଲା ଓ ସେ ସକାରାତ୍ମକ ଥିବା ଜଣାପଡିଛି ବୋଲି ଅଧିକାରୀ ଜଣକ କହିଛନ୍ତି । ଏହି କନଷ୍ଟେବଲ ଜଣକଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନ ଥିଲା । ତାଙ୍କୁ ଏକ କୋଭିଡ୍‌ କେୟାର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ଭୁବନେଶ୍ୱର ଓ କଟକ ଟ୍ୱିନ୍‌ ସିଟିରେ ଥିବା ଚାରିଟି ପୋଲିସ୍‌ ଡାକ୍ତରଖାନାର ଡାକ୍ତରମାନେ ପ୍ରୋଟୋକଲ୍ ଅନୁସରଣ କରି ସମସ୍ତ ପୋଲିସ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

୪୮ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସୁସ୍ଥ ହେବା ପରେ ସୋମବାର ରାଜ୍ୟ ରାଜଧାନୀକୁ କରୋନା ଭାଇରସ୍ ମୁକ୍ତ ବୋଲି ଘୋଷଣା କରାଯାଇଥିଲା । ହେଲେ ମଙ୍ଗଳବାର ଦିନ ଏହି କନଷ୍ଟେବଲଙ୍କ ସମେତ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟ ପଜିଟିଭ୍ ବ୍ୟକ୍ତିଙ୍କ ବିଷୟରେ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ଆସି ନାହିଁ ।

ପୁରୀ ସହରର କୁମ୍ଭାରପଡ଼ା ଥାନା ଦ୍ୱାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ସୋମବାର କୁମ୍ଭାରପଡ଼ା ଥାନାର ଇନ୍ସପେକ୍ଟରଙ୍କ ସମେତ ୩୦ ଜଣ ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ କରିଛି । ପରୀକ୍ଷଣର ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ ।

ଜିଲ୍ଲା ପ୍ରଶାସନ କୁମ୍ଭାରପଡା ପୋଲିସ ଷ୍ଟେସନ, ପୁରୀ ଜେଲର ବିଚ୍ଛିନ୍ନତା ୱାର୍ଡ ଓ ଅଭିଯୁକ୍ତ ରହୁଥିବା ଡାକ୍ତରଖାନାକୁ ଡିସଇନଫେକ୍ଟ କରିଛି ।

ଓଡ଼ିଶାରେ ଏ  ପର୍ଯ୍ୟନ୍ତ ୯୭୮ ଜଣ ବ୍ୟକ୍ତି କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ ୨୭୭ ଜଣ ଲୋକ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ମହାମାରୀରେ ପାଞ୍ଚ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୬୯୬ଟି ସକ୍ରିୟ ମାମଲା ରହିଛି ।

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 19, 2020, 7:14 PM IST
corona virus btn
corona virus btn
Loading