ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

Police can’t take fine you now if your driving licence is expired | କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସବୁ ଆଇନ୍-ଅନୁପାଳକ ସଂସ୍ଥାମାନଙ୍କୁ କେତେକ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି । କେତେକ ଡକ୍ୟୁମେଣ୍ଟର ବୈଧତା ସରିଯାଇଥିଲେ ବି ତାକୁ ବୈଧ ବୋଲି ଗ୍ରହଣ କରିବାକୁ କୁହାଯାଇଛି ।

ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ
ଟ୍ରାଫିକ୍ ପୋଲିସ ଏବେ ଆପଣଙ୍କ ଚାଲାଣ କାଟିପାରିବ ନାହିଁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ ପ୍ରସାର ରୋକିବା ପାଇଁ କେନ୍ଦ୍ର ସରକାର ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ଡ୍ରାଇଭିଂ ଲାଇସେନ୍ସ (driving licence), ଯାନ ପଞ୍ଜୀକରଣ ପ୍ରମାଣପତ୍ର (vehicle registration certificate) ଓ ଫିଟନେସ୍ ସାର୍ଟିଫିକେଟ୍ (fitness certificate) ଭଳି ଜରୁରୀ ଡକ୍ୟୁମେଣ୍ଟର ନବୀକରଣ (renewal) ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ସବୁ ଆଇନ୍‌-ଅନୁପାଳକ ସଂସ୍ଥାମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ସବୁ ଡକ୍ୟୁମେଣ୍ଟର ଅବଧି ସରିଯାଇଥିଲେ ବି ସେପ୍ଟେମ୍ବର ପର୍ଯ୍ୟନ୍ତ ସେଗୁଡ଼ିକୁ ଗ୍ରହଣ କରାଯାଉ ।

ହେଲେ ଧ୍ୟାନ ଦେବା ଜରୁରୀ ଯେ ଆପଣଙ୍କ ଗାଡ଼ି ସହିତ ଜଡିତ ସବୁ ଡକ୍ୟୁମେଣ୍ଟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ଗାଡିର ପି.ୟୁ.ସି. (ପଲ୍ଲ୍ୟୁସନ୍‌ ଅଣ୍ଡର୍‌ କଣ୍ଟ୍ରୋଲ୍, PUC) ସାର୍ଟିଫିକେଟର ମିଆଦ ପୂର୍ଣ୍ଣ ହୋଇଯାଇଛି, ତାହେଲେ ଏବେ ବି ଏହା ଜରୁରୀ ଯେ ଆପଣ ନୂଆ PUC ପାଇବା ପାଇଁ ନିଜ ଗାଡି ପରୀକ୍ଷା କରାଇନେବା ଉଚିତ ।

ଏହା ବି ପଢ଼ନ୍ତୁଚାଲିଗଲେ ଗାୟିକା ତପୁ ମିଶ୍ର; ତାଙ୍କୁ ଛଡ଼େଇନେଲା ନିଷ୍ଠୁର କରୋନା, ଅପେକ୍ଷା କଲାନି ଉନ୍ନତ ଚିକିତ୍ସା ପର୍ଯ୍ୟନ୍ତ

କେନ୍ଦ୍ର ସରକାର୍‌ ଯେ ଡ୍ରାଇଭିଂ ଲାଇସେନ୍ସ, ଯାନ ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଫିଟନେସ୍ ସାର୍ଟିଫିକେଟ୍ ପାଇଁ ଅବଧି ବଢ଼ାଇଛନ୍ତି ତା’ର ଅର୍ଥ ହେଉଛି ଯଦି ଆପଣଙ୍କୁ ପୋଲିସ୍ କୌଣସି ଯାଞ୍ଚ ବେଳେ ଅଟକାଏ ଓ ଆପଣଙ୍କ ପାଖରେ ଏହି ଡକ୍ୟୁମେଣ୍ଟଗୁଡ଼ିକ ନ ଥାଏ, ତାହେଲେ ପୋଲିସ୍ ଆପଣଙ୍କ ଚାଲାଣ କାଟି ପାରିବ ନାହିଁ ।

ଏହା ବି ପଢ଼ନ୍ତୁ | ନୟାଗଡ଼: ବର୍ଷର ଝିଅକୁ ମୋବାଇଲ୍ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍କରିବା ପରେ ହତ୍ୟା କଲା

ଆପଣ ଏହି ତଥ୍ୟଗୁଡ଼ିକ ଜାଣିରଖିବା ଉଚିତ୍:
- ଏହି ନିୟମ କେବଳ ସେହି ଡକ୍ୟୁମେଣ୍ଟଗୁଡିକ ପାଇଁ ବୈଧ ଯାହାର ଅବଧି ଫେବୃଆରୀ ୨୦୨୦ରୁ ସରିଯାଇଛି କିମ୍ବା ୩୦ ସେପ୍ଟେମ୍ବର ବା ତା’ ପୂର୍ବରୁ ସରିବାକୁ ଅଛି ।
- ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଏହି ନୂଆ ନିୟମ ଲାଗୁ କରିବାକୁ କୁହାଯାଇଛି ଓ ନିର୍ଦ୍ଦେଶ ଦିଆଯାଇଛି ଯେ ପରିବହନ ସେବାରେ ନିୟୋଜିତ କର୍ମଚାରୀମାନେ ଯାତ୍ରୀମାନଙ୍କୁ ଓ ସାଧାରଣ ଲୋକଙ୍କୁ କୌଣସି 'ନିର୍ଯ୍ୟାତନା' ନ ଦେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଅନୁମତି ଦିଅନ୍ତୁ ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ

- କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ମୋଟର ଯାନ ଅଧିନିୟମ, ୧୯୮୮ (Motor Vehicle Act) ସହ ଜଡିତ ଡକ୍ୟୁମେଣ୍ଟଗୁଡିକର ବୈଧତା ସେପ୍ଟେମ୍ବର ୩୦, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।



“ଏଥିରେ ସେହି ସମସ୍ତ ଡକ୍ୟୁମେଣ୍ଟ୍‌ ଅନ୍ତର୍ଭୂକ୍ତ ଯାହାର ବୈଧତା ୧ ଫେବୃଆରୀ, ୨୦୨୦ରୁ ସମାପ୍ତ ହୋଇଯାଇଛି କିମ୍ବା ୩୦ ସେପ୍ଟେମ୍ବର୍‌ ସୁଦ୍ଧା ସମାପ୍ତ ହେବାକୁ ଅଛି । ଏନଫୋର୍ସମେଣ୍ଟ ଅଫିସରମାନଙ୍କୁ ଉପଦେଶ ଦିଆଯାଇଛି ଯେ ସେମାନେ ଏହି ଡକ୍ୟୁମେଣ୍ଟଗୁଡ଼ିକୁ ସେପ୍ଟେମ୍ବର୍‌ ୩୦ ତାରିଖ ପର୍ଯ୍ୟନ୍ତ ବୈଧ ଭାବେ ଗ୍ରହଣ କରନ୍ତୁ,’’ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Published by: Anand ST Das
First published: June 22, 2021, 8:51 PM IST