News18 Odia Digital
ବ୍ରହ୍ମପୁର: କରୋନା ଭାଇରସ୍ ସଂକ୍ରମଣର ଭୟ ଏତେ ଅଧିକ ଯେ ଏହି ଭୟ ଏବେ ଅନେକ ଲୋକଙ୍କ ଭିତରେ ମାନବିକତାକୁ ମାରିଦେଇଥିବା ପରି ଲାଗୁଛି । ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଘଟଣା କରୋନା ଯୋଦ୍ଧାଙ୍କ ପ୍ରତି ଲୋକଙ୍କ ମନରେ ଥିବା ସମ୍ମାନର ଅଭାବର ପ୍ରତୀକ ଭାବେ ସାମନାକୁ ଆସିଛି ।
କୋଦଳା ହସପିଟାଲ ପରିସରରେ ଜଣେ ପୋଲିସ ଏ.ଏସ୍.ଆଇଙ୍କ ମୃତ ଦେହ ଘଣ୍ଟା ଘଣ୍ଟା ପଡ଼ିରହିଥିଲେ ବି କେହି ତାଙ୍କୁ ଉଠାଇବାକୁ ଓ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରିବାକୁ ଆଗେଇ ଆସି ନ ଥିଲେ । ଏିରିକି କରୋନା ଭାଇରସ୍ ସଂକ୍ରମଣ ହେବା ଭୟରେ ଏହି ପୋଲିସ କର୍ମୀଙ୍କ ମର ଶରୀରକୁ ଛୁଇଁବାକୁ ତାଙ୍କ ସ୍ତ୍ରୀ ଓ ପୁଅ ବି ଅମଙ୍ଗ ହୋଇଥିଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖି କରୋନା ଡ୍ୟୁଟିରେ ରହି ସେବା ଯୋଗାଇଦେଉଥିବା ସରକାରୀ ଅଧିକାରୀମାନଙ୍କ ପ୍ରତି ଲୋକଙ୍କ ମନରେ ଥିବା ସମ୍ମାନ ପ୍ରତି ଅନେକ ସନ୍ଦେହ ପ୍ରକାଶ କରିଛନ୍ତି ।

କୋଦଳା ଥାନା
ଭଞ୍ଜନଗର କୋର୍ଟରେ ଡ୍ୟୁଟି କରୁଥିବା ପୋଲିସ ASI ରବିନ୍ଦ୍ର ନାଥ ବେହେରା ଦୀର୍ଘ ବର୍ଷ ହେଲା ବେଗୁନିଆପଡ଼ାରେ ରହିଆସୁଥିଲେ । ଗତ ଚାରି ଦିନ ହେଲା ସେ କାଶ ଓ ଥଣ୍ଡାରେ ପୀଡ଼ିତ ଥିଲେ । ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସପିଟାଲ ଆସିଥିଲେ । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା । ଗତ କାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହା ବି ପଢ଼ନ୍ତୁ: ମଧ୍ୟ ପ୍ରଦେଶ CM ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହେଲେ, ନିଜକୁ କ୍ୱାରେଣ୍ଟାଇନ କଲେ
ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ
କିନ୍ତୁ ସେ କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ତାଙ୍କ ଶବକୁ କେହି ବି ଛୁଇଁ ନ ଥିଲେ । ଏପରିକି ତାଙ୍କ ନିଜ ପରିବାର ଲୋକେ ବି ଶବକୁ ଛୁଇଁ ନ ଥିଲେ । ଏ ଯାଏଁ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ହୋଇନାହିଁ । ପରିବାର ଲୋକଙ୍କର ମଧ୍ୟ ମାନବିକତା ମରିଯାଇଥିବା ବେଳେ ଘଣ୍ଟା ଘଣ୍ଟା ଧରି କୋଦଳା ହସପିଟାଲ ବାହାରେ ପଡ଼ି ରହିଛି ରବିନ୍ଦ୍ରଙ୍କ ମର ଶରୀର l ଏ ଯାଏଁ ହସପିଟାଲରେ କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ନ ଥିବା ଜଣାଯାଇଛି ।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।Published by:Anand Shankar Thankur Das
First published: