ଲକଡାଉନ୍ ରଣନୀତି: ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ମୋଦି

ମୋଦି କରୋନା ଭାଇରସ୍ ମହାମାରୀ ମୁକାବିଲା ପଦ୍ଧତି ଓ ଲକଡାଉନ୍ ବିଷୟରେ ସରକାରଙ୍କ ନିଷ୍ପତ୍ତି ଉପରେ ଆଜିର ସମ୍ବୋଧନରେ ସୂଚନା ଦେବେ ବୋଲି ଆଶା କରାଯାଉଛି । ସେ ଏହା ପୂର୍ବରୁ ଏପ୍ରିଲ ୧୪ରେ ଦେଶକୁ ସମ୍ବୋଧିତ କରିଥିଲେ ।

ଗତ କାଲିର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗତ କାଲିର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବୈଠକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶକୁ ସମ୍ବୋଧିତ କରିବେ। ଦେଶରେ କରୋନା ଭାଇରସ୍ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ମଧ୍ୟରେ ରାଷ୍ଟ୍ରକୁ ଏହା ମୋଦିଙ୍କ ଟତୁର୍ଥ ସମ୍ବୋଧନ ହେବ । ଆଜିର ସମ୍ବୋଧନ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି ।

ମୋଦି କରୋନା ଭାଇରସ୍‌ ମହାମାରୀ ମୁକାବିଲା ପଦ୍ଧତି ଓ ଲକଡାଉନ୍‌ ବିଷୟରେ ସରକାରଙ୍କ ନିଷ୍ପତ୍ତି ଉପରେ ଆଜିj ସମ୍ବୋଧନରେ ସୂଚନା ଦେବେ ବୋଲି ଆଶା କରାଯାଉଛି । ସେ ଏହା ପୂର୍ବରୁ ଏପ୍ରିଲ ୧୪ରେ ଦେଶକୁ ସମ୍ବୋଧିତ କରିଥିଲେ ।

ଲକଡାଉନକୁ ପୂରା ନ ହଟାଇ ବରଂ ଲାଗିଠିବା ବିଭିନ୍ନ ପ୍ରତିବନ୍ଧକକୁ ଧୀରେ ଧୀରେ ହଟାଇବାକୁ ସୋମବାର ଦିନ ଇଙ୍ଗିତ ଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ ଲକଡାଉନର ପ୍ରଥମ ତିନୋଟି ପର୍ଯ୍ୟାୟରେ ଆବଶ୍ୟକ ଥିବା ପଦକ୍ଷେପଗୁଡ଼ିକ ଚତୁର୍ଥରେ ପର୍ଯ୍ୟାୟରେ ଆବଶ୍ୟକତା ନାହିଁ । ନିଜ ରାଜ୍ୟରେ ଲକଡାଉନ୍ ସିଷ୍ଟମକୁ କିପରି ମ୍ୟାନେଜ୍‌ କରାଯିବ ସେ ସମ୍ପର୍କରେ ମେ ୧୫ ସୁଦ୍ଧା ବ୍ୟାପକ ରଣନୀତି ବନେଇବାକୁ ସେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିଥିଲେ ।

ଗତ କାଲିର ବୌଠକରେ ନିଜ ପାଞ୍ଚଟି ପ୍ରସ୍ତାବ ମୋଦିଙ୍କୁ ପଢ଼ି ଶୁଣାଉଛନ୍ତି ନବୀନ ।


ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ଭାଇରସ ମହାମାରୀରୁ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି କହିଥିଲେ ଯେ ଦେଶର ଅର୍ଥନୀତିକୁ ପୁଣି ଥରେ ରାସ୍ତାକୁ ଫେରାଇ ଆଣିବା ପାଇଁ ଏକ ସନ୍ତୁଳିତ ରଣନୀତି ପ୍ରସ୍ତୁତ କରାଯିବା ଆବଶ୍ୟକ ଏବଂ ଗାଁକୁ ଯେମିତି କରୋନା ସଂକ୍ରମଣ ନ ବ୍ୟାପିବ ତା’ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ମାର୍ଚ୍ଚ ୨୫ରୁ ଜାରି ହୋଇଥିବା ୫୪ ଦିନର ଲକଡାଉନ୍‌ ମେ ୧୭ରେ ଶେଷ ହେବାକୁ ଅଛି । କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଲକଡାଉନ୍‌ ଜାରି କରାଯାଇଥିଲା ।

ଏହା ବି ପଢ଼ନ୍ତୁ:  ଆଜି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା କାଲି ଠାରୁ

ମୋଦି ମୁଖ୍ୟ ମନ୍ତ୍ରୀଙ୍କୁ କହିଥିଲେ ଯେ ଦେଶ ସାମନାରେ ଏବେ ଦୁଇଟି ଆହ୍ୱାନ ଅଛି – କରୋନା ଭାଇରସ୍‌ ସଂକ୍ରମଣର ହାର ହ୍ରାସ କରିବା ଓ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଦ୍ୱାରା ଧୀରେ ଧୀରେ ସାର୍ବଜନିକ କାର୍ଯ୍ୟକଳାପ ବୃଦ୍ଧି କରାଇବା । ଏହି ଉଭୟ ଉଦ୍ଦେଶ୍ୟ ହାସଲ କରିବାକୁ ଆମକୁ କାର୍ଯ୍ୟ କରିବାକୁ ପଡିବ ବୋଲି ମୋଦି କହିଥିଲେ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ ମୋଦି କହିଥିଲେ ଯେ ଯେ ପର୍ଯ୍ୟନ୍ତ ଆମେ କରୋନା ଭାଇରସ୍‌ ପାଇଁ ଟିକା କିମ୍ବା ଔଷଧ ନ ପାଇଛୁ ସେ ପର୍ଯ୍ୟନ୍ତ ପରସ୍ପର ଠାରୁ ଦୂରତା ବନେଇ ରଖିବା ଏହି ମହାମାରୀ ସହିତ ଲଢ଼ିବାର ଆମ ପାଖରେ ସବୁ ଠାରୁ ବଡ଼ ଅସ୍ତ୍ର ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହେଲା; ଆଜି ୪ ଟ୍ରେନରେ ଆସିଲେ ୪୭୦୦ ପ୍ରବାସୀ

‘‘ଆମକୁ ବୁଝିବାକୁ ହେବ ଯେ କୋଭିଡ-୧୯ ପରେ ଦୁନିଆ ବଦଳିଯାଇଛି । ବର୍ତ୍ତମାନ ପୃଥିବୀକୁ ବିଶ୍ୱ ଯୁଦ୍ଧ ପରି କରୋନା-ପୂର୍ବ ଓ କରୋନା-ପରର ସମୟ ହିସାବରେ ଦେଖିବାକୁ ହେବ | ଆମେ କିପରି ନିଜର କାର୍ଯ୍ୟ କରିବୁ, ତାହା ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଜୀବନର ନୂଆ ମାର୍ଗ ‘ଲୋକଙ୍କ ଠାରୁ ଦୁନିଆ ପର୍ଯ୍ୟନ୍ତ’ ନୀତିରେ ହେବ,’’ କହିଥିଲେ ମୋଦି ।
Published by:Anand Shankar Thankur Das
First published: