ଭାରତରେ ୩୦ଟି କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି, କହିଲେ ପ୍ରଧାନ ମନ୍ତ୍ରୀ

କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସ୍ଥାପିତ ଭ୍ୟାକ୍ସିନ୍ ଟାସ୍କ ଫୋର୍ସ ଗବେଷଣା ପ୍ରତିଷ୍ଠାନ ଓ ଲାବୋରେଟୋରୀଗୁଡିକୁ ରିସର୍ଚ୍ଚ ଓ ବିକାଶ ପାଇଁ ରୋଗୀର ନମୁନାକୁ ବ୍ୟବହାର କରିବାକୁ ଅନୁମତି ଦେଇଛି ।

ଭାରତରେ ୩୦ଟି କରୋନା ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି, କହିଲେ ପ୍ରଧାନ ମନ୍ତ୍ରୀ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସମଗ୍ର ବିଶ୍ୱକୁ ଘାରିଥିବା କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ପରୀକ୍ଷାମୂଳକ ଭାବେ ଅନେକ ଦେଶ ଔଷଧ ବା ଟୀକା ପ୍ରସ୍ତୁତ କରିବାରେ ଲାଗିଥିବା ବେଳେ ଆମ ଦେଶ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି । କରୋନା ଭାଇରସ ମୁକାବିଲା ପାଇଁ ୩୦ଟି ଭାରତୀୟ ଟିକା ଏବେ ବିକଶିତ ସ୍ତରରେ ପହଞ୍ଚିଛି । ଆଉ ସେଥିମଧ୍ୟରୁ କିଛି ଟ୍ରାଏଲ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଖୋଦ୍ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟୀକା ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରୟାସକୁ ନେଇ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି ।

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କରୋନା ଟୀକା ବିକାଶ ସମ୍ପର୍କରେ ହୋଇଥିବା ଏକ ଟାସ୍କଫୋର୍ସ ବୈଠକରେ ମଙ୍ଗଳବାର ଦିନ ଏହି ଟୀକା ବା ଔଷଧ ତିଆରି କ୍ଷେତ୍ରରେ ଦେଶର ସ୍ଥିତି ଉପରେ ଆଲୋଚନା ହୋଇଥିଲା । କରୋନା ଟୀକା ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ସ୍ଥାପିତ ଭ୍ୟାକ୍ସିନ୍ ଟାସ୍କ ଫୋର୍ସ (ଭିଟିଏଫ୍) ଗବେଷଣା ପ୍ରତିଷ୍ଠାନ ଓ ଲାବୋରେଟୋରୀଗୁଡିକୁ ରିସର୍ଚ୍ଚ ଓ ବିକାଶ ପାଇଁ ରୋଗୀର ନମୁନାକୁ ବ୍ୟବହାର କରିବାକୁ ଅନୁମତି ଦେଇଛି । ସରକାର ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଗବେଷଣା ପାଇଁ ଜୈବ-ନମୁନା ଏବଂ ଡାଟା ସେୟାର କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ।

ଏହି ବୈଠକରେ ବିଶେଷଜ୍ଞମାନେ ପ୍ରଧାନ ମନ୍ତ୍ରୀଙ୍କୁ କହିଛନ୍ତି ଯେ ୩୦ରୁ ଅଧିକ ଭାରତୀୟ ଟୀକା ଉପରେ କାମ କରାଯାଉଛି ଓ ସେଥି ମଧ୍ୟରୁ କିଛି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି । ସଂକ୍ରମଣ ସହ ଲଢିବା ପାଇଁ ଏହିପରି ଅନ୍ୟ ଔଷଧ ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି । ଏହା ବ୍ୟତୀତ ଉଦ୍ଭିଦର ଅବଶିଷ୍ଟାଂଶ ଓ କିଛି ଉତ୍ପାଦଗୁଡିକୁ ମଧ୍ୟ ଆଣ୍ଟି-ଭାଇରସ୍ ଗୁଣ ପାଇଁ ପରୀକ୍ଷା କରାଯାଉଛି ।

ପ୍ରଧାନ ମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ‘‘ଔଷଧ ବିକଶିତ କରିବାରେ କମ୍ପ୍ୟୁଟର ସାଇନ୍ସ, ରସାୟନ ବିଜ୍ଞାନ ଓ ବାୟୋଟେକ୍ନୋଲୋଜି ଭଳି ବୈଜ୍ଞାନିକ ଏକାଠି କାମ କରୁଛନ୍ତି । ଭାରତୀୟ ଟୀକା କମ୍ପାନୀଗୁଡିକ ପ୍ରାରମ୍ଭିକ ପର୍ଯ୍ୟାୟର ଟୀକା ବିକାଶର ରିସର୍ଚ୍ଚ କ୍ଷେତ୍ରରେ ବିଶେଷ ଭାବେ ଉଭା ହୋଇଛନ୍ତି ଓ ସେମାନଙ୍କର ଗୁଣବତ୍ତା, ଉତ୍ପାଦନ କ୍ଷମତା ପାଇଁ ସେମାନେ ବିଶ୍ୱରେ ବେଶ ଜଣାଶୁଣା,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
First published: May 7, 2020, 10:56 PM IST
corona virus btn
corona virus btn
Loading