ଓଡ଼ିଶାରେ ପହଞ୍ଚିଲେ PM ନରେନ୍ଦ୍ର ମୋଦି; ଅମ୍ଫନରେ କ୍ଷୟ କ୍ଷତି ଆକଳନ କରିବେ; ଦେଖନ୍ତୁ ଲାଇଭ୍‌

ଓଡ଼ିଶା ଆସିବା ପୂର୍ବରୁ ପଶ୍ଚିମ ବଙ୍ଗରେ ଅମ୍ଫନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ମୋଦି। ସେ ପଶ୍ଚିମ ବଙ୍ଗ ପାଇଁ ପାଇଁ ୧,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

ଓଡ଼ିଶାରେ ପହଞ୍ଚିଲେ PM ନରେନ୍ଦ୍ର ମୋଦି; ଅମ୍ଫନରେ କ୍ଷୟ କ୍ଷତି ଆକଳନ କରିବେ; ଦେଖନ୍ତୁ ଲାଇଭ୍‌
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ଅଳ୍ପ ସମୟ ତଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବାତ୍ୟା ଅମ୍ଫନରେ ଓଡ଼ିଶାରେ କେତେ କ୍ଷୟକ୍ଷତି ହୋଇଛି ସେ ଆକାଶ ମାର୍ଗରୁ ତା’ର ସ୍ଥିତି ଅନୁଧ୍ୟାନ କରିବେ। ପ୍ରଧାନ ମନ୍ତ୍ରୀଙ୍କ ସାଙ୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ ।

ବାତ୍ୟାଞ୍ଚଳ ପରିଦର୍ଶନ ସାରି ଫେରିବା ପରେ ବିମାନବନ୍ଦର ପରିସରରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ । ରିଲିଫ୍ ଓ ଥଇଥାନ ସମ୍ପର୍କରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ମୋଦି । ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିବେ । ବୈଠକ ସାରି ଦିଲ୍ଲୀ ଫେରିଯିବେ ପ୍ରଧାନ ମନ୍ତ୍ରୀ ।

ଦେଖନ୍ତୁ ଲାଇଭ୍‌



ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଡିଜି ଅଭୟ ବିମାନବନ୍ଦରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଓଡ଼ିଶା ଆସିବା ପୂର୍ବରୁ ପଶ୍ଚିମ ବଙ୍ଗରେ ବାତ୍ୟା ଅମ୍ଫନରେ ପ୍ରଭାବିତ ହୋଇଥିବା ଅଞ୍ଚଳ ସବୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ମୋଦି। ଏହା ପରେ ସେ ପଶ୍ଚିମ ବଙ୍ଗ ପାଇଁ ପାଇଁ ହଜାରେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିବା ପରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ପାଇଁ  ହଜାରେ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି ପିଏମ । ଏଥି ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ । ଆହତଙ୍କୁ ମିଳିବ ୫୦ ହଜାର ଟଙ୍କାର ସହାୟତା ।

କ୍ଷୟକ୍ଷତିର ତ୍ବରିତ ସର୍ଭେ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍‌ ଟିମ ଆସିବେ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି । ପଶ୍ଚିମ ବଙ୍ଗରେ ପୁନରୁଦ୍ଧାର ଓ ପୁନଃନିର୍ମାଣ ପାଇଁ ଯୋଜନା ହେବ । ବାତ୍ୟା ଅମ୍ଫନରେ ପଶ୍ଚିମ ବଙ୍ଗରେ ମୃତ୍ୟୁ ବରଣ କରିଥିବା  ୮୦ ଜଣଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ସଂକଟ ସମୟରେ ଆମେ ବିପନ୍ନ ପରିବାର ସହ ଅଛୁ । ପଶ୍ଚିମବଙ୍ଗକୁ ପୁଣି ଛିଡ଼ା କରିବାକୁ ସବୁ ଉଦ୍ୟମ କରାଯିବ ।

ସକାଳ ପ୍ରାୟ ୧୦ଟାରେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ବାଗତ କରିଥିଲେ । ପ୍ରଧାନ ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବାବୁଲ ସୁପ୍ରିୟୋ ଓ ଦେବଶ୍ରୀ ଚୌଧରୀ ମଧ୍ୟ ଉପସ୍ଥିତ ଥିଲେ । ପରେ ସେ ହେଲକପ୍ଟର ଯୋଗେ ବାତ୍ୟାରେ ସବୁଠ ଅଧିକ କ୍ଷତିଗ୍ରସ୍ତ ୨୪ ପ୍ରଗଣା ଓ ସୁନ୍ଦରବନ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କ ସହ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆକାଶ ମାର୍ଗକୁ ବାତ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ ।
First published: May 22, 2020, 3:07 PM IST
corona virus btn
corona virus btn
Loading