କାଲି ଓଡ଼ିଶା ଆସିପାରନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି । କାଲି ପ୍ରଧାନ ମନ୍ତ୍ରୀ ମୋଦି ବାତ୍ୟା-ପ୍ରଭାବିତ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଯାଇପାରନ୍ତି ।

କାଲି ଓଡ଼ିଶା ଆସିପାରନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ
ନବୀନ ପଟ୍ଟନାୟକ ଓ (ଡାହାଣ) ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଅମ୍ଫନରେ ବ୍ରଭାବିତ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରିବା ପାଇଁ ଆସନ୍ତା କାଲି (ମେ ୨୨, ଶୁକ୍ରବାର) ଓଡ଼ିଶା ଆସିପାରନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ବିଷୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ପ୍ରାଥମିକ ସୂଚନା ଆସିଥିବା ଜଣାପଡ଼ିଛି ।

ଏହି ଯାତ୍ରାରେ ପ୍ରଧାନ ମନ୍ତ୍ରୀ ମୋଦି ଓଡ଼ିଶାର ବାତ୍ୟା-ପ୍ରଭାବିତ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଯାଇପାରନ୍ତି । ତେବେ ଏହି ପରିଦର୍ଶନ ଆକାଶ ମାର୍ଗରେ ହେବ କିମ୍ବା ସଡ଼କ ମାର୍ଗରେ ସେ ନେଇ ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ ପ୍ରଧାନ ମନ୍ତ୍ରୀଙ୍କ ବାତ୍ୟାଗ୍ରସ୍ତ ଜିଲ୍ଲା ପରିଦର୍ଶନ ହେଲିକପ୍ଟର ଯୋଗେ ଆକାଶ ମାର୍ଗରେ ହିଁ ହେବ ।

ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ଏକ ସୁରକ୍ଷା ବୈଠକ ବସିଥିଲା । ଏହି ବୈଠକରେ ପୋଲିସ କମିସନର ଓ ଗୁଇନ୍ଦା ନିର୍ଦେଶକ ରାଜଧାନୀ ଓ ବାତ୍ୟାଗ୍ରସ୍ତ ଜି୍ଲାଗୁଡ଼ିକର ସୁରକ୍ଷା ସମୀକ୍ଷା କରିଥିଲେ ବୋଲି ସୂଚନା ମିଳିଛି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି ।


ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବାତ୍ୟା ଅମ୍ଫନରେ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି କ୍ଷୟକ୍ଷତି । ଅଧିକ କ୍ଷତିଗ୍ରସ୍ତ ହୋଇଛି ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର । ଏବେ ଏହି ସବୁ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରୁଛି ପ୍ରଶାସନ । ତେବେ ବାତ୍ୟାରେ କୌଣସି ଜୀବନ ହାନି ହୋଇନାହିଁ । ବଡ଼ ବଡ଼ ଗଛ ଉପୁଡ଼ିଛି, କଚ୍ଚାଘର ଭାଙ୍ଗିଛିଓ ବିଜୁଳି ଖୁଣ୍ଟ ଉପୁଡ଼ିଛି । ବହୁ ଫସଲ ନଷ୍ଟ ହୋଇଛି ।

ବାତ୍ୟା 'ଅମ୍ଫନ' କ୍ଷୟକ୍ଷତିର ପ୍ରାଥମିକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟାରେ ୮୯ଟି ବ୍ଲକର ୧,୫୦୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ୪୪ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏକ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ କୃଷି କ୍ଷୟକ୍ଷତିର ଆକଳନ ଦୁଇ ଦିନରେ ସରିବ ବୋଲି ଜଣାଯାଇଛି ।

ବାତ୍ୟା ଅମ୍ଫନ ଯୋଗୁଁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୪୪ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା । ସେସୁର ୨୬, ନେସ୍କୋର ୧୬ ଓ ସାଉଥ୍‌କୋର ୨ ଲକ୍ଷ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ସମସ୍ତ ଜରୁରୀ ସେବାକୁ ଗତ କାଲି ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯାଇଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି ନେସ୍କୋର ୧୫୮ଟି ଟିମ୍‌ । ତେବେ ଆସନ୍ତା ଦୁଇ ଦିନରେ ନେସ୍କାର ୯୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବ । ସପ୍ତାହେ ଭିତରେ ବାକି ୧୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 6:44 PM IST
corona virus btn
corona virus btn
Loading