କରୋନା ମୁକାବିଲା ଓ ଲକଡାଉନ୍ ବିଷୟରେ ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନ ମନ୍ତ୍ରୀ

ସମଗ୍ର ଦେଶରେ କରୋନା ହଟ୍ ସ୍ପଟ୍ ଭାବରେ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକ ଅଧିକ କଡ଼ାକଡ଼ି ଭାବେ ଲକଡାଉନକୁ ପାଳନ କରାଯିବାକୁ ଯୋଜନା ହେଉଛି, ଆଉ ସୁରକ୍ଷିତ ଜିଲ୍ଲା ତଥା ରାଜ୍ୟମାନଙ୍କୁ କିଛି ଛାଡ଼ ଦିଆଯାଇପାରେ ।

କରୋନା ମୁକାବିଲା ଓ ଲକଡାଉନ୍ ବିଷୟରେ ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେଲେ ପ୍ରଧାନ ମନ୍ତ୍ରୀ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନସିଂ ଜରିଆରେ ଶନିବାର ଦିନ ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ବୈଠକ କରିଥିଲେ ।
  • News18 Odia
  • Last Updated: April 11, 2020, 1:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ (କୋଭିଡ-୧୯)ରେ ଲଗାତର ହେଉଥିବା ବୃଦ୍ଧି ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଥିବା ଦେଶବ୍ୟାପୀ ଲକଡାଉନ୍‌ ଏପ୍ରିଲ ୧୪ ପରେ ବି ଜାରି ରହିବ ବୋଲି ସରକାରଙ୍କ ସୂତ୍ରରୁ ଜଣା ପଡ଼ିଛି । ଆଜି ଦେଶର କରୋନା ଭାଇରସ୍‌ ମୁକାବିଲା ବିଷୟରେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫେରେନସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନ ମନ୍ତ୍ରୀ ।

ମୋଦିଙ୍କ ମୁହଁରେ ମାସ୍କ ଥିଲା

ଏହି ବୈଠକରେ ମୋଦି ନିଜ ମୁହଁରେ ଏକ ମାସ୍କ ପିନ୍ଧିଥିବା ଦେଖାଯାଇଥିଲା । ସେ କରୋନା ଭାଇରସର ମୁକାବିଲା ପାଇଁ ଓ ଲକଡାଉନର ଅବଧି ବଢ଼େଇବା ବିଷୟରେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ପରାମର୍ଶ ମାଗିଥିଲେ । ଏହି ବୈଠକରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବି ଉପସ୍ଥିତ ଥିଲେ । ବୈଠକ ପରେ ମୋଦି କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ମିଶି କାମ କରିବାର ଆବଶ୍ୟକତା ରହିଛି ଓ ମୁଖ୍ୟ ମନ୍ତ୍ରୀମାନେ ଦେଇଥିବା ପରାମର୍ଶକୁ ବିଚାରକୁ ନିଆଯିବ ।

‘‘ଯଦି ଆମେ ସମସ୍ତେ ମିଶି ଗୋଟିଏ ରଣନୀତି ଆପଣାଇବା, ତାହେଲେ ଆମେ କରୋନା ଭାଇରସକୁ ନିଶ୍ଚୟ ହରାଇପାରିବା,’’ ଏହି ବୈଠକରେ କହିଥିଲେ ମୋଦି ।

ଲକଡାଉନ୍‌ ଉପରେ ଆଲୋଚନା

ନ୍ୟୁଜ୍ ୧୮କୁ ବରିଷ୍ଠ ସରକାରୀ ସୂତ୍ର କହିଛନ୍ତି ଯେ ସମଗ୍ର ଭାରତରେ ହଟସ୍ପଟ୍ ଭାବରେ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକ ଅଧିକ କଡ଼ାକଡ଼ି ଭାବେ ଲକଡାଉନକୁ ପାଳନ କରାଯିବାକୁ ଯୋଜନା ହେଉଛି, ଆଉ ସୁରକ୍ଷିତ ଜିଲ୍ଲା ତଥା ରାଜ୍ୟମାନଙ୍କୁ କିଛି ଆରାମ ପାଇଁ ଅନୁମତି ଦିଆଯିବ, ହେଲେ ସମସ୍ତ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ପାଳନ କରାଯିବ । ଏ ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ଆଧିକାରିକ ରୂପରେ ଦିନେ ଦୁଇ ଦିନ ଭିତରେ ଦେଶବାସୀଙ୍କୁ ଜଣେଇ ଦିଆଯିବ ବୋଲି କୁହାଯାଉଛି ।

ଏହି ବୈଠକରେ ସମସ୍ତେ ମିଶି ଗୋଟିଏ ରଣନୀତି ଆପଣାଇବା ପାଇଁ କହିଛନ୍ତି ମୋଦି ।


ମୃତ୍ୟୁ ସଂଖ୍ୟା ୨୩୯ ହେଲାଣି

ଏ ପର୍ଯ୍ୟନ୍ତ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭,୪୪୭ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ୧,୦୩୫ ନୂଆ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୪୦ଟି ମୃତ୍ୟୁ ଘଟିଛି । ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ି ୨୩୯ ହୋଇଛି ଓ ପଜିଟିଭ୍ ଲୋକଙ୍କ ସଂଖ୍ୟା ୭,୪୪୭କୁ ବୃଦ୍ଧି ପାଇଛି । ଏବେ ୬,୫୬୫ ଜଣ ଆକ୍ରାନ୍ତ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଲୱାଡ଼ା ମଡେଲର ସଫଳତା

ଦେଶରେ ଅନେକ ପ୍ରଭାବିତ ଜିଲ୍ଲା ବର୍ତ୍ତମାନ ଭିଲୱାଡ଼ା ମଡେଲକୁ ଅନୁକରଣ କରୁଛନ୍ତି । ରାଜସ୍ଥାନର ଭିଲୱାଡ଼ାରେ ବ୍ୟାପକ ସ୍କ୍ରିନିଂ ଓ କଡ଼ା ଲକଡାଉନ୍ ପଦକ୍ଷେପ ଯୋଗୁଁ କରୋନା ଭାଇରସ୍ ମାମଲା ହ୍ରାସ ପାଇଛି । ନ୍ୟୁଜ୍ 18 ସହିତ କଥାବାର୍ତ୍ତା କରି ଭିଲୱାଡ଼ାର ଏସ୍‌.ଡି.ଏମ୍. ଟିନା ଡାବି କହିଛନ୍ତି ଯେ କଠିନ ପଦକ୍ଷେପଗୁଡ଼ିକ ନ ନିଆଯାଇଥିଲେ ଏହି ଜିଲ୍ଲାରେ ପରିସ୍ଥିତି ସହଜରେ “ଇଟାଲୀ ରାସ୍ତାରେ” ଯାଇଥାଆନ୍ତା । ଦେଶର ଭାଇରସ୍ ହଟସ୍ପଟରେ ଭିଲୱାଡ଼ା ମଡେଲ୍‌ ଅନୁସରଣ କରାଗଲେ ସୁଫଳ ମିଳିବ ବୋଲି ସେ କହିଛନ୍ତି ।
First published: April 11, 2020, 1:07 PM IST
corona virus btn
corona virus btn
Loading