ଓଡ଼ିଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; ଆକାଶରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରେ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି । ଏବେ ପ୍ରଧାନ ମନ୍ତ୍ରୀ ମୋଦି ବାତ୍ୟା-ପ୍ରଭାବିତ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲର ସ୍ଥିତି ଆକାଶ ମାର୍ଗରୁ ଦେଖିବେ ।

ଓଡ଼ିଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; ଆକାଶରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ
ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଅମ୍ଫନରେ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପରିଦର୍ଶନ କରିବା ପାଇଁ ଶୁକ୍ରବାର (ମେ ୨୨) ଓଡ଼ିଶା ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ବିଷୟରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟକୁ ପ୍ରାଥମିକ ସୂଚନା ଆସିବା ପରେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ସୂଚନା ଦେଇଛି ।

ଏହି ଗସ୍ତରେ ପ୍ରଧାନ ମନ୍ତ୍ରୀ ମୋଦି ଓଡ଼ିଶାର ବାତ୍ୟା-ପ୍ରଭାବିତ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଆକାଶ ମାର୍ଗରେ ପରିଦର୍ଶନ କରିବେ ଓ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ । ହେଲିକପ୍ଟର ଯୋଗେ ଏହି ସର୍ଭେ ପରେ ପ୍ରଧାନ ମନ୍ତ୍ରୀ ରାଜ୍ୟର ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ । ଏହି ବୈଠକରେ ସେ ରିଲିଫ୍ ଓ ଥଇଥାନ ସମ୍ପର୍କରେ ଆଲୋଚନା କରିବେ । ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ସୂଚୀ ଅନୁଯାୟୀ ସେ ଶୁକ୍ରବାର ସକାଳ ୧୦ଟାରେ କୋଲକାତାରେ ପହଞ୍ଚିବେ । ଓଡ଼ିଶା ପୂର୍ବରୁ ପ୍ରଧାନ ମନ୍ତ୍ରୀ ପଶ୍ଚିମ ବଙ୍ଗରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି ।


ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ସୁରକ୍ଷା ବୈଠକ ବସିଥିଲା । ଏହି ବୈଠକରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଓ ଆଇନ ଶୃଙ୍ଖଳା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଧିକାରୀମାନେ ଭୁବନେଶ୍ୱର ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ସହିତ ରାଜଧାନୀ ଓ ବାତ୍ୟାଗ୍ରସ୍ତ ଜି୍ଲାଗୁଡ଼ିକର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ ।

ଏହା ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ କମିସନର ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥା ଅନୁ୍ଧ୍ୟାନ କରିଥିଲେ । ପ୍ରଧାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ କି ପ୍ରକାର ବନ୍ଦୋବସ୍ତ ହୋଇଛି ତାହା ଅନୁଧ୍ୟାନ କରିଥିଲେ ସେମାନେ ।

ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବାତ୍ୟା ଅମ୍ଫନରେ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି କ୍ଷୟକ୍ଷତି । ଅଧିକ କ୍ଷତିଗ୍ରସ୍ତ ହୋଇଛି ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର । ଏବେ ଏହି ସବୁ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରୁଛି ପ୍ରଶାସନ । ତେବେ ବାତ୍ୟାରେ କୌଣସି ଜୀବନ ହାନି ହୋଇନାହିଁ । ବଡ଼ ବଡ଼ ଗଛ ଉପୁଡ଼ିଛି, କଚ୍ଚାଘର ଭାଙ୍ଗିଛିଓ ବିଜୁଳି ଖୁଣ୍ଟ ଉପୁଡ଼ିଛି । ବହୁ ଫସଲ ନଷ୍ଟ ହୋଇଛି ।

ବାତ୍ୟା ଅମ୍ଫନ କ୍ଷୟକ୍ଷତିର ପ୍ରାଥମିକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟାରେ ୮୯ଟି ବ୍ଲକର ୧,୫୦୦ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ୪୪ ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଦୁଇ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏକ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ କୃଷି କ୍ଷୟକ୍ଷତିର ଆକଳନ ଦୁଇ ଦିନରେ ସରିବ ବୋଲି ଜଣାଯାଇଛି ।

ବାତ୍ୟା ଅମ୍ଫନ ଯୋଗୁଁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୪୪ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା । ସେସୁର ୨୬, ନେସ୍କୋର ୧୬ ଓ ସାଉଥ୍‌କୋର ୨ ଲକ୍ଷ ଗ୍ରାହକ ପ୍ରଭାବିତ ହୋଇଛନ୍ତି । ସମସ୍ତ ଜରୁରୀ ସେବାକୁ ଗତ କାଲି ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ କରାଯାଇଛି ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରୁଛନ୍ତି ନେସ୍କୋର ୧୫୮ଟି ଟିମ୍‌ । ତେବେ ଆସନ୍ତା ଦୁଇ ଦିନରେ ନେସ୍କାର ୯୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବ । ସପ୍ତାହେ ଭିତରେ ବାକି ୧୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 21, 2020, 10:39 PM IST
corona virus btn
corona virus btn
Loading