ଅମ୍ଫାନରେ କ୍ଷତି: ଓଡ଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନ ମନ୍ତ୍ରୀ ମୋଦି

ଆକାଶମାର୍ଗରୁ ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ବାତ୍ୟାଞ୍ଚଳ ସ୍ଥିତି ଦେଖିବା ପରେ କ୍ଷୟକ୍ଷତିର ବିସ୍ତୃତ ଆକଳନ ପାଇଁ ଖୁବ ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବ ବୋଲି କହିଛନ୍ତି ମୋଦି ।

ଅମ୍ଫାନରେ କ୍ଷତି: ଓଡ଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନ ମନ୍ତ୍ରୀ ମୋଦି
ସମୀକ୍ଷା ବୈଠକରେ ମୋଦିଙ୍କ ସହ ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲିକପ୍ଟର ଯୋଗେ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଭୁବନେଶ୍ୱରରେ ଏକ ସମୀକ୍ଷା ବୈଠକରେ ପ୍ରଧାନ ମନ୍ତ୍ରୀ ଏହି ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି ।

ବାତ୍ୟା ଅମ୍ଫନର ସଫଳ ମୁକାବିଲା କରିଥିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନ ମନ୍ତ୍ରୀ । ସେ  କହିଛନ୍ତି: ’’ବିପର୍ଯ୍ୟୟ ବେଳେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ । ଓଡ଼ିଶାବାସୀ ମଧ୍ୟ ବାତ୍ୟାକୁ ଧୈର୍ଯ୍ୟର ସହ ସାମ୍ନା କରିଛନ୍ତି ।’’

ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଦେଖିବା ସହ ସମୀକ୍ଷା ବୈଠକରେ ସ୍ଥିତିର ସମ୍ପୂର୍ଣ୍ଣ ସମୀକ୍ଷା କରିଥିବା କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି । ତେବେ କ୍ଷୟକ୍ଷତିର ତ୍ବରିତ୍ ଆକଳନ ପାଇଁ ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ପ୍ରଧାନ ମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି । ତୁରନ୍ତ ରାଜ୍ୟ ସରକାର କ୍ଷତି ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱରରେ ବିମାନରୁ ଓହ୍ଲାଇବା ପରେ ମୋଦିଙ୍କୁ ସ୍ୱାଗଚ କରୁଛନ୍ତି ନବୀନ ଓ ରାଜ୍ୟପାଳ ଗଣେଷୀ ଲାଲ ।


ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ଭୁବନେଶ୍ବର ଏୟାରପୋର୍ଟ ପରିସରରେ ସମୀକ୍ଷା ବୈଠକ କରିଥିଲେ ପ୍ରଧାନ ମନ୍ତ୍ରୀ । ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାଷ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ପ୍ରଧାନ ମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ପଶ୍ଚିମ ବଙ୍ଗରେ ବାତ୍ୟା ସ୍ଥିତି ବୁଲି ଦେଖିଥିଲେ । ପଶ୍ଚିମ ବଙ୍ଗ ପାଇଁ ସେ ୧,୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ସେଠାରେ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କେନ୍ଦ୍ରୀୟ ସହାୟତା ବି ଘୋଷଣା କରିଛନ୍ତି । ତାଙ୍କ ସାଥିରେ ଥିଲେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ଓ ଚାରି ଜଣ କେନ୍ଦ୍ର ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 6:46 PM IST
corona virus btn
corona virus btn
Loading