କରୋନା ମୁକାବିଲା: ସବୁ ମୁଖ୍ୟ ମନ୍ତ୍ରୀଙ୍କ ସହ ଏପ୍ରିଲ୍ ୨୭ରେ ବୈଠକ କରିବେ ପ୍ରଧାନ ମନ୍ତ୍ରୀ ମୋଦି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୮୬ ଜଣ ନୂଆ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୪୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଭାରତରେ ମୃତ୍ୟୁ ସଂଖ୍ୟା ୬୫୨କୁ ବୃଦ୍ଧି ପାଇଛି ।

କରୋନା ମୁକାବିଲା: ସବୁ ମୁଖ୍ୟ ମନ୍ତ୍ରୀଙ୍କ ସହ ଏପ୍ରିଲ୍ ୨୭ରେ ବୈଠକ କରିବେ ପ୍ରଧାନ ମନ୍ତ୍ରୀ ମୋଦି
ଏପ୍ରିଲ୍‌ ୧୧ ବୈଠକରେ ମାସ୍କ ପିନ୍ଧିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।
  • News18 Odia
  • Last Updated: April 22, 2020, 7:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୭ ସୋମବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କରୋନା ଭାଇରସ୍‌ ମହାମାରୀ ବିଷୟରେ କଥାବାର୍ତ୍ତା କରିବେ। ଏହା ପୂର୍ବରୁ ଏହି ମହାମାରୀ ଓ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମୋଦି ଏହି ପରି ଦୁଇଟି ସମ୍ମିଳନୀ ଆୟୋଜିତ କରିସାରିଛନ୍ତି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୮୬ ଜଣ ନୂଆ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୪୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଭାରତରେ ମୃତ୍ୟୁ ସଂଖ୍ୟା ୬୫୨କୁ ବୃଦ୍ଧି ପାଇଛି ।

କରୋନା ଭାଇରସ୍ ସହିତ ଲଢ଼ୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ପୃଷ୍ଠଭୂମିରେ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ଏକ ଅର୍ଡ଼ିନାନ୍ସକୁ ଅନୁମୋଦନ କରିଛି । ଏହା ଅନୁସାରେ ସେମାନଙ୍କ ବିରୋଧରେ ହିଂସା ପ୍ରଦର୍ଶନକୁ ଏକ ଧର୍ତ୍ତବ୍ୟ ଓ ଜାମିନହୀନ ଅପରାଧ ଭାବେ ଗଣାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ସେ କହିଛନ୍ତି ଯେ ପ୍ରସ୍ତାବିତ ନିୟମ ଅନୁଯାୟୀ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ଆଘାତ କିମ୍ବା ସମ୍ପତ୍ତି ନଷ୍ଟ କିମ୍ବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ କରାଯିବ ।ଏହି ଅର୍ଡ଼ିନାନ୍ସ ମହାମାରୀ ରୋଗ ଆଇନ, ୧୯୮୭କୁ ସଂଶୋଧନ କରି ଅଣାଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଜି କହିଛି ଯେ ଏପ୍ରିଲ ୧୫ରେ ଅଫିସରେ ଯୋଗ ଦେଇଥିବା ଜଣେ କର୍ମଚାରୀ କୋଭିଡ-୧୯ ପାଇଁ ପଜିଟିଭ ପରୀକ୍ଷିତ ହୋଇଛନ୍ତି । ଏହି କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ ସତର୍କତା ଭାବରେ ଆତ୍ମ-ବିଚ୍ଛିନ୍ନ ହେବାକୁ କୁହାଯାଇଛି ବୋଲି ଏଥିରେ କୁହାଯାଇଛି ।
First published: April 22, 2020, 7:00 PM IST
corona virus btn
corona virus btn
Loading