News18 Odia Digital
ନୂଆ ଦିଲ୍ଲୀ / ବାରାଣାସୀ: ଭାରତରେ କରୋନା ଭାଇରସର (Coronavirus In India) ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସୁଥିବା ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ବିଭିନ୍ନ ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ୍, ରାଜ୍ୟ ସରକାର ଓ ଡାକ୍ତର ତଥା ଡାକ୍ତରୀ କର୍ମଚାରୀଙ୍କ ସହ ନିରନ୍ତର ଆଲୋଚନା କରୁଛନ୍ତି । ଏହି ପର୍ଯ୍ୟାୟରେ ସେ ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣାସୀରେ (Varanasi) ମେଡିକାଲ୍ କର୍ମଚାରୀ ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ସହ ଏକ ସଂଳାପ କରିଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ମେ ମାସରେ ହୋଇଥିବା ଏହି ବାର୍ତ୍ତାଳାପ ସମୟରେ ସେମାନଙ୍କୁ ଧନ୍ୟବାଦ ଦେଉଥିବା ବେଳେ ପ୍ରଧାନ ମନ୍ତ୍ରୀ ଭାବପ୍ରବଣ ହୋଇଯାଇଥିବା ଦେଖାଯାଇଥିଲା ।
ପ୍ରଧାନ ମନ୍ତ୍ରୀ ମୋଦୀ ନିଜ ସମ୍ବୋଧନର ଆରମ୍ଭରେ ସେ କହିଥିଲେ ଯେ ଦେଶ କରୋନା ବିରୁଦ୍ଧରେ ଏକ ଶକ୍ତିଶାଳୀ ଲଢ଼େଇ ଲଢ଼ିଥିଲେ ବି ଆମେ ନିଜର ଅନେକ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଲୁ ନାହିଁ । ଏହା କହିବା ପରେ ପ୍ରଧାନ ମନ୍ତ୍ରୀ ଭାବପ୍ରବଣ ହୋଇଯାଇଥିଲେ । ତାଙ୍କ ଆଖିଲେ ଲୁହ ଭରିଆସିଥିଲା ଓ ତାଙ୍କ କଷ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ଆଉ ଏବେ ବଡ଼ ପୁଅ
‘‘ଏହି ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି । ମୁଁ ସେହି ସମସ୍ତ ଲୋକଙ୍କୁ ସମ୍ମାନ ଜଣାଉଛି ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି,’’ ଏହା କହିବା ବେଳକୁ ମୋଦିଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବାର କାରଣ
ଏହି ଭର୍ଚ୍ଚୁଆଲ୍ ସମ୍ବୋଧନ ସମୟରେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ପ୍ରଶାସନ ଯେଉଁ ପ୍ରସ୍ତୁତି ଚଳାଇଛି କରୋନା ମାମଲା କମ୍ ହେବା ପରେ ବି ଆମକୁ ସେମିତି ଫିଟ୍ ରହିବାକୁ ପଡି଼ବ ଓ ପରିସଂଖ୍ୟାନ ଓ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ପଡ଼ିବ । ସେ କହିଛନ୍ତି ଯେ ଆମର ଏହି ଯୁଦ୍ଧ ସମୟରେ ବ୍ଲାକ୍ ଫଙ୍ଗସ୍ (Black Fungus) ଆଉ ଏକ ନୂଆ ଚ୍ୟାଲେଞ୍ଜ ହୋଇ ସାମନାକୁ ଆସିଛି । ଏହାର ମୁକାବିଲା କରିବା ପାଇଁ ଆବଶ୍ୟକ ସତର୍କତା ଓ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ସେ କହିଥିଲେ।
ଏହା ବି ପଢ଼ନ୍ତୁ | ଏ ଥର ଲକ୍ଡାଉନ୍ରେ ବିବାହ ଓ ବ୍ରତ ସମାରୋହରେ ଭୋଜିଭାତ ମନା; ପ୍ୟାକେଟରେ ଦେଇପାରିବେ ଖାଦ୍ୟ
ଏଇଠି ଦେଖନ୍ତୁ ମୋଦିଙ୍କ ସେହି ସମ୍ବୋଧନ:
‘‘ଗାଁରେ କୋଭିଡ୍ ବିରୋଧରେ ଚାଲିଥିବା ଲଢ଼େଇରେ ଆଶା ଓ ଏ.ଏନ୍.ଏମ୍ ଭଉଣୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ମୁଁ ଚାହେଁ ଯେ ସେମାନଙ୍କର ସାମର୍ଥ୍ୟ ଓ ଅଭିଜ୍ଞତାର ସର୍ବାଧିକ ଲାଭ ଆମେ ଉଠାଇବା । କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ଆମେ ଟିକାକରଣର ସୁରକ୍ଷା ଉପରେ ବି ଧ୍ୟାନ ଦେଇଛୁ । ସେଇଥି ପାଇଁ ଆମର ଆଗ ଧାଡ଼ିରେ କର୍ମୀମାନେ ସୁରକ୍ଷିତ ରହି ଲୋକମାନଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇଛନ୍ତି । ଏହି ସୁରକ୍ଷାକର୍ମୀମାନେ ଆଗାମୀ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବେ,’’ କହିଥିଲେ ମୋଦି ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ୭ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି
ସେ କହିଛନ୍ତି ଯେ ଦେଶର ସବୁ ନାଗରିକ ନିଜ ପାଳି ପଡ଼ିଲେ କରୋନା ଟିକା ନିଶ୍ଚୟ ନେବା ଉଚିତ । ‘‘ଯେଉଁଠି ରୋଗୀ, ସେଇଠି ଚିକିତ୍ସା’ ନୀତିରେ ଅପଣମାନେ ଯେମିତି ମାଇକ୍ରୋ-କଣ୍ଟେନନମେଣ୍ଟ୍ ଜୋନ୍ ବନାଇ ନିଜ ସହର ଓ ଗ୍ରାମାଞ୍ଚଳରେ ଔଷଧ ବିତରଣ କରୁଛନ୍ତି ତାହା ଏକ ଭଲ ପଦକ୍ଷେପ । ଏହି ଅଭିଯାନ ଗ୍ରାମାଞ୍ଚଳରେ ଯଥାସମ୍ଭବ ବ୍ୟାପକ ହେବା ଆବଶ୍ୟକ,’’ କହିଥିଲେ ମୋଦି ।
‘‘ଆମେ ସମସ୍ତେ ନିଜ ସାମୁହିକ ପ୍ରୟାସ ଦ୍ୱାରା ଏହି ମହାମାରୀର ଆକ୍ରମଣକୁ ବହୁ ପରିମାଣରେ ନିୟନ୍ତ୍ରଣ କରିଛୁ । କିନ୍ତୁ ବର୍ତ୍ତମାନ ସନ୍ତୁଷ୍ଟ ହେବାର ସମୟ ନୁହେଁ । ଆମକୁ ବର୍ତ୍ତମାନ ଏକ ଲମ୍ବା ଯୁଦ୍ଧ ଲଢ଼ିବାକୁ ପଡିବ । ବର୍ତ୍ତମାନ ଆମକୁ ବାରାଣସୀ ଓ ପୂର୍ବାଞ୍ଚଳର ଗ୍ରାମାଞ୍ଚଳ ପ୍ରତି ବହୁତ ଧ୍ୟାନ ଦେବାକୁ ପଡି଼ବ,’’ କହିଥିଲେ ପ୍ରଧାନ ମନ୍ତ୍ରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।