ଲକଡାଉନ୍ ଆଉ ବଢ଼ିବ କି? ଆଜି ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନ ମନ୍ତ୍ରୀ ମୋଦି

କରୋନା ସଙ୍କଟ ଭିତରେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଏହା ହେବ ପଞ୍ଚମ ଆଲୋଚନା । ଆଜିର ବୈଠକ ପାଇଁ ପାଖାପାଖି ୬ ଘଣ୍ଟାର ସମୟ ଧାର୍ଯ୍ୟ ହୋଇଛି । ଏଥିରେ ମେ ୧୭ ପରର ପ୍ଲାନ୍ ବିଷୟରେ ଆଲୋଚନା ହେବ ।

ଲକଡାଉନ୍ ଆଉ ବଢ଼ିବ କି? ଆଜି ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନ ମନ୍ତ୍ରୀ ମୋଦି
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ଫଳରେ ଦେଶରେ ଲାଗିଥିବା ଲକଡାଉନ୍‌କୁ ୫୦ ଦିନ ପୂରିବାକୁ ଯାଉଛି । ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ମେ’ ୩ ତାରିଖରୁ ଲାଗୁ କରାଯାଇଥିଲା, ଯାହାର ଅବଧି ମେ' ୧୭ ତାରିଖରେ ଶେଷ ହେଉଛି । ଲକଡାଉନକୁ ଆଉ ବଢାଯିବ କି ନାହିଁ ସେ ବିଷୟରେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ।

କରୋନା ସଙ୍କଟ ଭିତରେ ପ୍ରଧାନ ମନ୍ତ୍ରୀ ଓ ଓଡି଼ଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଏହା ହେବ ପଞ୍ଚମ ଆଲୋଚନା । ଏହି ବୈଠକ ପରେ ହିଁ ସରକାର କରୋନା ମୁକାବିଲା ନେଇ ଆଗାମୀ ରଣନୀତି ସ୍ଥିର କରିବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୩ଟାରେ ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହେବେ ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଏହି ବୈଠକରେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀମାନଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ତେବେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ପୂର୍ବ ବୈଠକ ଗୁଡ଼ିକ ଠାରୁ ଭିନ୍ନ ହେବ । ଏଥର ଦୁଇଟି ସେସନ୍‌ ହେବ । ଯେଉଁଥିରେ ସବୁ ମୁଖ୍ୟ ମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦିଆଯିବ ।

ଏହା ବି ପଢ଼ନ୍ତୁଲକଡାଉନ୍ ଯୋଗୁଁ କ୍ଷୀର ବିକ୍ରି ହୋଇପାରୁନି; ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ

ପୂର୍ବ ବୈଠକରେ ସମୟ କମ୍‌ ଥିବାରୁ ୧୦-୧୧ ଜଣ ମୁଖ୍ୟ ମନ୍ତ୍ରୀ ନିଜ କଥା କହିପାରିଥିଲେ । ପ୍ରଥମ ସେସନ୍‌ ବୈଠକ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ସାଢ଼େ ୫ଟା ଯାଏଁ ଚାଲିବ, ତା' ପରେ ୩୦ ମିନିଟର ବିରତି ରହିବ। ପୁଣି ସଂଧ୍ୟା ୬ଟାରୁ ଆରମ୍ଭ ହେବ ଦ୍ବିତୀୟ ସେସନ୍‌ ।

ଏହା ବି ପଢ଼ନ୍ତୁ: ଶୀଘ୍ର ଖୋଲିବ ରାଜ୍ୟରେ ସବୁ ମଦ ଦୋକାନ; ମଦର ଦାମ୍‌ ୨୫% ପର୍ଯ୍ୟନ୍ତ ବଢ଼ିପାରେ

ଆଜିର ବୈଠକ ପାଇଁ ପ୍ରାୟ ୬ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି । ଆଜିର ବୈଠକରେ ସମସ୍ତଙ୍କ ନଜର ରହିବ ଯେ ମେ' ୧୭ ପରେ କ'ଣ ହେବ ? ଦେଶରେ ଲକ୍‌ଡାଉନ୍‌ ୪ ଲାଗୁ ହେବ ନା ଏବେର ପ୍ଲାନ୍‌ ସହ ଏକ୍‌ଜିଟ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯିବ । ଏବେ ବି ବହୁ ଜିଲ୍ଲାଙ୍କୁ ଜୋନ୍‌ ହିସାବରେ ବଣ୍ଟାଯାଇଛି । ଯଦି ଲକଡାଉନ୍‌ ଆଗକୁ ବଢ଼େ, ତେବେ ଏହା କଣ ଜୋନ୍‌ ଭାବେ ହେବ? ଏମିତି ଅନେକ ପ୍ରଶ୍ନ ଅଛି । ଏ ବିଷୟରେ ଆଜିର ବୈଠକରୁ ନିର୍ଯ୍ୟାସ ବାହାରିବ ବୋଲି ଆଶା କରାଯାଉଛି ।
First published: May 11, 2020, 2:22 PM IST
corona virus btn
corona virus btn
Loading