ପ୍ରଧାନ ମନ୍ତ୍ରୀ ସରପଞ୍ଚମାନଙ୍କୁ କହିଲେ ଏବେ ଡ୍ରୋନରେ ଗାଁର ଜମି ମାପ ହେବ; ୫ଟି ବିଶେଷ କଥା

ଗାଁର ଭିତ୍ତିଭୂମି ମଜବୁତ କରିବା ପାଇଁ ଆଜି ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଗୋଟିଏ ହେଉଛି ଇ-ଗ୍ରାମ ସ୍ୱରାଜ ଡିଜିଟାଇଜେସନ୍ ଯୋଜନା । ଦ୍ୱିତୀୟଟି ମାଧ୍ୟମରେ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ମାଲିକାନା ସ୍କିମ୍ ପ୍ରବର୍ତ୍ତନ ହେବ ।

ପ୍ରଧାନ ମନ୍ତ୍ରୀ ସରପଞ୍ଚମାନଙ୍କୁ କହିଲେ ଏବେ ଡ୍ରୋନରେ ଗାଁର ଜମି ମାପ ହେବ; ୫ଟି ବିଶେଷ କଥା
ସରପଞ୍ଚମାନଙ୍କ ସହ ଭିଡିଓ କନଫେରେନ୍ସିଂରେ କଥା ହେଉଛନ୍ତି ମୋଦୀ ।
  • News18 Odia
  • Last Updated: April 24, 2020, 12:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚାୟତ ରାଜ ଦିବସର ଅଭିନନ୍ଦନ ଜଣାଇ କହିଛନ୍ତି ଯେ କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ବଦଳାଇ ଦେଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ସରପଞ୍ଜ ଟେକ୍ନୋଲୋଜି ସହିତ ସଂଯୁକ୍ତ ହୋଇ କାମ କରୁଛନ୍ତି । ପୁରସ୍କାର ପାଇଥିବା ପଞ୍ଚାୟତମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

‘‘ଏ କଥା ସତ ଯେ ଅନେକ ପ୍ରତିବନ୍ଧକ ଅଛି, ସମସ୍ୟା ଅଛି, କିନ୍ତୁ ସଂକଳ୍ପର ଶକ୍ତି ଦେଖାଇ ନୂଆ ଶକ୍ତି ସହିତ ଆଗକୁ ବଢ଼ିବା ଓ ନୂଆ ଉପାୟ ଖୋଜି ଦେଶକୁ ବଞ୍ଚାଇବା ଓ ଦେଶକୁ ଆଗକୁ ବଢ଼ାଇବାର କାର୍ଯ୍ୟ ମଧ୍ୟ କ୍ରମାଗତ ଭାବରେ ଚାଲିଛି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ ।

ଆସନ୍ତୁ ଜାଣିବା ପ୍ରଧାନ ମନ୍ତ୍ରୀ ମୋଦୀ ପଞ୍ଚାୟତମାନଙ୍କୁ କହିଥିବା ବିଶେଷ କଥା:

୧. -ଗ୍ରାମ ସ୍ୱରାଜ ଦ୍ୱାରା ପଞ୍ଚାୟତରେ ସ୍ୱଚ୍ଛତା ସିବ

ଇ-ଗ୍ରାମ ସ୍ୱରାଜ ହେଉଛି ସମସ୍ତ ଗ୍ରାମ ପଞ୍ଚାୟତର ଡିଜିଟାଇଜେସନ୍ ଦିଗରେ ଏକ ପଦକ୍ଷେପ । ଏହା ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛତା ବୃଦ୍ଧି କରିବ ଓ ରେକର୍ଡ ରଖିବା କାମକୁ ସହଜ କରିବ। ଗାଁର ଭିତ୍ତିଭୂମି ମଜବୁତ କରିବା ପାଇଁ ଆଜି ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଗୋଟିଏ ହେଉଛି ଇ-ଗ୍ରାମ ସ୍ୱରାଜ ଏବଂ ଦ୍ୱିତୀୟଟି ମାଧ୍ୟମରେ ପ୍ରତ୍ୟେକ ଗ୍ରାମବାସୀଙ୍କ ପାଇଁ ମାଲିକାନା ସ୍କିମ୍ ପ୍ରବର୍ତ୍ତନ । ଗ୍ରାମ ସ୍ୱରାଜର ମାଲିକାନା ଯୋଜନାରେ ଗ୍ରାମବାସୀଙ୍କୁ ବହୁତ ଲାଭ ହେବ । ଏଥିରେ ଡ୍ରୋନ୍ ମାଧ୍ୟମରେ ପ୍ରତ୍ୟେକ ଜମିର ମ୍ୟାପିଂ କରାଯିବ ।

୨. କରୋନା ଆମକୁ ଆତ୍ମନିର୍ଭରଶୀଳ ହେବାକୁ ବାର୍ତ୍ତା ଦେଇଛି

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌ ମହାମାରୀ ଆମକୁ ଶିକ୍ଷା ମଧ୍ୟ ଦେଇଛି । ସେ କହିଛନ୍ତି ଯେ ଏହି ଅବସରରେ ସେ ସମସ୍ତଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ କରୋନା ଆମକୁ ଶିକ୍ଷା ଦେଇଛନ୍ତି ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ସେ କହିଛନ୍ତି ଯେ ଏହି ସଙ୍କଟ ଶିକ୍ଷା ଦେଇଛି ଯେ ରାଜ୍ୟ ସ୍ତରରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । କରୋନା ଆମକୁ ଶିକ୍ଷା ଦେଇଛନ୍ତି ଯେ ଆମେ ବାହାର ଦେଶମାନଙ୍କ ଉପରେ ନିର୍ଭର କରିବା ଉଚିତ୍ ନୁହେଁ ।

୩. ଗ୍ରାମ ପଞ୍ଚାୟତ ଯେତେ ଶକ୍ତିଶାଳୀ, ଗଣତନ୍ତ୍ର ସେତେ ଶକ୍ତିଶାଳୀ

ଏହି ଅବସରରେ ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମ ପଞ୍ଚାୟତ ଯେତେ ଶକ୍ତିଶାଳୀ ହେବ ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ । ସେ କହିଛନ୍ତି ଯେ ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ଆଜି ସରକାର ୧.୨୫ ଲକ୍ଷରୁ ଅଧିକ ପଞ୍ଚାୟତରେ ବ୍ରୋଡବ୍ୟାଣ୍ଡରେ ପହଞ୍ଚାଇସାରିଛନ୍ତି । ସାଧାରଣ ସେବା କେନ୍ଦ୍ର ଗ୍ରାମଗୁଡିକରେ ପହଞ୍ଚିଛି । ଆଜି ଶସ୍ତା ମୋବାଇଲ୍ ଗାଁରେ ପହଞ୍ଚିଛି ।

୪. ଗ୍ରାମଗୁଡ଼ିକ ସମଗ୍ର ବିଶ୍ୱକୁ ଦୁଇ ଗଜ ଦୂରତାର ମନ୍ତ୍ର ଦେଇଛନ୍ତି

ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗ୍ରାମମାନେ ବିଶ୍ୱକୁ ଅତି ସରଳ ଶବ୍ଦରେ 'ଦୁଇ ଗଜ ଦୂରତା' ବା 'ଦୁଇ ଗଜ ଶାରୀରିକ ଦୂରତା’ର ମନ୍ତ୍ର ଦେଇଛନ୍ତି । ଏହି ମନ୍ତ୍ରର ଅନୁପାଳନ କରିବା ଉପରେ ଗ୍ରାମଗୁଡିକରେ ବହୁତ ଧ୍ୟାନ ଦିଆଯାଇଛି । ଗ୍ରାମ ପଞ୍ଚାୟତମାନଙ୍କ ପ୍ରୟାସ ଯୋଗୁଁ ଆଜି ବିଶ୍ୱରେ ଆଲୋଚନା ହେଉଛି ଯେ ଭାରତ କିପରି କରୋନାକୁ ଜବାବ ଦେଇଛି ।

୫. ଗ୍ରାମଗୁଡିକ ଲୋକମାନଙ୍କୁ ପରମ୍ପରାର ଶକ୍ତି ଦେଖାଇଲା

ଏହି କରୋନା ସଙ୍କଟ ଦେଖାଇଦେଇଛି ଯେ ଭାରତର ଗ୍ରାମରେ ରହୁଥିବା ଲୋକେ ଏହି ସମୟରେ ସେମାନଙ୍କର ରୀତିନୀତି ଓ ପରମ୍ପରାର ପ୍ରଦର୍ଶନ କରିଛନ୍ତି । ଗ୍ରାମମାନଙ୍କରୁ ଆସୁଥିବା ଅପଡେଟଗୁଡ଼ିକ ବଡ଼ ବଡ଼ ପଣ୍ଡିତମାନଙ୍କ ପାଇଁ ବି ପ୍ରେରଣାଦାୟକ ବୋଲି ମୋଦୀ କହିଛନ୍ତି ।
First published: April 24, 2020, 12:47 PM IST
corona virus btn
corona virus btn
Loading