ମୋଦି କହିଲେ: କରୋନା ମାନେ ‘କୋଇ ରୋଡ଼ ପର୍ ନା ନିକ୍‌ଲେ’; ଏପ୍ରିଲ୍‌ ୧୫ ଯାଏଁ ପୂରା ଦେଶରେ ଲକ୍‌ଡାଉନ୍‌

‘‘ଆଜି (ମାର୍ଚ୍ଚ ୨୪) ରାତି ୧୨ଟାରୁ ସମଗ୍ର ଦେଶରେ ଲକଡାଉନ୍ ଲାଗୁ କରାଯାଉଛି । ମୁଁ ହାତ ଯୋଡ଼ି କହୁଛି ଯେ ପ୍ରତି ଭାରତୀୟ ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ,’’ କହିଛନ୍ତି ମୋଦି । କରୋନାକୁ ହରାଇ ଦେଶକୁ ଜିତାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ମୋଦି କହିଲେ: କରୋନା ମାନେ ‘କୋଇ ରୋଡ଼ ପର୍ ନା ନିକ୍‌ଲେ’; ଏପ୍ରିଲ୍‌ ୧୫ ଯାଏଁ ପୂରା ଦେଶରେ ଲକ୍‌ଡାଉନ୍‌
ଦେଶକୁ ଉଦବୋଧନ ବେଳେ ମୋଦି କରୋନାର ପୂରା ରୂପ ଲେଖାଥିବା କାଗଜ ଦେଖାଇଥିଲେ ।
  • News18 Odia
  • Last Updated: March 24, 2020, 8:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଆଜି ରାତି ୧୨ଟାରୁ ସମଗ୍ର ଦେଶରେ ଲକଡାଉନ୍ କରାଯାଉଛି । ଏହି ଲକଡାଉନ୍ ଦେଶରେ ୨୧ ଦିନ ବଳବତ୍ତର ରହିବ । ଏହା ‘ଜନତା କର୍ଫ୍ୟୁ’ ଠାରୁ ଆଉ ପାଦେ ଆଗରେ । ଏହି ପୂରା ଲକଡାଉନ୍ ବି ଏକ ପ୍ରକାରର କର୍ଫ୍ୟୁ ଓ ଏହି ପଦକ୍ଷେପ ପ୍ରତ୍ୟେକ ଭାରତୀୟକୁ ବଞ୍ଚାଇ ରଖିବା ପାଇଁ ନିଆଯାଉଛି ବୋଲି ସେ କହିଛନ୍ତି ।

‘‘କୋ… ରୋ… ନା… କରୋନାର ଅର୍ଥ କୋଇ ରୋଡ଼ ପର୍‌ ନା ନିକଲେ । ଆଜି ଯଦି ଆପଣ ଏହି ୨୧ ଦିନ ନିଜକୁ ନିୟନ୍ତ୍ରିତ ନ କରନ୍ତି, ତେବେ ଦେଶ ୨୧ ଦିନ ବର୍ଷ ପଛକୁ ଚାଲିଯିବ । ବାହାରକୁ ଯିବା କଥା ୨୧ ଦିନ ପାଇଁ ଭୁଲିଯାଆନ୍ତୁ । ଘର ଭିତରେ ହିଁ ରୁହନ୍ତୁ । ମୁଁ ଏ କଥା କେବଳ ପ୍ରଧାନ ମନ୍ତ୍ରୀ ହିସାବରେ ନୁହେଁ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ କହୁଛି,’’ ସନ୍ଧ୍ୟା ୮ଟାରେ ଟେଲିଭିଜନରେ ଆସି ନିଜ ୨୮ ମିନିଟର ଉଦବୋଧନରେ କହିଛନ୍ତି ମୋଦି । ଏହି ସମୟରେ ସେ ଏକ କାଗଜ ଦେଖାଇଥିଲେ  ଯେଉଁଥିରେ ହିନ୍ଦିରେ ‘କୋ-ରୋ-ନା-’ର ପୂରା ରୂପ ଲେଖାଥିଲା ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କରୋନା ଭାଇରସ୍‌ ସମସ୍ୟା ଆଡ଼େ କିଛି ଲୋକଙ୍କ ଅବହେଳା ଓ କିଛି ଲୋକଙ୍କ ଭୁଲ ଚିନ୍ତାଧାରା ‘‘ଆପଣଙ୍କୁ, ଆପଣଙ୍କ ପିଲାମାନଙ୍କୁ, ପିତାମାତାଙ୍କୁ, ଆପଣଙ୍କ ପରିବାରକୁ, ଆପଣଙ୍କର ବନ୍ଧୁମାନଙ୍କୁ ଓ ସମଗ୍ର ଦେଶକୁ ଏକ କଠିନ ପରିସ୍ଥିତିରେ ପକାଇବ ।’’ ଗତ ଦୁଇ ଦିନ ଧରି ଦେଶର ଅନେକ ସ୍ଥାନରେ ଲକଡାଉନ୍ କରାଯାଇଛି ବୋଲି ସେ ପ୍ରସନ୍ନତା ବ୍ୟକ୍ତ କରି ରାଜ୍ୟ ସରକାରମାନଙ୍କର ଏହି ପ୍ରୟାସକୁ ଲୋକେ ଗୁରୁତ୍ୱର ସହ ନେବା ଉଚିତ୍ ବୋଲି କହିଛନ୍ତି ।

‘‘ଆଜି ରାତି ୧୨ଟାରୁ ସମଗ୍ର ଦେଶରେ ଲକଡାଉନ୍ ଲାଗୁ କରାଯାଉଛି । ମୁଁ ହାତ ଯୋଡ଼ି କହୁଛି ଯେ ପ୍ରତି ଭାରତୀୟ ଯେଉଁଠାରେ ଅଛନ୍ତି, ସେଠାରେ ରୁହନ୍ତୁ,’’ କହିଛନ୍ତି ମୋଦି ।
First published: March 24, 2020, 8:45 PM IST