ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି

କରୋନା ଭାଇରସ୍ ସଙ୍କଟ ଓ ଲକଡାଉନକୁ ଏକ ଅଦ୍ୱିତୀୟ ସଙ୍କଟ ବୋଲି କହି ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀକୁ ଭାରତର କରିବା ପାଇଁ ଦେଶକୁ ଆତ୍ମନିର୍ଭରଶୀଳ କରିବା ହିଁ ଏକ ମାତ୍ର ଉପାୟ ।

ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
ଦେଶକୁ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମେ ୧୭ରେ ଲକଡାଉନର ତୃତୀୟ ପର୍ଯ୍ୟାୟ ସମାପ୍ତ ହେବାକୁ ଯାଉଥିବା ବେଳେ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଲକଡାଉନର ପରବର୍ତ୍ତୀ ପର୍ଯ୍ୟାୟ ଭିନ୍ନ ହେବ ଓ ନୂତନ ନିୟମ ଏବଂ ନିର୍ଦ୍ଦେଶାବଳୀ ସହିତ କାର୍ଯଅୟ କରିବ । “ରାଜ୍ୟଗୁଡିକର ପରାମର୍ଶକୁ ଆଧାର କରି ଲକଡାଉନର ଚତୁର୍ଥ ପର୍ଯାୟ ବିଷୟରେ ସୂଚନା ଆପଣଙ୍କୁ ମେ ୧୮ ପୂର୍ବରୁ ଦିଆଯିବ । ଆମେ କରୋନା ସହ ଲଢ଼ିବୁ ଓ ଆଗକୁ ବଢ଼ିବୁ,’’ ପ୍ରଧାନ ମନ୍ତ୍ରୀ କହିଛନ୍ତି ।

କରୋନା ଭାଇରସ୍‌ ସଙ୍କଟ ଓ ଲକଡାଉନକୁ ଏକ ଅଦ୍ୱିତୀୟ ସଙ୍କଟ ବୋଲି କହି ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀକୁ ଭାରତର କରିବା ପାଇଁ ଦେଶକୁ ଆତ୍ମନିର୍ଭରଶୀଳ କରିବା ହିଁ ଏକ ମାତ୍ର ଉପାୟ । ‘‘ଭାରତର ଆତମ୍ନିର୍ଭରଶୀଳତା ପାଞ୍ଚଟି ସ୍ତମ୍ଭ ଉପରେ ଆଧାରିତ ହେବ – ଅର୍ଥନୀତି, ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ଜନସଂଖ୍ୟା ଓ ଚାହିଦା,’’ ସେ କହିଛନ୍ତି ।

“ଯେତେବେଳେ ଭାରତ ଆତ୍ମନିର୍ଭରଶୀଳତା ବିଷୟରେ କହେ, ସେତେବେଳେ ଏହା ଏକ ଆତ୍ମ-କୈନ୍ଦ୍ରିକ ବ୍ୟବସ୍ଥା ବିଷୟରେ କହେ ନାହିଁ । ଭାରତର ଆତ୍ମନିର୍ଭରଶୀଳତାରେ ସମଗ୍ର ବିଶ୍ୱର ସୁଖ, ସହଯୋଗ ଓ ଶାନ୍ତି ପର୍ଯ୍ୟବଶିତ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ସୋମବାର ଭିଡିଓ କନଫେରେନ୍ସ ବୈଠକରେ ନବୀନଙ୍କୁ ଶୁଣୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।


ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ

ଦେଶର କରୋନା ଭାଇରସ୍ ମୁକାବିଲା ପରିସ୍ଥିତି ଉପରେ ଦେଶକୁ ସମ୍ବୋଧିତ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହା ଭାରତର ଜିଡିପିର ୧୦ ପ୍ରତିଶତ ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କୋଭିଡ-୧୯ ସଙ୍କଟ ଆରମ୍ଭ ହେଲା, ସେତେବେଳେ ଗୋଟିଏ ବି PPE କିଟ୍ ଭାରତରେ ଉତ୍ପାଦିତ ହେଉ ନ ଥିଲା ଓ ଦେଶରେ କେବଳ ଅଳ୍ପ କିଛି N95 ମାସ୍କ ଉପଲବ୍ଧ ଥିଲା । ‘‘ବର୍ତ୍ତମାନ ଭାରତରେ ପ୍ରତି ଦିନ ଦୁଇ ଲକ୍ଷ PPE କିଟ୍ ଓ ଦୁଇ ଲକ୍ଷ N95 ମାସ୍କ ଉତ୍ପାଦିତ ହେଉଛି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆଉ ୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୪୩୭

ମାର୍ଚ୍ଚ ୧୯ରେ ଭାରତର କରୋନା ଭାଇରସ୍ ପ୍ରସ୍ତୁତି ଉପରେ ପ୍ରଧାନ ମନ୍ତ୍ରୀ ମୋଦି ପ୍ରଥମେ ଦେଶକୁ ସମ୍ବୋଧିତ କରିଥିଲେ । ମାର୍ଚ୍ଚ ୨୨ରେ ସେ ଗୋଟିଏ ଦିନ ପାଇଁ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ର ପ୍ରସ୍ତାବ ଦେଇଥିଲେ । ଲୋକେ ତାହା ବଡ଼ ଆଗ୍ରହର ସହ ପାଳନ କରିଥିଲେ । ମାର୍ଚ୍ଚ ୨୪ରେ ସେ ଏକ ୨୧-ଦିନିଆ ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଥିଲେ ।

ଏପ୍ରିଲ୍ ୩ରେ ଏକ ଭିଡିଓ ବାର୍ତ୍ତାରେ ମୋଦୀ ଦେଶକୁ ଏପ୍ରିଲ୍ ୫ରେ ଫ୍ରଣ୍ଟଲାଇନ କରୋନା ଯୋଦ୍ଧାମାନଙ୍କ ପାଇଁ ଦୀପ ଜାଳିବା ପାଇଁ କହିଥିଲେ । ପ୍ରଥମ ପର୍ଯାୟ ଲକଡାଉନ୍‌ ଅବଧି ସରିବା ପରେ ଏପ୍ରିଲ୍ ୧୪ରେ ସେ ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇବାର ଘୋଷଣା କରିଥିଲେ ।
First published: May 12, 2020, 9:48 PM IST
corona virus btn
corona virus btn
Loading