ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି

ମୋଦି କହିଛନ୍ତି ଯେ ଭାରତରେ ଏକ ସ୍ବତନ୍ତ୍ର ସଫ୍ଟୱେର ବିକଶିତ କରାଯାଉଛି ଯାହା ସାହାଯ୍ୟରେ କରୋନା ଟିକାର ଷ୍ଟକ୍ ଓ ଟିକା ସମ୍ପର୍କିତ ସବୁ ସୂଚନା ଉପଲବ୍ଧ ହେବ । ଟିକାର ସ୍ଥିତି ଉପରେ ନଜର ରଖିବାକୁ ଏକ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ବି ଗଠନ କରାଯାଇଛି ।

ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • News18 Odia
  • Last Updated: December 4, 2020, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ / ଭୁବନେଶ୍ୱର: ଅପେକ୍ଷା ଆଉ ଅଳ୍ପ ଦିନର । ମାତ୍ର କେଇଟା ସପ୍ତାହରେ ଦେଶରେ ଉପଲବ୍ଧ ହେବ କରୋନା ପ୍ରତିଷେଧକ ଟିକା ବା ଭ୍ୟାକ୍ସିନ୍‌ (Corona Vaccine) । ଏକ ଭର୍ଚ୍ଚୁଆଲ୍ ସର୍ବଦଳୀୟ ବୈଠକରେ ଦେଶବାସୀଙ୍କୁ ଏହି ଆଶ୍ବାସନା ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଟିକାର ସୁବଣ୍ଟନ ଉପରେ ପ୍ରଧାନ ମନ୍ତ୍ରୀ ଗୁରୁତ୍ବ ଦେଇଥିବା ବେଳେ ଓଡ଼ିଶା ସରକାର ଏଥି ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହି ରାଜ୍ୟକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ।

‘‘ଆଉ ମାତ୍ର କେଇଟା ସପ୍ତାହର କଥା । ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ପ୍ରତିଷେଧକ ଟିକା । ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା,’’ ଭିଡିଓ କନଫରେନସିଂରେ ଆୟୋଜିତ ସର୍ବଦଳୀୟ ବୈଠକରେ କରୋନା ସ୍ଥିତିର ସମୀକ୍ଷା କରି ଦେଶବାସୀଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ୧୪ ଦିନ ଜେଲରେ ରହିବେ

କରୋନା ପ୍ରତିଷେଧକ ବାହାର କରିବାରେ ଭାରତୀୟ ସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ଉପରେ ପ୍ରଗାଢ଼ ବିଶ୍ବାସ ପ୍ରକଟ କରିଛନ୍ତି ପ୍ରଧାନ ମନ୍ତ୍ରୀ । ସାରା ବିଶ୍ବ ମଧ୍ୟ ଭାରତ ଉପରେ ନଜର ରଖିଛି । ଭାରତରେ ମୋଟ ଆଠଟି ଟିକା ଉପରେ ମାନବ ପରୀକ୍ଷଣ ଚାଲିଛି । କିନ୍ତୁ ଭାରତ ନିଜେ ତିନୋଟି ଟିକା ବିକଶିତ କରୁଛି । ଏହା ଛଡ଼ା ବିଭିନ୍ନ ଦେଶର କମ୍ପାନୀ ଭାରତରେ ଟିକା ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।

ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଭାରତରେ ଏକ ସ୍ବତନ୍ତ୍ର ସଫ୍ଟୱେର କୋ-ୱିନ୍ ବିକଶିତ କରାଯାଉଛି, ଯେଉଁଥିରେ କରୋନା ଟିକାର ଷ୍ଟକ୍ ଓ ଟିକା ସମ୍ପର୍କିତ ଅନ୍ୟାନ୍ୟ ସୂଚନା ଉପଲବ୍ଧ ହେବ । କୋଭିଡ୍ ଟିକାର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ବି ଗଠନ କରାଯାଇଛି । ଏହି ଗ୍ରୁପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ବିଶେଷଜ୍ଞମାନଙ୍କୁ ରଖାଯାଇଛି । କରୋନା ଟିକା ବିତରଣ ନେଇ ଏହି ଗ୍ରୁପ୍ ଚୂଡ଼ାନ୍ତ ନିଷ୍ପତ୍ତି ନେବ ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର Bypollରେ ମମତା କୁଣ୍ଡୁଙ୍କ ପରାଜୟର କାରଣ? କହିଲେ: ‘‘BJD BJP ଟଙ୍କା ବଣ୍ଟା Congress ଦୁର୍ବଳ ସଙ୍ଗଠନ’’

କରୋନା ଟିକାର ମୂଲ୍ୟ କେତେ ରହିବ ତା’ ଉପରେ କେନ୍ଦ୍ର ଓ ରାଜ୍ୟ ମିଳିତ ନିଷ୍ପତ୍ତି ନେବେ । ପ୍ରଥମେ ସ୍ବାସ୍ଥ୍ୟକର୍ମୀ, କୋଭିଡ୍ ଯୁଦ୍ଧର ଫ୍ରଣ୍ଟ ଲାଇନରେ ଥିବା ଅନ୍ୟ କର୍ମଚାରୀ ଓ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ବୟସ୍କ ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ ।



ଦ୍ବିତୀୟ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଦଳୀୟ ବୈଠକରେ ଦେଶରେ କରୋନାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନ ମନ୍ତ୍ରୀ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ଅନ୍ୟ କିଛି ମନ୍ତ୍ରୀଙ୍କ ସମେତ ୧୨ଟି ଦଳର ପ୍ରତିନିଧି ଅଂଶଗ୍ରହ କରିଥିଲେ  ।

ଏହା ବି ପଢ଼ନ୍ତୁ | ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

ବିଜେଡିରୁ ଚନ୍ଦ୍ରଶେଖର ସାହୁ ସାମିଲ ଥିଲେ । ‘‘ଟିକାର ସୁବଣ୍ଟନ ଉପରେ ପ୍ରଧାନ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ତେବେ ଓଡ଼ିଶା ସରକାର ଟାକ୍ସ ଫୋର୍ସ ଗଠନ କରି ଟିକା ବଣ୍ଟନକୁ ସୁଗମ କରିବାକୁ ପ୍ରସ୍ତୁତ ଅଛି । ଓଡ଼ିଶାକୁ ଟିକା ବଣ୍ଟନରେ ପ୍ରାଥମିକତା ଦିଆଯାଉ ବୋଲି ଆମେ ଦାବି କରିଛୁ,’’ କହିଛନ୍ତି ଚନ୍ଦ୍ରଶେଖର ସାହୁ  ।



ଗତ କିଛି ଦିନ ତଳେ ଅହମଦାବାଦ, ହାଇଦ୍ରାବାଦ ଓ ପୁଣେ ଯାଇ ସେ ସବୁ ଫାର୍ମରେ କରୋନା ପ୍ରତିଷେଧକ ଟିକାର ପ୍ରସ୍ତୁତି ସମୀକ୍ଷା କରିଥିଲେ ପ୍ରଧାନ ମନ୍ତ୍ରୀ ମୋଦି ।
Published by: Anand Shankar Thankur Das
First published: December 4, 2020, 5:42 PM IST
corona virus btn
corona virus btn
Loading