VGIR 2020: ମୋଦୀ କହିଲେ ମହାମାରୀରେ ଭାରତର ଶକ୍ତି ଦେଖିଲା ବିଶ୍ୱ; ନିବେଶ ଉପରେ ଚର୍ଚ୍ଚା ଜାରି

ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ଏ ପର୍ଯ୍ୟନ୍ତ ସବୁ ଠାରୁ ଉଚ୍ଚରେ ରହିଛି । ଏହି ବୈଠକରେ ମୋଦିଙ୍କ ସହ ଅର୍ଥ ମନ୍ତ୍ରୀ, RBI ଗଭର୍ଣ୍ଣର, ଦୀପକ ପାରେଖ, ମୁକେଶ ଅମ୍ବାନୀ ଓ ରତନ ଟାଟା ଆଦି ବି ଯୋଗ ଦେଇଛନ୍ତି ।

VGIR 2020: ମୋଦୀ କହିଲେ ମହାମାରୀରେ ଭାରତର ଶକ୍ତି ଦେଖିଲା ବିଶ୍ୱ; ନିବେଶ ଉପରେ ଚର୍ଚ୍ଚା ଜାରି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ
  • News18 Odia
  • Last Updated: November 5, 2020, 9:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭର୍ଚ୍ଚୁଆଲ୍ ଗ୍ଲୋବାଲ୍ ଇନଭେଷ୍ଟର୍ ରାଉଣ୍ଡ ଟେବୁଲରେ (VGIR - Virutal Golbal Investor Roundtable) ଅଧ୍ୟକ୍ଷତା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଗୁରୁବାର ଦିନ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱସ୍ତରୀୟ କରୋନା ମହାମାରୀ (Coronavirus) ବିରୋଧରେ ଭାରତ ସାହସର ସହ ଲଢ଼ିଛି । କରୋନା ବିରୋଧରେ ଲଢ଼େଇରେ ବିଶ୍ୱ ଭାରତର ଜାତୀୟ ଚରିତ୍ର ଦେଖିଲା ଓ ଭାରତର ପ୍ରକୃତ ଶକ୍ତି ମଧ୍ୟ ଦେଖିଲା ବୋଲି କହିଛନ୍ତି ମୋଦି ।

ଏହି ବୈଠକ ବିଷୟରେ ବୁଧବାର ଦିନ ସୂଚନା ଦେଇ ମୋଦୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ, ‘‘ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଭର୍ଚ୍ଚୁଆଲ ଗ୍ଲୋବାଲ ନିବେଶକ ରାଉଣ୍ଡ ଟେବୁଲରେ ଯୋଗଦେବି । ଆମେ ଭାରତରେ ସଂସ୍କାର ଓ ଦେଶରେ ନିବେଶକଙ୍କ ପାଇଁ ସୁଯୋଗ ବିଷୟରେ ଆଲୋଚନା କରିବୁ । ଅର୍ଥ ମନ୍ତ୍ରଣାଳୟ (Ministry of Finance) ଓ ଜାତୀୟ ବିନିଯୋଗ ଏବଂ ଭିତ୍ତିଭୂମି ପାଣ୍ଠି (National Investment and Infrastructure Fund) ଦ୍ୱାରା ଏହି ବୈଠକ ଆୟୋଜିତ ହେଉଛି ।’’



ଏହା ବି ପଢ଼ନ୍ତୁ ଭୁବନେଶ୍ବର Blast: ଆସିଲା ମାଂସ ଖଣ୍ଡର DNA ରିପୋର୍ଟ; ୨୧ ଦିନ ପରେ ଜଣାପଡ଼ିଲା ଯେ ଇଞ୍ଜିନିଅରଙ୍କ ମୃତ୍ୟୁ ହୋଇଛି

ଏହି ବୈଠକ ବୈଶ୍ୱିକ ଅନୁଷ୍ଠାନିକ ନିବେଶକ, ଭାରତୀୟ ବ୍ୟବସାୟୀ ଓ ଭାରତ ସରକାର ଏବଂ ଆର୍ଥିକ ବଜାର ନିୟାମକଙ୍କ (Financial Market Regulators) ମଧ୍ୟରେ ହୋଇଥିବା ଏକ ସ୍ୱତନ୍ତ୍ର ବୈଠକ । ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଓ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (Shaktikanta Das) ମଧ୍ୟ ଏହି ବୈଠକରେ ଅଂଶ ଗ୍ରହଣ କରୁଛନ୍ତି ।

ଏହି ବୈଠକରେ ଏଚଡିଏଫସି ଅଧ୍ୟକ୍ଷ ଦୀପକ ପାରେଖ (Deepak Parekh), ସନ୍ ଫାର୍ମା ପ୍ରତିଷ୍ଠାତା ଦିଲୀପ ଶାଙ୍ଗଭି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Mukesh Ambani), ଇନଫୋସିସ୍ ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନନ୍ଦନ ନୀଲକାନି (Nandan Nilekani), ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା (Ratan Tata) ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏମଡି ଉଦୟ କୋଟାକ୍ (Uday Kotak) ମଧ୍ୟ ଯୋଗ ଦେଇଛନ୍ତି ଓ ନିଜ ନିଜ ଅଭିଜ୍ଞତା ବାଣ୍ଟିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ଜଣ ମିଛ ସାମ୍ବାଦିକ

VGIR 2020ରେ ଭାରତୀୟ ଅର୍ଥନୀତି ଓ ପୁଞ୍ଜି ବିନିଯୋଗ ପରିସ୍ଥିତି, ଗଠନମୂଳକ ସଂସ୍କାର ଓ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ସରକାରଙ୍କ ଲକ୍ଷ୍ୟ ଉପରେ ଆଲୋଚନା ହେଉଛି । ପିଏମଓ ଦେଇଥିବା ସୂଚନାରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ବିଦେଶୀ ପୁଞ୍ଜି ବିନିଯୋଗ ଏ ପର୍ଯ୍ୟନ୍ତ ସବୁ ଠାରୁ ଉଚ୍ଚରେ ରହିଛି । VGIR ମାଧ୍ୟମରେ ହିତାଧିକାରୀମାନଙ୍କୁ ପରସ୍ପର ସହ ଓ ସରକାରଙ୍କ ସହ ନିଜ ସମ୍ପର୍କ ଗଭୀର କରିବାର ସୁଯୋଗ ମିଳିବ । ଏହା ଦ୍ୱାରା ଆନ୍ତର୍ଜାତୀୟ ଅନୁଷ୍ଠାନ ନିବେଶକମାନଙ୍କୁ (Internation Institutional Investors) ଭାରତରେ ବିନିଯୋଗ କରିବାରେ ସହାୟତା ମିଳିବ ।



ଆଜିର ଏହି ବୈଠକରେ ବିଶ୍ୱର ୬ ଲକ୍ଷ କୋଟି ଡଲାରର ପରିଚାଳନା କରୁଥିବା ୨୦ଟି ବୃହତ ପେନ୍ସନ୍ ପାଣ୍ଠି (Pension Funds) ଓ ସାର୍ବଭୌମ ଧନ ପାଣ୍ଠି (Sovereign Wealth Funds) ଯୋଗ ଦେଇଛନ୍ତି । ଏହି ବୈଠକରେ ଆମେରିକା, ୟୁରୋପ, କାନାଡ଼ା, କୋରିଆ, ଜାପାନ, ମଧ୍ୟ ପୂର୍ବ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ବିଶ୍ୱସ୍ତରୀୟ ଆନୁଷ୍ଠାନିକ ନିବେଶକମାନେ ମଧ୍ୟ ସାମିଲ ହୋଇଛନ୍ତି ।
Published by: Anand Shankar Thankur Das
First published: November 5, 2020, 9:34 PM IST
corona virus btn
corona virus btn
Loading