ଅଜୟ ଦେବଗନଙ୍କ ଫିଲ୍ମର ଡାଇଲଗ୍ କହି କରୋନା ବିଷୟରେ ଚେତାଇଲେ PM ମୋଦି

ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ସବୁ ଲୋକଙ୍କୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷିତ ସବୁ ଠାରୁ ସୁରକ୍ଷିତ ଟିକା ମିଳିବ ।

ଅଜୟ ଦେବଗନଙ୍କ ଫିଲ୍ମର ଡାଇଲଗ୍ କହି କରୋନା ବିଷୟରେ ଚେତାଇଲେ PM ମୋଦି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି; (ଡାହାଣ) ଅଜୟ ଦେବଗନ
  • News18 Odia
  • Last Updated: November 24, 2020, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରାୟ ଦୁଇ ମାସ ପରେ ଭର୍ଚ୍ଚୁଆଲ ମିଟିଂରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହ କରୋନା ବାଇରସ ଟିକା (Coronavirus vaccine) ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) । ଟିକା ଆସିବା ସମ୍ଭାବନା ପାଖେଇ ଆସୁଥିବା ବେଳେ ତା’ର ଷ୍ଟୋରେଜ୍ ଓ ବଣ୍ଟନ ପାଇଁ ରାଜ୍ୟ ସରକାରମାନେ ପ୍ରସ୍ତୁତି ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ସେ ।

ପ୍ରଧାନ ମନ୍ତ୍ରୀ ମୋଦି ଅଜୟ ଦେବଗନଙ୍କ (Ajay Devgan) ଏକ ଚଳଚ୍ଚିତ୍ରର ଏକ ସଂଳାପ କହି ଦେଶବାସୀଙ୍କୁ କରୋନା ବିରୋଧରେ ଚେତାବନୀ ଦେଇଛନ୍ତି । ନିଜ ଅଭିଭାଷଣରେ ମୋଦି ଅଜୟ ଦେବଗନଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ଦିଲୱାଲେ’ର ଅଭିନେତାଙ୍କ ଏକ ଲୋକପ୍ରିୟ ଡାଇଲଗ୍‌ କହିଛନ୍ତି । ସେ ସମସ୍ତଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଲୋକେ ପରେ କରୋନା ବିଷୟରେ କହିବା ଉଚିତ୍ ନୁହେଁ ଯେ ‘‘ମେରୀ କଶ୍ତୀ ୱହୀଁ ଡୁବୀ ଜହାଁ ପାନୀ କମ୍‌ ଥା’’ (ଅର୍ଥାତ୍‌ ‘‘ମୋ’ ଡଙ୍ଗା ସାଇଠି ବୁଡ଼ିଗଲା ଯେଉଁଠି ପାଣି କମ୍‌ ଥିଲା’’)

ଅକ୍ସଫୋର୍ଡ଼ ଭ୍ୟାକସିନ୍ ୯୦ ପ୍ରତିଶତ ପ୍ରଭାବ ଦେଖାଉଛି । (ପ୍ରତୀକାତ୍ମକ ଛବି)


ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

ଏହି ଭିଡିଓ କନଫରେନସିଂରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Admit Shah) ମଧ୍ୟ ସାମିଲ୍ ହୋଇଥିଲେ । ଭିଡିଓ କନଫରେନସିଂରେ କୋଭିଡ୍ ସ୍ଥିତି ସମୀକ୍ଷା କରି ପ୍ରଧାନ ମନ୍ତ୍ରୀ ମୋଦି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଟିକା (corona vaccine) ଆସିବା ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କହିଥିଲେ ଯେ ଟିକାକରଣ ପାଇଁ ରାଜ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି ।

‘‘ଦେଶର ସବୁ ଲୋକଙ୍କୁ ସୁରକ୍ଷିତ ଟିକା ମିଳିବ । ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷିତ ସବୁ ଠାରୁ ବେଶୀ ସୁରକ୍ଷିତ ଟିକା ହିଁ ଆମ ଦେଶର ଲୋକଙ୍କୁ ଦିଆଯିବ,’’ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢ଼ନ୍ତୁ | ଏବେ ଛାଡ଼ପତ୍ର ମାଗୁଥିବା IAS ଟପ୍ପର ଟିନା ଡାବିଙ୍କ ପ୍ରେମ କାହାଣୀ ଦିନେ ଚିତ୍ତାକର୍ଷକ ଥିଲା

କରୋନା ପ୍ରତିଷେଧକ ଟିକା ଆସିବାର ସମୟ ପାଖେଇ ଆସୁଥିବା ବେଳେ ଏହାର ଷ୍ଟୋରେଜ ଓ ବଣ୍ଟନ ବ୍ୟବସ୍ଥା ଉପରେ ଏବେ ଧ୍ୟାନ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଏହି ଟିକା ପାଇବେ । ଦ୍ୱିତୀୟରେ ପୋଲିସ୍ ଓ ପରିମଳ କର୍ମଚାରୀଙ୍କୁ ଏହା ଦିଆଯିବ । ସେହିଭଳି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଏହି ଭ୍ୟାକସିନ୍ । ଚତୁର୍ଥରେ ପାଇବେ ଅନ୍ୟମାନେ ।

‘‘ପ୍ରତି ରାଜ୍ୟକୁ ଯେମିତି ଟିକା ମିଳିପାରିବ ତାହା ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ତେଣୁ ଟିକାର ଷ୍ଟୋରେଜ୍ ସହ ବଣ୍ଟନ ପାଇଁ ରାଜ୍ୟ ସରକାରମାନେ ପ୍ରସ୍ତୁତି ଆରମ୍ଭ କରନ୍ତୁ । ବ୍ଲକ୍ ଓ ଜିଲ୍ଲା ସ୍ତରରେ ଟିକା ରଖିବା ପାଇଁ କୋଲ୍ଡ ଷ୍ଟୋର୍ କରିବା ଉଚିତ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଅକ୍ସଫୋର୍ଡ଼ ଭ୍ୟାକସିନ୍ ୯୦ ପ୍ରତିଶତ ପ୍ରଭାବ ଦେଖାଉଥିବା ବେଳେ ଏହାର ପ୍ରସ୍ତୁତିରେ ସହଭାଗୀ ଥିବା ସେରମ୍‌ ଇନଷ୍ଟିଚ୍ୟୁଟ କହୁଛି ଯେ ଏହା ଘରୋଇ ବଜାରର ୫୦ ପ୍ରତିଶତ ଆବଶ୍ୟକତା ପୂରଣ କରିବ । ତେଣୁ ଏଭଳି ପରିସ୍ଥିତିରେ କରୋନା କଟକଣାକୁ ହେୟ ଜ୍ଞାନ ନ କରିବାକୁ ସମସ୍ତ ରାଜ୍ୟ ସରକାର ଓ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ  । ସଂକ୍ରମଣ ହାର ୫ ପ୍ରତିଶତରେ ସୀମିତ ରଖିବାକୁ ରାଜ୍ୟ ସରକାରମାନେ ପଦକ୍ଷେପ ନେବାକୁ କହିଛନ୍ତି ମୋଦି  ।



ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି  । ବିଶେଷ କରି ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଡେଞ୍ଜର ଜୋନରେ ପହଞ୍ଚିଛି ପରିସ୍ଥିତି  । ଟିକା ଆସିବା ଯାଏଁ କରୋନା କଟଣା ହିଁ ଏକ ମାତ୍ର ଅସ୍ତ୍ର ବୋଲି ବିଶେଷଜ୍ଞମାନେ କହିଛନ୍ତି ।
Published by: Anand Shankar Thankur Das
First published: November 24, 2020, 11:01 PM IST
corona virus btn
corona virus btn
Loading