ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: PM ମୋଦି

PM Modi promises free vaccine to all and free rice to poor | ଏବେ ଏକ ନାଜାଲ୍‌ ଭ୍ୟାକ୍ସିନର ଟ୍ରାଏଲ ଚାଲିଛି ବୋଲି କହିଛନ୍ତି ମୋଦି । ଏଥିରେ ଟିକାକୁ ଇଞ୍ଜେକ୍ସନ୍‌ ମାଧ୍ୟମରେ ନ ଦେଇ ନାକରେ ସ୍ପ୍ରେ କରିହେବ । ଏବେ ଦେଶରେ ସାତଟି କମ୍ପାନି ଟିକା ଉତ୍ପାଦନ କରୁଛନ୍ତି ଓ ତିନିଟି ଟିକାର ଟ୍ରାଏଲ୍‌ ଚାଲିଛି ବୋଲି ସେ କହିଛନ୍ତି ।

ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: PM ମୋଦି
ଦେଶକୁ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ (Coronavirus) ସଂକ୍ରମଣର ମୁକାବିଲା କ୍ଷେତ୍ରରେ ଦୁଇଟି ବଡ଼ ଘୋଷଣା କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) କହିଛନ୍ତି ଯେ ଜୁନ୍ ୨୧ ତାରିଖରୁ ଦେଶର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟିକା (Corona Vaccine) ଦିଆଯିବ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବୋଧନରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ୧୮ ବର୍ଷରୁ ଉର୍ଦ୍ଧ୍ବ ଦେଶର ସବୁ ନାଗରିକଙ୍କୁ ଜୁନ୍ ୨୧ ତାରିଖରୁ ମାଗଣାରେ ଟିକା ଦିଆଯିବ ।

‘‘ଆଉ ରାଜ୍ୟଗୁଡ଼ିକୁ କରୋନା ଟିକା କିଣିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଏହି ଟିକା ଯୋଗାଇ ଦେବେ । ଟିକାକରଣର (free corona vaccine) ସବୁ ଦାୟିତ୍ବ କେନ୍ଦ୍ର ସରକାର ବହନ କରିବେ,’’ ସୋମବାର ଅପରାହ୍ଣରେ ଦେଶ ଉଦ୍ଦେଶ୍ୟରେ ଏକ ସମ୍ବୋଧନରେ ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ । ସେ କହିଛନ୍ତି ଯେ ଦେଶରେ ଉତ୍ପାଦିତ ଟିକାର ୭୫ ପ୍ରତିଶତ ରାଜ୍ୟଗୁଡ଼ିକୁ ଯୋଗାଇ ଦେବେ କେନ୍ଦ୍ର ସରକାର । ବାକି ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲଗୁଡ଼ିକୁ (vaccine for private hospitals) ଦିଆଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେ

ଯେଉଁ ଲୋକେ ସରକାରଙ୍କ ଟିକାକରଣ କେନ୍ଦରରେ ମାଗଣା ଟିକା ନେବାକୁ ଚାହୁଁନାହାନ୍ତି, ସେମାନଙ୍କ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ ଟିକା ଉପଲବ୍ଧ ହେବ । ସେଠାରେ ଟିକା ଉପରେ ସର୍ବାଧିକ ୧୫୦ ଟଙ୍କା ସରଭିସ୍‌ ଚାର୍ଜ (private hospital vaccine service charge) ନିଆଯିବ ବୋଲି କହିଛନ୍ତି ମୋଦି । ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ସରକାର ନଜର ରଖିବେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ କେହି କରିଡରରେ ପଡ଼ିଛି

‘‘ଏବେ ଦେଶରେ ସାତଟି କମ୍ପାନି ଟିକା ଉତ୍ପାଦନ କରୁଛନ୍ତି । ଏବେ ତିନିଟି ଟିକାର ଟ୍ରାଏଲ୍‌ (new vaccine trial) ଚାଲିଛି । ଏକ ନାଜାଲ୍‌ ଭ୍ୟାକ୍ସିନର ମଧ୍ୟ ଟ୍ରାଏଲ ଚାଲିଛି । ଏଥିରେ ଟିକାକୁ ଇଞ୍ଜେକ୍ସନ୍‌ ମାଧ୍ୟମରେ ନ ଦେଇ ନାକରେ ଦେଇହେବ । ଏହା ଯଦି ନିକଟ ଭବିଷ୍ୟତରେ ସଫଳ ହୁଏ ତାହେଲେ ଦେଶରେ ଟିକାକରଣକୁ ତୀବ୍ର ଗତି ମିଳିବ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ।

ଏଇଠି ଦେଖନ୍ତୁ ଓ ଶୁଣନ୍ତୁ PM ମୋଦିଙ୍କ ସମ୍ବୋଧନ:



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଦ୍ୱିତାୟ ବଡ଼ ଘୋଷଣାରେ ପ୍ରଧାନ ମନ୍ତ୍ରୀ ମୋଦି (PM Narendra Modi) କହିଛନ୍ତି ଯେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଦେଶରେ ସାଧାରଣ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ଜୀବନ ଓ ଜୀବିକାରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି ଓ ନଭେମ୍ବର ପର୍ଯ୍ୟନ୍ତ ଦେଶର ସବୁ ଗରିବ ଲୋକଙ୍କୁ କେନ୍ଦ୍ର ସରକାର ମାଗଣାରେ ରାସନ ଯୋଗାଇ ଦେବେ । ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ଚାଉଳ (free rice till November) ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (Pradhan Mantri Garib Kalyan Yojna) ଜରିଆରେ ଏହି ମାଗଣା ଚାଉଳ ମିଳିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

‘‘ବିଗତ ୧୦୦ ବର୍ଷ ମଧ୍ୟରେ କରୋନା ସବୁଠୁ ବଡ଼ ମହାମାରୀ ଭାବେ ଉଭା ହୋଇଛି । ଏହି ମହାମାରୀ ବିରୋଧରେ ସାରା ବିଶ୍ବ ଏକାଠି ହୋଇ ଲଢୁଛି । କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଆମର ଲଢ଼େଇ ଜାରି ରହିଛି । ଗତ ଦେଢ଼ ବର୍ଷରେ ଦେଶରେ ନୂଆ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ମିଶନ ‘ଇନ୍ଦ୍ରଧନୁଷ’ ଲଞ୍ଚ କରାଯାଇଛି ଓ ଟିକାକରଣର ବେଗ ଓ ଗତି ବଢ଼ାଯାଇଛି,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ।



କରୋନାରୁ ଦୂରେଇ ରହିବାକୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନିୟମ କଡ଼ାକଡ଼ି ପାଳନ କରିବାକୁ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ପ୍ରଧାନ ମନ୍ତ୍ରୀ ।
Published by: Anand ST Das
First published: June 7, 2021, 7:26 PM IST