‘ଆତ୍ମନିର୍ଭର ଭାରତ’ ପାଇଁ ₹୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ ମୋଦି; ଲକଡାଉନ୍ ବଢ଼ିପାରେ

ଲକଡାଉନକୁ ଚତୁର୍ଥ ଥର ପାଇଁ ବଢ଼େଇବା ବିଷୟରେ ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେବା ପରେ ମେ ୧୮ ପୂର୍ବରୁ ଦେଶକୁ ସୂଚିତ କରାଯିବ ବୋଲି କହିଛନ୍ତି ମୋଦି ।

ଦେଶକୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶକୁ ମଙ୍ଗଳବାର ସନ୍ଧ୍ୟାରେ ସମ୍ବୋଧନ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶର କରୋନା ଭାଇରସ୍ ମୁକାବିଲା ପରିସ୍ଥିତି ଉପରେ ଦେଶକୁ ସମ୍ବୋଧିତ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହା ଭାରତର ଜିଡିପିର ୧୦ ପ୍ରତିଶତ । ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ଏହା ଏମଏସଏମଇ (MSME) ଓ ‘‘ସଚ୍ଚୋଟ ଟିକସଦାତା’’ଙ୍କ ପାଇଁ ଉଦ୍ଦିଷ୍ଟ ।

‘‘ଆସନ୍ତାକାଲି ଠାରୁ ଅର୍ଥ ମନ୍ତ୍ରୀ ଆପଣଙ୍କୁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆଡ଼କୁ ଯିବାକୁ ଥିବା ପ୍ୟାକେଜ୍ ବିଷୟରେ ବିସ୍ତୃତ ଭାବରେ ଜଣାଇବେ। ଏଥି ସହ ଚତୁର୍ଥ ଥର ପାଇଁ ଲକଡାଉନ୍ ବୃଦ୍ଧି ବିଷୟରେ ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ କଥା ହେବା ପରେ ମେ ୧୮ ପୂର୍ବରୁ ଦେଶକୁ ସୂଚିତ କରାଯିବ,’’ କହିଛନ୍ତି ମୋଦି ।

କରୋନା ଭାଇରସ୍‌ ସଙ୍କଟ ୋ ଲକଡାଉନକୁ ଏକ ଅତ୍ୟନ୍ତ ଅବାଞ୍ଛିତ ସ୍ଥିତି ବୋଲି ବର୍ଣ୍ଣନା କରି ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭରଶୀଳତା ହେଉଛି ଏକମାତ୍ର ମାର୍ଗ, କିନ୍ତୁ ଏହାର ଅର୍ଥ ଆତ୍ମ-କୈନ୍ଦ୍ରିକ ଆଭିମୁଖ୍ୟ ନୁହେଁ । ‘‘ଆମକୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ । ଆମକୁ ନିଜକୁ ବଞ୍ଚାଇବାକୁ ପଡ଼ିବ ଓ ସେହି ସମୟରେ ଆଗକୁ ବି ବଢ଼ିବାକୁ ପଡ଼ିବ । ଏକବିଂଶ ଶତାବ୍ଦୀ ଭାରତର ହେବ, କିନ୍ତୁ ଏହା କେବଳ ସ୍ୱପ୍ନ ନୁହେଁ, ଏହା ଆମର ଦାୟିତ୍ୱ । ଏହାକୁ କିପରି ହାସଲ କରାଯିବ ତାହା ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତି ଦର୍ଶାଉଛି । କେବଳ ଗୋଟିଏ ଉପାୟ ଅଛି: ଆତ୍ମନିର୍ଭରଶୀଳ ଭାରତ,’’ କହିଛନ୍ତି ମୋଦି ।

ଏହା ବି ପଢ଼ନ୍ତୁ: ଏଥର ହେବନି ସ୍ପେଶାଲ OJEE; BTech ପାଇଁ ହେବ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

‘‘ଲକଡାଉନ୍ ୪.୦ ରାଜ୍ୟମାନଙ୍କର ପରାମର୍ଶ ଉପରେ ଆଧାରିତ ହେବ। ସବିଶେଷ ତଥ୍ୟ ମେ ୧୮ ପୂର୍ବରୁ ପ୍ରକାଶ ପାଇବ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ପ୍ରଧାନ ମନ୍ତ୍ରୀ ସ୍ଥାନୀୟ ଉତ୍ପାଦଗୁଡ଼ିକର ବ୍ୟବହାର ପ୍ରଚାର ଓ ବ୍ୟବହାର ଉପରେ ଜୋର ଦେଇ କହିଛନ୍ତି, ‘‘ସ୍ଥାନୀୟ ପଦାର୍ଥ ହିଁ ଆମକୁ ବଞ୍ଚାଇଛି । ଏହା କେବଳ ଏକ ଆବଶ୍ୟକତା ନୁହେଁ, ଏହା ଆମର ଦାୟିତ୍ୱ । ସ୍ଥାନୀୟ ହିଁ ଆମର 'ଜୀବନ ମନ୍ତ୍ର' ହୋଇଛି । ଆଜିର ବିଶ୍ୱ ସ୍ତରର ବ୍ରାଣ୍ଡଗୁଡ଼ିକ ଏକଦା ସ୍ଥାନୀୟ ଥିଲା । ଆମେ ସ୍ଥାନୀୟ ଉତ୍ପାଦ ବ୍ୟବହାର କରିବା ଉଚିତ ଓ ସେମାନଙ୍କୁ ଜୋରସୋରରେ ପ୍ରୋତ୍ସାହିତ କରିବା ଉଚିତ,’’ କହିଛନ୍ତି ମୋଦି ।

ଏହି ଆର୍ଥିକ ପ୍ୟାକେଜ୍ ସଂସ୍କାର ପାଇଁ ଲକ୍ଷ୍ୟ ରଖିଛି ଓ ଏହା ଆମ କୃଷକମାନଙ୍କୁ ରକ୍ଷା କରିବ ଓ ଭାରତୀୟ ଶିଳ୍ପକୁ ମଜବୁତ କରିବ ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ଦେଶରେ କୋଭିଡ-୧୯ ବିସ୍ଫୋରଣ ପରେ ଏକ ଭିଡିଓ ବାର୍ତ୍ତା ସହିତ ଦେଶ ଉଦ୍ଦେଶ୍ୟରେ ଏହା ଥିଲା ପ୍ରଧାନ ମନ୍ତ୍ରୀଙ୍କ ପଞ୍ଚମ ସମ୍ବୋଧନ ।

ଏହା ବି ପଢ଼ନ୍ତୁ: ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ସୋମବାର ଦିନ ଭାରତରେ ୨୪ ଘଣ୍ଟାରେ ୪,୨୧୩ଟି ନୂଆ କରୋନା ଭାଇରସ୍ ସଂକ୍ରମଣର ମାମଲା ଆସିଛି, ଯାହାକି ଦୈନିକ ସର୍ବାଧିକ ବୃଦ୍ଧି । ଏହା ସହିତ ଭାରତରେ କୋଭିଡ-୧୯ ସଂକ୍ରମଣର ସଂଖ୍ୟା ବଢ଼ି ୬୭,୧୫୨ ହୋଇଛି । ଏହି ଭୂତାଣୁ ସଂକ୍ରମଣ ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଏହାର ଦୈନିକ ସର୍ବାଧିକ ଲମ୍ଫ ମାରିଛି । ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪୪,୦୨୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମଣ ହେତୁ ଦେଶରେ ମୃତ୍ୟୁ ସଂଖ୍ୟା ୨,୨୦୬ରେ ପହଞ୍ଚିଛି ।
First published: