କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ

କୋଭିଡ୍-୧୯ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯିବ । ୧୧ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସୈନିକ ସ୍କୁଲ୍ ଓ ନବୋଦୟ ବିଦ୍ୟାଳୟ ପରି କେନ୍ଦ୍ର ସରକାରଙ୍କ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରାଯିବ ।

କରୋନାରେ ପିତାମାତାଙ୍କୁ ହରେଇଥିବା ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଢ଼ାଇଲେ ସାହାଯ୍ୟର ବଡ଼ ହାତ
ଅସହାୟ ପିଲାମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଘୋଷଣା କରିଛନ୍ତି ଯେ ଯେଉଁ ପିଲାମାନଙ୍କର ପିତାମାତା କିମ୍ବା ଅଭିଭାବକ କରୋନା ଭାଇରସ (Coronavirus) ଯୋଗୁଁ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ‘PM Cares for Children Fund' ଅଧୀନରେ ସହାୟତା ଦିଆଯିବ । ଏମିତି ପିଲାମାନଙ୍କୁ ୧୮ ବର୍ଷ ବୟସ ହେବା ପରେ ମାସିକ ଷ୍ଟାଇପେଣ୍ଡ୍‌ ଦିଆଯିବ ଓ ସେମାନଙ୍କୁ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କୋଭିଡ୍‌-୧୯ (COVID-19) କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ପିଲାମାନଙ୍କୁ ମାଗଣାରେ ଶିକ୍ଷା ବି ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏମିତି ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ଋଣ (study loan) ନେବାରେ ସହାୟତା କରାଯିବ ଓ ସେହି ଋଣର ସୁଧ ସରକାର PM କେୟାର୍‌ ମାଧ୍ୟମରେ ସୁଝିବେ । ଏହା ସହିତ ଏମିତି ପିଲାମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା (Ayushman Bharat Yojna) ଅଧୀନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯିବ ଓ ଏହାର ପ୍ରିମିୟମ ମଧ୍ୟ ପିଏମ କେୟାର୍‌ ମାଧ୍ୟମରେ ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

‘‘ପିଲାମାନେ ଭାରତର ଭବିଷ୍ୟତ । ସେମାନଙ୍କୁ ସମର୍ଥନ କରିବା ଓ ସୁରକ୍ଷା ଦେବା ପାଇଁ ଆମେ ସବୁ କିଛି କରିବୁ । ୧୦ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ବା ଘରୋଇ ବିଦ୍ୟାଳୟରେ ଭର୍ତ୍ତି କରାଯିବ । ଯଦି ପିଲାଟି ଏକ ଘରୋଇ ବିଦ୍ୟାଳୟରେ ଆଡମିଶନ୍‌ ହୁଏ, ତେବେ ଆର୍‌.ଟି.ଇ. ନିୟମ ଅନୁଯାୟୀ ତାଙ୍କ ଫି ମଧ୍ୟ ପି.ଏମ୍‌. କେୟାରସରୁ ପ୍ରଦାନ କରାଯିବ। ୟୁନିଫର୍ମ, କପି, ବହି ଆଦି ମଧ୍ୟ ଏହି ପାଣ୍ଠିରୁ ଖର୍ଚ୍ଚ ହେବ,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୁପ୍ରିମ୍‌ କୋର୍ଟ୍‌


୧୧ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସୈନିକ ସ୍କୁଲ୍ ଓ ନବୋଦୟ ବିଦ୍ୟାଳୟ ପରି କେନ୍ଦ୍ର ସରକାରଙ୍କ ଆବାସିକ ବିଦ୍ୟାଳୟରେ ଭର୍ତ୍ତି କରାଯିବ । ଯଦି ପିଲାଟି ତା’ର ଅଭିଭାବକ, ଜେଜେବାପା/ଜେଜିମା ବା କୌଣସି ସମ୍ପର୍କୀୟଙ୍କ ସହ ରହୁଥାଏ, ତେବେ ତାକୁ ଘରୋଇ ବିଦ୍ୟାଳୟରେ ଭର୍ତ୍ତି କରାଯିବ ।

ଏହା ବି ପଢ଼ନ୍ତୁ | PM ମୋଦି ଓଡ଼ିଶାରେ ବାତ୍ୟାର କ୍ଷତି ଦେଖିଲେ; ରାଜ୍ୟ ସରକାର କେନ୍ଦ୍ର ଠାରୁ ସହାୟତା ମାଗିଲେ ନାହିଁ

ଦେଶରେ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ କରୋନା ଭାଇରସର ଦ୍ୱିତୀୟ ଲହରୀରେ ନିଜ ପିତାମାତାଙ୍କୁ ହରାଇଛନ୍ତି । ଏହି ପରି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରମାନେ କ୍ରମାଗତ ଭାବରେ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ କେନ୍ଦ୍ରର ଏହି ଘୋଷଣା ପରେ ଏମିତି ପିଲାମାନଙ୍କ ପାଇଁ ବହୁତ ସାହାଯ୍ୟ ମିଳିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ସୁପ୍ରିମ କୋର୍ଟ ଶୁକ୍ରବାର ଦିନ କହିଥିଲେ ଯେ କୋଭିଡ-୧୯ ମହାମାରୀ ହେତୁ ଏତେ ବଡ଼ ଦେଶରେ କେତେ ପିଲା ଅନାଥ ହୋଇଯାଇଛନ୍ତି ତାହା କଳ୍ପନା କରାଯାଇପାରିବ ନାହିଁ । ଏମିତି ପିଲାମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ସୁପ୍ରିମ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାରେ ଭୋକରେ ପୀଡିତ ପିଲାମାନଙ୍କର ଯନ୍ତ୍ରଣାକୁ ବୁଝିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । କୋର୍ଟର କୌଣସି ଆଦେଶକୁ ଅପେକ୍ଷା ନ କରି ତୁରନ୍ତ ଏମିତି ପିଲାଙ୍କ ଯତ୍ନ ନେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ବି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଏହା ବି ପଢ଼ନ୍ତୁ | Ambulance Charge: ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ ହେବା ପରେ ଲୋକଙ୍କୁ ଆଉ ଅସୁବିଧା ହେବନି

ଜଷ୍ଟିସ୍ ଏଲ୍.ଏନ୍ ରାଓ ଓ ଅନିରୁଦ୍ଧ ବୋଷଙ୍କ ଏକ ଭ୍ୟାକେସନ୍‌ ବେଞ୍ଚ୍‌ ଜିଲ୍ଲା ପ୍ରଶାସନକୁ ଅନାଥ ପିଲାମାନଙ୍କୁ ଚିହ୍ନଟ କରିବାକୁ ଓ ସେମାନଙ୍କ ବିବରଣୀ ଶନିବାର ସନ୍ଧ୍ୟା ସୁଦ୍ଧା ଜାତୀୟ ଶିଶୁ ସୁରକ୍ଷା ସୁରକ୍ଷା କମିଶନର (ଏନ୍‌.ସି.ପି.ସି.ଆର୍‌.) ୱେବସାଇଟରେ ରଖିବାକୁ ନିର୍ଦ୍ଦେଶ ଦେଇଛି ।



ସୁପ୍ରିମ୍‌ କୋର୍ଟ୍‌ ସ୍ୱତଃ ସଜ୍ଞାନ ନେଇଥିବା ଏକ ବିଚାରାଧୀନ ମାମଲାରେ ଜଷ୍ଟିସ ଗୌରବ ଅଗ୍ରୱାଲଙ୍କ ଆବେଦନକୁ ବିଚାର କରି ଏହି ନିର୍ଦ୍ଦେଶ ଦେଇଥିଲେ । ସେହି ଆବେଦନରେ ରାଜ୍ୟ ସରକାର ଅନାଥ ପିଲାମାନଙ୍କୁ ଚିହ୍ନଟ କରନ୍ତୁ ଓ ସେମାନଙ୍କୁ ତୁରନ୍ତ ଆରାମ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।
Published by: Anand ST Das
First published: May 29, 2021, 10:01 PM IST