ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବାତିଲ ହେଲା ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ନବୀନ କହିଲେ ‘ଜୀବନ ଥିଲେ ଅନେକ ପରୀକ୍ଷାର ସୁଯୋଗ ଆସିବ’

ବାତିଲ ହେଲା ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ନବୀନ କହିଲେ ‘ଜୀବନ ଥିଲେ ଅନେକ ପରୀକ୍ଷାର ସୁଯୋଗ ଆସିବ’

ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ପାଇଁ ଆବେଦନ କରିଥିଲେ । ପରୀକ୍ଷା ବାତିଲ୍ ହେବା ଘୋଷଣା କରି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାତିଲ ହେଲା ଯୁକ୍ତ୨ ବୋର୍ଡ଼ ପରୀକ୍ଷା; ନବୀନ କହିଲେ ‘ଜୀବନ ଥିଲେ ଅନେକ ପରୀକ୍ଷାର ସୁଯୋଗ ଆସିବ’
ପରୀକ୍ଷା ବାତିଲ୍ ହେବା ଘୋଷଣା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ୨ ବୋର୍ଡ଼ ପରୀକ୍ଷାକୁ ସରକାର ବାତିଲ୍‌ କରିଛନ୍ତି । ସି.ବି.ଏସ୍‌.ଇ. ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହେବା ପରେ ରାଜ୍ୟରେ ସି.ଏଚ୍‌.ଏସ୍‌.ଇ. କରାଉଥିବା ଯୁକ୍ତ୨ର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସବୁ ପରୀକ୍ଷାକୁ ବାତିଲ କରାଗଲା ବୋଲି ଶୁକ୍ରବାର ଦିନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ ସଂକ୍ରମଣକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ କେଉଁ ଆଧାରରେ ଫଳ ପ୍ରକାଶ ପାଇବ ତାହା ପରେ ଜଣାପଡ଼ିବ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷକ ତଥା ଅଭିଭାବବକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ଘୋଷଣା ଦ୍ୱାରା ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ମଙ୍ଗଳବାର ଦିନ ସି.ବି.ଏସ୍‌.ଇ. ଓ ଆଇ.ସି.ଏସ୍‌.ଇ. ପରୀକ୍ଷା ବାତିଲ ହୋଇଥିବା ବେଳେ ରାଜ୍ୟରେ ଯୁକ୍ତ୨ ପରୀକ୍ଷାକୁ ନେଇ ବୁଧବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଓ ସି.ଏଚ୍‌.ଏସ୍‌.ଇ. କର୍ତ୍ତୃପକ୍ଷ ସାମିଲ ହୋଇଥିଲେ । ପ୍ରାୟ ଦୁଇ ଦିନର  ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଥିଲା, ଯାହାକୁ ଶୁକ୍ରବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଜୀବନ ଆଗ, ଆଉ ସବୁ ପଛ। ଜୀବନ ଥିଲେ ଅନେକ ସୁଯୋଗ ଆସିବ। ଛାତ୍ରଛାତ୍ରୀ, ଶିକ୍ଷକ ସମାଜ ଓ ଅଭିଭାବକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଯୁକ୍ତ୨ ପରୀକ୍ଷାକୁ ବାତିଲ କରାଯାଇଛି । ପରବର୍ତ୍ତୀ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଫଳ ପ୍ରକାଶ ପାଇବ । ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କୁ ସ୍ଥିତି ସୁଧୁରିଲେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ,’’ ପରୀକ୍ଷା ବାତିଲ୍‌ ଘୋଷଣା କରି କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବ

ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୪୮ ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ପାଇଁ ଆବେଦନ କରିଥିଲେ । ଏପ୍ରିଲ ୨୯ରୁ ପ୍ରାକ୍ଟିକାଲ ଓ ମେ ୧୮ ତାରିଖରୁ ଯୁକ୍ତ୨ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବାର ଥିଲା । ହେଲେ କରୋନା ସଂକ୍ରମଣର ପ୍ରକୋପକୁ ଦେଖି ମାର୍ଚ୍ଚ ମାସରେ ପ୍ରଥମେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା ଓ ଜୁନ୍‌ ମାସରେ ସଂକ୍ରମଣର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ଏବେ ପରୀକ୍ଷା ବାତିଲ୍‌ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ରେଜଲ୍ଟ ପ୍ରକାଶନର ବିକଳ୍ପ ବ୍ୟବସ୍ଥା କ’ଣ ହେବ ବୋଲି ଏବେ ସଭିଙ୍କ ମନରେ ରହିଛି ପ୍ରଶ୍ନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି



‘‘ପରୀକ୍ଷା ବାତିଲ୍‌ କରି ସରକାର ଏକ ବହୁତ ଭଲ ପଦକ୍ଷେପ ନେଇଛନ୍ତି । ପିଲାଙ୍କ ଜୀବନ ଆଗରେ ପରୀକ୍ଷା କିଛି ନୁହେଁ। ଏକ ବିକଳ୍ପ ବାହାର କରିବାକୁ ହେବ । ପିଲାଙ୍କ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦେଖି ଏକ ବିକଳ୍ପ ବାହାର କରିବାକୁ ହେବ। ବିକଳ୍ପ ରହିଛି, ଖାଲି ବିଶେଷଜ୍ଞଙ୍କ ପରାମର୍ଶ ନେଇ ତାକୁ ଲାଗୁ କରିବା ଦରକାର,’’ କହିଛନ୍ତି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ । ସେ କହିଛନ୍ତି ଯେ ତରବରିଆ ଭାବେ ସରକାର କୌଣସି ନିଷ୍ପତ୍ତି ନେଇଥିଲେ ତାହା ଠିକ୍‌ ହୋଇ ନ ଥାନ୍ତା ।

ଏହା ବି ପଢ଼ନ୍ତୁ | ମାମଲା ? ରାହୁଳ ଗାନ୍ଧୀ ଟ୍ୱିଟର୍ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ନାମୀ ବ୍ୟକ୍ତିଙ୍କୁ ଅନ୍ଫଲୋ କଲେ

ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଭାବନା ପଟ୍ଟନାୟକ କହିଛନ୍ତି, ‘‘ପରୀକ୍ଷା ବାତିଲ୍‌ ହେବା ଶୁଣି ଦୁଃଖ ଲାଗୁଛି । ବୋର୍ଡ଼ ପରୀକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲୁ । ମୁଁ ୯୦% ମାର୍କ ରଖିବି ବୋଲି ଆଶା ଥିଲା । କିନ୍ତୁ ଏବେ କେଉଁ ଆଧାରରେ ପରୀକ୍ଷା ହେବ ତାକୁ ନେଇ ଡର ଲାଗୁଛି । ଆଶା କରୁଛି ସି.ଏଚ୍‌.ଏସ୍‌.ଇ. ଏମିତି ଉଚିତ ପଦକ୍ଷେପ ନେବ ଯେମିତି ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହୁଏ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ

‘‘ସରକାରଙ୍କ ଏହି ନିଷ୍ପତ୍ତି ସମୟ ସାପେକ୍ଷ । ଇଛୁକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥିତି ସୁଧୁରିଲେ ପରୀକ୍ଷା କରିବା ନିଷ୍ପତ୍ତି ମଧ୍ୟ ସ୍ୱାଗତଯୋଗ୍ୟ । ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ ନ କରାଯାଉ । ଆଗ୍ରହୀ ପିଲାଙ୍କ ପାଇଁ ପରୀକ୍ଷାର ବାଟ ରଖିଥିବାରୁ ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ,’’ କହିଛନ୍ତି ରାଜ୍ୟ ଅଭିଭାବାକ ସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।



ଏବେ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ, କେମିତି ଫଳ ପ୍ରକାଶ ପାଇବ ଓ ଉଚ୍ଚ ଶିକ୍ଷା ପାଇଁ ନାମଲେଖାରେ ତାହା କେତେ ସହାୟକ ହେବ ତାହା ଉପରେ ସମସ୍ତଙ୍କ ନଜର ରହିବ ।
Published by: Anand ST Das
First published: June 4, 2021, 5:42 PM IST