+୩ ଓ PG ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବାଧ୍ୟତାମୂଳକ; ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଶୀଘ୍ର

ବିନା ପରୀକ୍ଷାରେ +୩ ଓ PG ଶେଷ ବର୍ଷର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ଓ ଏହି ଦୁଇଟି ପରୀକ୍ଷା ବାଧ୍ୟତାମୂଳକ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ଏହା ଉପରେ ବିଚାର ବିମର୍ଷ କରି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ।

+୩ ଓ PG ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ବାଧ୍ୟତାମୂଳକ; ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଶୀଘ୍ର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 28, 2020, 7:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିନା ପରୀକ୍ଷାରେ ଯୁକ୍ତ ୩ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିହେବ ନାହିଁ । ତେଣୁ ୟୁଜିସିର ଗାଇଡ଼ଲାଇନ ଅନୁଯାୟୀ ପରୀକ୍ଷା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ନିଜ ରାଜ୍ୟର ଅବସ୍ଥା ଦେଖି ରାଜ୍ୟ ସରକାର ୟୁଜିସି ସହ ଯୋଗାଯୋଗ କରି ପରୀକ୍ଷା ଘୁଞ୍ଚାଇ ପାରିବେ, ହେଲେ ବାତିଲ କରିପାରିବେ ନାହିଁ। ଏପରି ସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ବିଚାର ବିମର୍ଷ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

ୟୁଜି ଓ ପିଜି ପରୀକ୍ଷାକୁ ନେଇ ରହିଥିବା ଦ୍ଵନ୍ଦ୍ୱର ଅନ୍ତ ହୋଇଛି । ବିନା ପରୀକ୍ଷାରେ +୩ ଓ PG ଶେଷ ବର୍ଷର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ଓ ଯୁକ୍ତ ୩ ଶେଷ ବର୍ଷ ଏବ୍ଂ ପିଜି ଫାଇନାଲ ପରୀକ୍ଷା ବାଧ୍ୟତାମୂଳକ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ଗତ ଜୁଲାଇ ମାସ ୬ ତାରିଖରେ ୟୁଜିସି ଯୁକ୍ତ୩ ଶେଷବର୍ଷ ପରୀକ୍ଷା କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲା । ତା’ ସହ ଅସହମତ ହୋଇ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟ ବିକଳ୍ପ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବାକୁ କହିଥିଲେ । ଏ ନେଇ ରାଜ୍ୟ ସରକାର ଦୁଇ ଦୁଇ ଥର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।

ରାଜ୍ୟରେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ପରୀକ୍ଷା ଅସମ୍ଭବ ବୋଲି ଓଡ଼ିଶା ସରକାର ଦର୍ଶାଇଥିଲେ। ପରେ ମାମଲା ସୁପ୍ରିମ କୋର୍ଟକୁ ଯିବା ପରେ ଆଜି ଏହାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ୟୁଜିସି ସହ ଏକମତ ହୋଇ ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ ଏ ନେଇ ବିଚାର ବିମର୍ଷ କରିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଶିକ୍ଷାବିତଙ୍କ ମତ ଯେ ଏବେ ରାଜ୍ୟ ସରକାର ବିଳମ୍ବ ନ କରି ଛାତ୍ରଛାତ୍ରୀଙ୍କ ବୃହତ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଯୋଜନା କରିବା ଉଚିତ ।

ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ


‘‘ୟୁଜି ଓ ପିଜି ପରୀକ୍ଷା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣିର ସମସ୍ତ ତଥ୍ୟ ପାଇବା ପରେ ବିଚାର ବିମର୍ଶ କରି ଆବଶ୍ୟକୀୟ ପଦକ୍ଷେପ ନେବୁ,’’ କହିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ।

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା କରିବା ନିର୍ଦ୍ଦେଶକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀମାନେ । କରୋନା ସଂକ୍ରମଣର ଏଭଳି ପରିସ୍ଥିତିରେ ପରୀକ୍ଷା ଦେବା ଏକ ଚିନ୍ତାଜନକ ବିଷୟ । ପରୀକ୍ଷା କେବେ ଓ କିଭଳି ହେବ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଉଚିତ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ ।

ଜୁନ ୨୦ ତାରିଖରେ ରାଜ୍ୟ ସରକାର ଯୁକ୍ତ ୩ ଓ ପିଜି ଶେଷ ବର୍ଷ ପରୀକ୍ଷା ବାତିଲ କରିବା ସହ ବିକଳ୍ପ ମୂଲ୍ୟାୟନରେ ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରେ ୟୁଜିସି ଶେଷ ବର୍ଷ ପରୀକ୍ଷା ବାଧ୍ୟତାମୂଳକ ବୋଲି କହିବା ପରେ ଛାତ୍ରଛାତ୍ରୀ ଆଶାଓ ଓ ଆଶଙ୍କାରେ ରହିଥିଲେ। ଏବେ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି।

ଏହା ବି ପଢ଼ନ୍ତୁ | NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

ଏହା ବି ପଢ଼ନ୍ତୁ | ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି !

‘‘ବାରମ୍ବାର ପରୀକ୍ଷାକୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ଛାତ୍ରଛାତ୍ରୀଙ୍କୁ ଖୁବ୍‌ ଦ୍ଵନ୍ଦ୍ୱରେ ରଖୁଛି। ପରୀକ୍ଷା କେବେ ଓ କିଭଳି ହେବ ଉଚ୍ଚ ଶିକ୍ଷା ବିଭାଗ ତୁରନ୍ତ ସ୍ପଷ୍ଟ କରନ୍ତୁ,’’ କହିଛନ୍ତି ବିଜେବି କଲେଜର ଯୁକ୍ତ ୩ ଶେଷବର୍ଷ ଛାତ୍ର ସୌରଭ କୁମାର ।



ଚଳିତ ବର୍ଷ ପିଜି ଓ ୟୁଜି ଶେଷ ବର୍ଷ ପରୀକ୍ଷା ଏପ୍ରିଲ ୮ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ ।
Published by: Anand Shankar Thankur Das
First published: August 28, 2020, 7:57 PM IST
corona virus btn
corona virus btn
Loading