ଜୁଲାଇ ୨୪ ସୁଦ୍ଧା ସରିବ +୩ ଶେଷ ସେମିଷ୍ଟାର ପରୀକ୍ଷା; ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା

ଅନଲାଇନ୍ ଶିକ୍ଷାଦାନ ପାଇଁ ଏକ କମିଟି ଗଠନ ହୋଇଛି । ଏହା ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ଆସନ୍ତା କାଲି ଠାରୁ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜରେ ପ୍ରଶାସନିକ କାର୍ଯ୍ୟ ପାଇଁ ଏକ ତୃତୀୟାଂଶ ଶିକ୍ଷକ ଓ ଅଣ-ଶିକ୍ଷକ କାମ ଆରମ୍ଭ କରିବେ ।

ଜୁଲାଇ ୨୪ ସୁଦ୍ଧା ସରିବ +୩ ଶେଷ ସେମିଷ୍ଟାର ପରୀକ୍ଷା; ଅଗଷ୍ଟ ୨୦ ସୁଦ୍ଧା ସରିବ ପିଜି ପରୀକ୍ଷା
ଭିଡିଓ କନଫରେନ୍ସିଂରେ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ କଥା ହେଉଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜୁଲାଇ ୨୪ ତାରିଖ ସୁଦ୍ଧା +୩ ଶେଷ ବର୍ଷ ପରୀକ୍ଷା ସାରିବାକୁ ଓ ଅଗଷ୍ଟ ୨୦ ତାରିଖ ସୁଦ୍ଧା ପିଜି ଶେଷ ବର୍ଷର ସେମିଷ୍ଟାର ପରୀକ୍ଷା ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଏହି ପରୀକ୍ଷାଗୁଡ଼ିକ ଜୁନ୍‌ ୨୦ ତାରିଖ ପରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ଆଜି ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ସେ ନିଜେ, ସଚିବ ଶାଶ୍ୱତ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ ।

ଏହି ବୈଠକରେ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲା ଯୋଗୁଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆସିଥିବା ଅସୁବିଧାଗୁଡ଼ିକ ବିଷୟରେ ପୁଙ୍‌ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପରୀକ୍ଷା ତାରିଖ ନିର୍ଦ୍ଧାରଣ, ଖାତା ମୂଲ୍ୟାଙ୍କନ, ଫଳ ପ୍ରକାଶ, କଲେଜରେ ନାମ ଲେଖା ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ଏହା ସହ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବରରୁ ପିଜି ପାଠପଢ଼ା ଆରମ୍ଭ ହେବ । ଗୁରୁବାର (ମେ ୭) ଠାରୁ ବିଶ୍ବବିଦ୍ୟାଳୟ ଓ ଅଟୋନମସ କଲେଜଗୁଡ଼ିକର ଅଫିସ ଚାଲିବ ବୋଲି ନିଷ୍ପତ୍ତି ହୋଇଛି ।

ଅନଲାଇନ୍ ବା ଇ-ଲର୍ଣ୍ଣିଂ ଶିକ୍ଷାଦାନ ପାଇଁ ମଧ୍ୟ ଏକ କମିଟି ଗଠନ ହୋଇଛି ଯାହା ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ସେହି ପରି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂ ଶାସିତ ମହାବିଦ୍ୟାଳୟଗୁଡିକରେ ପ୍ରଶାସନିକ କାର୍ଯ୍ୟ ପାଇଁ ଏକ ତୃତୀୟାଂଶ ଶିକ୍ଷକ ଓ ଅଣ-ଶିକ୍ଷକ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରଙ୍କ କୋଭିଡ଼-୧୯ ଗାଇଡ଼ଲାଇନ ଅନୁସାରେ ଏ ସମସ୍ତ ନିଷ୍ପତି ନିଆଯାଇଛି‌‌ । ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଆଲୋଚନା ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ।
First published: May 6, 2020, 9:00 PM IST
corona virus btn
corona virus btn
Loading