ଉଚ୍ଚ ଶିକ୍ଷା ସ୍ୱାଭାବିକ ହେବ; ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ୩ ଓ PG ପ୍ରଥମ ବର୍ଷ ପାଠପଢ଼ା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଘୋଷଣା ଅନୁଯାୟୀ ନଭେମ୍ବର ୧ରୁ ଆରମ୍ଭ ହେବ ଅଣ୍ଡରଗ୍ରାଜୁଏଟ ଓ ପୋଷ୍ଟଗ୍ରାଜୁଏଟ କ୍ଲାସ । ଓଡ଼ିଶାରେ ମଧ୍ୟ ସ୍ନାତକ ଓ ସ୍ନାତକତ୍ତୋର ପାଠ ପଢ଼ା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ଉଚ୍ଚ ଶିକ୍ଷା ସ୍ୱାଭାବିକ ହେବ; ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ୩ ଓ PG ପ୍ରଥମ ବର୍ଷ ପାଠପଢ଼ା
ଭୁବନେଶ୍ୱରର ଏକ କଲେଜରେ ନାମଲେଖା ପାଇଁ ପ୍ରସ୍ତୁତ ହେଉଛନ୍ତି କିଛି ଛାତ୍ରଛାତ୍ରୀ ।
  • News18 Odia
  • Last Updated: September 22, 2020, 8:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷା ବିଭାଗରେ ନାମଲେଖା ପାଇଁ ଫର୍ମ ପୂରଣ କରିବାର ଆଜି ଶେଷ ତାରିଖ ହୋଇଥିବା ବେଳେ କରୋନା ମହାମାରୀ ସମୟରେ ଅନିଶ୍ଚିତତା ଦୂର କରି ଏକ ବଡ଼ ଖବର ଆସିଛି । ନଭେମ୍ବର ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି ।

ନଭେମ୍ବର ୧ ତାରିଖରୁ ଯୁକ୍ତ ୩ ଓ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଆରମ୍ଭ ହେବ। ତେଣୁ ନାମଲେଖା ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ୟୁଜିସି ଏ ସମ୍ପର୍କରେ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଘୋଷଣା ଅନୁଯାୟୀ ନଭେମ୍ବର ୧ରୁ ଆରମ୍ଭ ହେବ ଅଣ୍ଡରଗ୍ରାଜୁଏଟ ଓ ପୋଷ୍ଟଗ୍ରାଜୁଏଟ କ୍ଲାସ । ଅକ୍ଟୋବର ୩୧ ସୁଦ୍ଧା ଶେଷ ହେବ ନାମଲେଖା ପ୍ରକ୍ରିୟା । ନିୟମ ଅନୁସାରେ ଯୁଜି ଓ ପିଜିରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅକ୍ଟୋବର ୩୧ ସୁଦ୍ଧା ନାମ ଲେଖାଇ ପାରିବେ । ଏହା ପରେ ନଭେମ୍ବର ୧ରୁ ଆରମ୍ଭ ହେବ ପାଠପଢ଼ା ।



୨୦୨୦-୨୧ ଶିକ୍ଷା ବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ନାଁ ଲେଖାଇବେ, ସେମାନଙ୍କ ପାଇଁ ୨୦୨୧ ମାର୍ଚ୍ଚ ୮ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମ ସେମିଷ୍ଟାର ପରୀକ୍ଷା କରାଯିବ । ଦ୍ବିତୀୟ ସେମିଷ୍ଟାର ୨୨ ଅଗଷ୍ଟ ୨୦୨୧ ରୁ ୨୯ ଅଗଷ୍ଟ ୨୦୨୧ ମଧ୍ୟରେ ହେବ । ଏହା ସହ ୩୦ ଅଗଷ୍ଟ ୨୦୨୧ ରୁ ୨୦୨୧-୨୨ ଶିକ୍ଷା ବର୍ଷ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶାନାମାକୁ ସ୍ବାଗତ କରିଛନ୍ତି ଓଡ଼ିଶାର ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ।

ଓଡ଼ିଶାରେ ମଧ୍ୟ ସ୍ନାତକ ଓ ସ୍ନାତକତ୍ତୋର ପାଠ ପଢ଼ା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ନାମଲେଖା ପାଇଁ ଫର୍ମ ପୂରଣ କରିବାର ଆଜି ଶେଷ ତାରିଖ । ଆସନ୍ତା ୨୮ ତାରିଖରେ ପ୍ରକାଶ ପାଇବ କଟ୍‌-ଅଫ୍‌ ମାର୍କ । ୨୯ରୁ ଅକ୍ଟୋବର ୨ ମଧ୍ୟରେ ହେବ ନାମଲେଖା । ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଅକ୍ଟୋବର ୮ ରୁ ୧୦ ମଧ୍ୟରେ ହେବ ।

ସାମାଜିକ ଦୂରତାର ନିୟମ ମାନି ନାମଲେଖା ପ୍ରକ୍ରିୟା ଚାଲିଛି ।


‘‘କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଆମେ ପ୍ରସ୍ତୁତ ଅଛୁ । ନଭେମ୍ବର ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହୋଇଯିବ । ନଭେମ୍ବର ୧୩ରେ ପ୍ରକାଶ ପାଇବ ଫାଇନାଲ ସ୍ତୁଡେଣ୍ଟ ଲିଷ୍ଟ। ତେଣୁ କୌଣସି ଅସୁବିଧା ହେବ ନାହିଁ,’’ କହିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଆଡ଼ମିଶନ ଇନଚାର୍ଜ ମିହିର କୁମାର ଦାଶ ।

ରାଜ୍ୟରେ ଯୁକ୍ତ-୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢାଯାଇଛି । ୨୬ ତାରିଖ ବଦଳରେ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା । ଏହା ସହ କୋଭିଡ କଟକଣା ଅନୁପାଳନର ତଦାରଖ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ଼ କଟକଣା ଓ ଗାଇଡ଼ଲାଇନ ଅନୁଯାୟୀ ନାମଲେଖା ହେଉଛି ନା ନାହିଁ ତାହା ତଦାରଖ କରିବେ ଡିଇଓମାନେ । ପୂର୍ବରୁ ୨୬ ତାରିଖ ପର୍ଯ୍ୟନ୍ତ ଏହା କରିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘କିଛି ସ୍କୁଲରେ ଭିଡ଼ ହେଉଥିବା ପରିଲକ୍ଷିତ ହୋଇଛି । ତେଣୁ ଡିଇଓମାନଙ୍କୁ ନିର୍ଦ୍ଦେଶ ରହିଛି କିଭଳି ସୁରକ୍ଷାର ସହ ଆଡ଼ମିଶନ ହେବ ସେଥି ପାଇଁ ସେମାନେ କୌଣସି ସମୟରେ ସ୍କୁଲଗୁଡିକୁ ଯାଇ ଆଡ଼ମିଶନ ପ୍ରକ୍ରିୟାକୁ ତଦାରଖ କରିବେ,’’ କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା ।



ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା କରୋନା ମହାମାରୀ ଯୋଗୁଁ ସବୁ ଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ଧୀରେ ଧୀରେ ଏହା ଟ୍ରାକକୁ ଫେରୁଛି । ଗତ କାଲି ୧୨ଟି ରାଜ୍ୟ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମୋଦନ ଦେଇଛନ୍ତି । ଏବେ ଉଚ୍ଚ ଶିକ୍ଷା ପ୍ରକ୍ରିୟାକୁ ପୁଣି ସ୍ୱାଭାବିକ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର ।
Published by: Anand Shankar Thankur Das
First published: September 22, 2020, 8:26 PM IST
corona virus btn
corona virus btn
Loading