ଯୁକ୍ତ-୩ ନାମଲେଖା ଏଥର କେବଳ ଅନଲାଇନ୍ ମାଧ୍ୟମରେ ଓ ଗୋଟିଏ ପର୍ଯ୍ୟାୟରେ ହେବ

ଉଚ୍ଚ ଶିକ୍ଷା ବିଭାଗ ଚଳିତ ବର୍ଷ ଅଫଳାଇନ ମାଧ୍ୟମରେ କୌଣସି ପ୍ରକାର ଆଡ଼ମିଶନ୍ ଓ ଫି ସଂଗ୍ରହ ନ କରିବାକୁ ସବୁ କଲେଜ୍‌ ଓ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ଅଟୋ ସ୍ଲାଇଡ୍-ଅପ୍ ସୁବିଧା ରଖାଯାଇ ନାହିଁ ।

ଯୁକ୍ତ-୩ ନାମଲେଖା ଏଥର କେବଳ ଅନଲାଇନ୍ ମାଧ୍ୟମରେ ଓ ଗୋଟିଏ ପର୍ଯ୍ୟାୟରେ ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 1, 2020, 9:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ପରୀକ୍ଷା ଓ ଫଳ ପ୍ରକାଶ ସବୁ କିଛି ବିଳମ୍ବରେ ହୋଇଛି ଏ ଥର। ଯୁକ୍ତ-୨ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଯୁକ୍ତ-୩ ନାମଲେଖା ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ଫଳ ପ୍ରକାଶ ପରେ ତୁରନ୍ତ ଆଡ଼ମିଶନ ପ୍ରକ୍ରିୟାକୁ ତ୍ୱରିତ ଓ ସହଜସାଧ୍ୟ କରିବା ପାଇଁ ଏହି ନିୟମାବଳୀ ଆସିଛି ।

ଏଥର କେବଳ ଅନଲାଇନ ମାଧ୍ୟମରେ ଓ ଗୋଟିଏ ପର୍ଯ୍ୟାୟରେ ହେବ ନାମଲେଖା । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡରେ ଆଡ଼ମିଶନ ହେବ – ପ୍ରଥମ, ଦ୍ଵିତୀୟ ଓ ସ୍ପଟ ଆଡ଼ମିଶନ। ସାମ୍ସ (SAMS) ପୋର୍ଟାଲରେ ହିଁ ହେବ ନାମଲେଖା । ତେଣୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ସାମସ ପୋର୍ଟାଲରେ ପଞ୍ଜିକରଣ କରି ଅନଲାଇନରେ ଫର୍ମ ପୂରଣ କରିବାକୁ ହେବ । ନାମଲେଖା ପାଇଁ ବ୍ୟବହାର କରୁଥିବା ଫୋନ ନମ୍ବର ଓ ଇ ମେଲ ଆଇଡ଼ି ଦେବାକୁ ହେବ । ନିଜର ସ୍ୱତନ୍ତ୍ର ଲଗ୍‌-ଇନ ଆଇଡି ଜରିଆରେ ହେବ ନାମଲେଖା ।

ଏହି ମେଲ୍‌ ଆଇଡି ଜରିଆରେ ଆଡ଼ମିଶନର ସମସ୍ତ ତଥ୍ୟ ପାଇ ପାରିବେ ଛାତ୍ରଛାତ୍ରୀମାନେ । ସାମ୍ସ ସୋସାଇଟି ଜରିଆରେ ଅନଲାଇନ ମାଧ୍ୟମରେ ନାମଲେଖା ସମୟରେ ଆଦାୟ ହେବ ଫି । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ବିଧିବଦ୍ଧ ଚିଠି କରିବା ସହ ସବୁ ମହାବିଦ୍ୟାଳୟକୁ ନିଜ ନିଜ ତଥ୍ୟ ଦେବାକୁ କହିଛି ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ


ବିଭାଗସ୍ତରୀୟ ଆଡମିଶନ ପାଇଁ ଫି ତାଲିକା ଦାଖଲ କରିବାକୁ ମହାବିଦ୍ୟାଳୟ ଓ ସେଲ୍ଫଫାଇନାନ୍ସିଂ କଲେଜଗୁଡିକୁ କୁହାଯାଇଛି । କମନ ଆପ୍ଲିକେସନ ଫର୍ମ ଓ କାଫ ଆବେଦନ ପାଇଁ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ଫି ୨୦୦ ଟଙ୍କା ରହିଛି। ଦିବ୍ୟାଙ୍ଗ ଓ ଟିଜି ମାନଙ୍କୁ ଏଥିରୁ ବାଦ ଦିଆଯାଇଛି ।

ଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ

ଏହା ବି ପଢ଼ନ୍ତୁ:  ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଉଚ୍ଚ ଶିକ୍ଷା ବିଭାଗ ଚଳିତ ବର୍ଷ ଅଫଳାଇନ ମାଧ୍ୟମରେ କୌଣସି ପ୍ରକାର ଆଡ଼ମିଶନ୍‌ ଓ ଫି ସଂଗ୍ରହ ନ କରିବାକୁ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ଅଟୋ ସ୍ଲାଇଡ୍‌-ଅପ୍‌ ସୁବିଧା ରଖାଯାଇ ନାହିଁ । ପ୍ରଥମ ପର୍ଯ୍ୟାୟ ସିଲେକ୍ସନ ବା ନାମଲେଖା ପରେ ଛାତ୍ରଛାତ୍ରୀମାନେ ନିଜ ଆଇଡିରୁ ସ୍ଲାଇଡ୍‌-ଅପ୍‌ ପାଇଁ ଆବେଦନ କରିବେ। ମେରିଟ ଆଧାରରେ ତାଙ୍କର ନାମଲେଖା ହେବ। ତେଣୁ ଟ୍ରାନ୍ସଫର ସାର୍ଟିଫିକେଟ ଓ ମନି ଟ୍ରାନ୍ସଫର ସବୁ ଅନଲାଇନ ଜରିଆରେ ହେବ ।



ଉଚ୍ଚ ଶିକ୍ଷା ବିଭାଗ ଯୁକ୍ତ-୩ ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସତ, କିନ୍ତୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଯୁକ୍ତ-୨ ଫଳ ପ୍ରକାଶ ନ ପାଇବା ଛାତ୍ରଛାତ୍ରୀଙ୍କ ଅସନ୍ତୋଷକୁ ବଢ଼େଇଛି । ଗଣ ଶିକ୍ଷା ମନ୍ତ୍ରୀ ନିଜେ କହିଛନ୍ତି ଯେ ଯୁକ୍ତ-୨ ଫଳ ପ୍ରକାଶରେ ବିଳମ୍ବ ହେବ । ଅଗଷ୍ଟ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ବିଜ୍ଞାନ ଏବଂ ଶେଷ ସପ୍ତାହରେ କଳାର ରେଜଲ୍ଟ ପ୍ରକାଶ କରାଯିବ ।
Published by: Anand Shankar Thankur Das
First published: August 1, 2020, 9:26 PM IST
corona virus btn
corona virus btn
Loading