ଆରମ୍ଭ ହେଲା ଯୁକ୍ତ-୨ ଅଫଲାଇନ୍ ମୂଲ୍ୟାୟନ; ପ୍ରଥମ ଦିନ ୧୭ଟି କେନ୍ଦ୍ରରେ ଖାତା ଦେଖାଗଲା

ରାଜ୍ୟର ବିଭିନ୍ନ କଲେଜ ବର୍ତ୍ତମାନ ସଙ୍ଗରୋଧ କେନ୍ଦ୍ର ଭାବେ ନିୟୋଜିତ ରହିଛି । ବର୍ତ୍ତମାନ ସୁଦ୍ଧା ସବୁ ୫୬ଟି କେନ୍ଦ୍ର ଖାତା ଦେଖା ପାଇଁ ଉପଲବ୍ଧ ହୋଇପାରି ନାହିଁ ।

ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେଉଛି ।

ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେଉଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ-୨ ଅଫଲାଇନ୍ ଖାତାଦେଖା । ଏଥି ପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୧,୦୦୦ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି । ପ୍ରଥମେ କଳା ବିଭାଗର ଖାତା ମୂଲ୍ୟାୟନ ହେଉଥିବା ବେଳେ ପରେ ଧନ୍ଦାମୂଳକ ଶିକ୍ଷାର ଖାତା ମୂଲ୍ୟାୟନ କରାଯିବ । ତେବେ ୫୬ଟି ମୂଲ୍ୟାଙ୍କନ କେନ୍ଦ୍ରରୁ ଆଜି ମାତ୍ର ୧୭ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହୋଇଛି । ଆଗାମୀ ଦିନରେ ଅନ୍ୟ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ କରାଯିବା ନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି |

‘‘ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସଙ୍ଗରୋଧ କେନ୍ଦ୍ର ଭାବେ ନିୟୋଜିତ ରହିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ କେନ୍ଦ୍ର ଆମକୁ ହସ୍ତାନ୍ତର ହୋଇନାହିଁ । ଫଳରେ ଖାତା ଦେଖା ଆରମ୍ଭ ହୋଇନାହିଁ। ଖୁବ ଶୀଘ୍ର ସେଗୁଡିକୁ ସାନିଟାଇଜ କରି ସବୁ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ,’’ ସିଏଚଏସଇ (CHSE) ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ।

ମୂଲ୍ୟାୟନ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ଚେକ ଓ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ବିଶୋଧନକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖାତା ଦେଖିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଆରମ୍ଭ ହୋଇଥିବା ୧୭ଟି ମୂଲ୍ୟାଙ୍କନ କେନ୍ଦ୍ରରୁ ଭୁବନେଶ୍ୱର ରେ ୫ଟି କେନ୍ଦ୍ର ରହିଛି ।


‘‘ଆଜି ପ୍ରଥମ ଦିନରେ ଅଧ୍ୟାପକ କମ ରହିଛନ୍ତି । ଯିଏ ବି ଆସୁଛନ୍ତି ପ୍ରଥମେ ତାଙ୍କର ଥର୍ମାଲ ଚେକ ପରେ ହାତ ସାନିଟାଇଜ କରାଯାଇ ଭିତରକୁ ପ୍ରବେଶ କରିବାକୁ ଦିଆ ଯାଉଛି,’’ କହିଛନ୍ତି ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲ ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି।"

୧୭ଟି ମୂଲ୍ୟାଙ୍କନ କେନ୍ଦ୍ରରୁ ଭୁବନେଶ୍ୱର ରେ ୫ଟି କେନ୍ଦ୍ର ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ହିଁ ଆରମ୍ଭ ହୋଇପାରିଛି ଖାତା ଦେଖା । ଅନ୍ୟ ସବୁ କେନ୍ଦ୍ରରେ ଅଧ୍ୟାପକମାନଙ୍କର ରେଜିଷ୍ଟ୍ରେସନ କରି ଛଡ଼ା ଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସିଏଚଏସଇ କେନ୍ଦ୍ରରୁ ମାଟେରିଆଲ ଆସି ପହଞ୍ଚିଥିବାରୁ ଆଜି ଆରମ୍ଭ ହୋଇ ପାରିନଥିବା କେନ୍ଦ୍ର ସୁପରିନଟେଣ୍ଡେଣ୍ଟ୍‌ କହିଛନ୍ତି।

‘‘ମହର୍ଷି କଲେଜରେ ଖାତା ଦେଖା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଆଜି ଖାତା ଓ ପ୍ରଶ୍ନ ପତ୍ର ସେଟିଂ କରାଯାଇ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତା କାଲି ଠାରୁ ଖାତା ଦେଖା ଆରମ୍ଭ କରିବୁ,’’ ମହର୍ଷି କଲେଜ ଅଧ୍ୟକ୍ଷ ବିଜୟ କୁମାର ପରିଡା କହିଛନ୍ତି ।

ସେହି ଭଳି କେନ୍ଦ୍ରକୁ ଖାତା ଦେଖିବାକୁ ଆସୁଥିବା ଅଧ୍ୟାପକ ଅଧ୍ୟାପିକାମାନେ ସାମାନ୍ୟ ଭୟଭୀତ ଥିବା ପରିଲକ୍ଷିତ ହୋଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସ୍ୱାର୍ଥ ପାଇଁ ଏ ମାହାମାରୀ ସମୟରେ ଘରୁ ବାହାରିଛନ୍ତି ବୋଲି ସେମାନେ କହିଛନ୍ତି ।

ଜୁନ ୧ରୁ ଯୁକ୍ତ-୨ର ଅନଲାଇନ ମୂଲ୍ୟାୟନ ଆରମ୍ଭ ହୋଇଛି । ୩୭ଟି କେନ୍ଦ୍ରରେ ୪୦୦ ଅଧ୍ୟାପକ ଅଧ୍ୟାପିକା ନିୟୋଜିତ ହୋଇ ଖାତା ମୂଲ୍ୟାୟନ କରୁଛନ୍ତି ।

ଏହା ବି ପଢ଼ନ୍ତୁ: 

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published:
)}