ଲକଡାଉନ୍ ଯୋଗୁଁ ୪ଟି ଜିଲ୍ଲା ସହ ରାଉରକେଲାର ୩୫ଟି ଜୋନ୍ରେ ବନ୍ଦ ରହିଛି ଯୁକ୍ତ ୨ ଖାତା ଦେଖା
ଯୁକ୍ତ ୨ର ଫଳ ପ୍ରକାଶରେ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି । ସିବିଏସଇ ଫଳ ପ୍ରକାଶ ପାଇ ସାରିଥିବା ବେଳେ ଯୁକ୍ତ ୨ର ଏଭଳି ସ୍ଥିତି ଛାତ୍ରଛାତ୍ରୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଯୁକ୍ତ ୨ର ଫଳ ପ୍ରକାଶରେ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି । ସିବିଏସଇ ଫଳ ପ୍ରକାଶ ପାଇ ସାରିଥିବା ବେଳେ ଯୁକ୍ତ ୨ର ଏଭଳି ସ୍ଥିତି ଛାତ୍ରଛାତ୍ରୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
- News18 Odia
- Last Updated: July 18, 2020, 8:50 PM IST
ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ହେଉ କି ଖାତାଦେଖା, ସବୁଥିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କରୋନା ସକ୍ରମଣ ଯୋଗୁଁ ସବୁ କିଛି ଚାଲିଛି ଅସ୍ୱାଭାବିକ ଭାବେ। ପ୍ରଥମେ ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା ଓ ପରେ ସଂକ୍ରମଣର ଭୟାବହତାକୁ ଦେଖି ଏହାକୁ ସମ୍ପୂର୍ଣ ବାତିଲ କରାଯାଇଥିଲା। ତେବେ ସଠିକ ସମୟରେ ଫଳ ପ୍ରକାଶନ ଉପରେ ଗଣ ଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବାବେଳେ ଏବେ ତାହା ମଧ୍ୟ ଅବ୍ୟବସ୍ଥା ଭିତରେ ଚାଲିଛି। ଏଭଳି ସ୍ଥିତିରେ କେମିତି ଶେଷ ହେବ ଖାତା ଦେଖା ଓ କେବେ ବାହାରିବ ପରୀକ୍ଷା ଫଳ ତାକୁ ନେଇ ଚିନ୍ତା ବଢ଼ିଛି ।
ବର୍ତ୍ତମାନ ରାଜ୍ୟର ୩୭ଟି ଅନଲାଇନ ମୂଲ୍ୟାୟନ କେନ୍ଦ୍ର ଓ ୫୧ଟି ଅଫଳାଇନ କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ୧୦ଟି ଜିଲ୍ଲାରେ ଚାଲିଥିବା ଦୁଇଦିନିଆ ସଟଡାଉନ ଖାତାଦେଖାରେ ବାଧକ ସାଜିଥିଲା। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ନୋଟିସ କରିଛନ୍ତି ଯେ ସଟଡାଉନ ଜିଲ୍ଲା ଗୁଡିକରେ ଶନିବାର ଓ ରବିବାର ଖାତା ଦେଖା ହେବ ।
ଖାତା ଦେଖାରେ ନିୟୋଜିତ ଅଧ୍ୟାପକମାନେ ନିଜର ପରିଚୟପତ୍ର ନେଇ କେନ୍ଦ୍ରକୁ ଯାଇପାରିବେ। କିନ୍ତି ଲକଡାଉନ ଘୋଷଣା ହୋଇଥିବା ଜିଲ୍ଲାଗୁଡ଼ିକରେ ବନ୍ଦ ରହିବ ଖାତାଦେଖା । ଯାହାକୁ ନେଇ ଏବେ ଚିନ୍ତାରେ ଛାତ୍ରଛାତ୍ରୀ । ସିବିଏସଇ ଫଳ ପ୍ରକାଶ ପାଇ ସାରିଥିବାବେଳେ ଯୁକ୍ତ ୨ର ଏଭଳି ସ୍ଥିତି ଛାତ୍ରଛାତ୍ରୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ଚଳିତ ବର୍ଷ ଆଇ ଆଇ ଟି ରେ ନାମଲେଖା ନିୟମକୁ କୋହଳ କରିଛନ୍ତି ସରକାର । ଆଇ ଆଇ ଟି ରେ ନାମଲେଖାଇବା ପାଇଁ ଯୁକ୍ତ ୨ ମାର୍କକୁ ବିଚାରକୁ ନିଆଯିବ ନାହିଁ । କେବଳ ଜେଇଇ ଆଡ଼ଭାନ୍ସଡ଼ ରାଙ୍କ ଅନୁଯାୟୀ ଆଡ଼ମିଶନ ହେବ। ପୂର୍ବରୁ ଆଡ଼ମିଶନ ପାଇଁ ରାଙ୍କ ସାଙ୍ଗକୁ ଯୁକ୍ତ୨ ରେ ୭୫% ମାର୍କ ବାଧ୍ୟତାମୂଳକ ଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।
ୟୁଜିସି ନିୟମାବଳୀ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଏହା ପୂର୍ବରୁ ରେଜଲ୍ଟ ପ୍ରକାଶ ପାଇବା ଜରୁରୀ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି। ଏପରିକି ସିବିଏସଇ ରେଜଲ୍ଟ ପ୍ରକାଶ ପାଇବା ପରେ କିଛି ଘରୋଇ ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ
ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି
ଜୁନ ୧ ତାରିଖରୁ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜ୍ଞାନର ଖାତାଦେଖା ଆଉ ଅଳ୍ପ ବାକି ରହିଛି । ବାକି ରହିଛି କଳା ଓ ବାଣିଜ୍ୟ ବିଭାଗର ଖାତାଦେଖା।