କାଲି ଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ମିଳିବ, ୱେବସାଇଟରୁ ଡାଉନଲୋଡ୍ କରିହେବ

ଯଦି କୌଣସି କାରଣରୁ ଆଡମିଟ୍ କାର୍ଡ଼ ଡାଉନଲୋଡ୍ ନ ହୁଏ, ତେବେ ଛାତ୍ରଛାତ୍ରୀମାନେ ନିଜ କଲେଜକୁ ଆସି ତାହା ସଂଗ୍ରହ କରିପାରିବେ । ଛାତ୍ରଛାତ୍ରୀମାନେ କଲେଜରେ ପ୍ରାକ୍ଟିକାଲ୍ ପେପର୍ ଦାଖଲ କରିବା ପାଇଁ ବି ନିୟମ ଜାରି ହୋଇଛି ।

କାଲି ଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ମିଳିବ, ୱେବସାଇଟରୁ ଡାଉନଲୋଡ୍ କରିହେବ
ଛାତ୍ରଛାତ୍ରୀମାନେ ଜୁଲାଇ ୭ ତାରିଖ ସୁଦ୍ଧା ପ୍ରାକ୍ଟିକାଲ୍ ପେପର୍ ଦାଖଲ କରିବେ। (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ରାଜ୍ୟରେ ବାତିଲ୍‌ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ପ୍ରାକ୍ଟିକାଲ୍‌ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦ ଏକ ଏସ୍‌.ଓ.ପି. (ମାର୍ଗଦର୍ଶିକା) ଜାରି କରିଛି । ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଜୁନ୍‌ ୨୫ ତାରିଖରୁ ସାମ୍ସ ୱେବସାଇଟରୁ ନିଜ ଆଡମିଟ୍‌ କାର୍ଡ଼ ଡାଉନଲୋଡ୍‌ କରିପାରିବେ ବୋଲି ଜଣେଇଛି ପରିଷଦ।

ଯଦି କୌଣସି କାରଣରୁ ଆଡମିଟ୍‌ କାର୍ଡ଼ ଡାଉନଲୋଡ୍‌ ନ ହୁଏ, ତେବେ ଛାତ୍ରଛାତ୍ରୀମାନେ କରୋନା ନିୟମ ମାନି ନିଜ କଲେଜକୁ ଆସି ଏହା ସଂଗ୍ରହ କରିପାରିବେ । ପରୀକ୍ଷାର୍ଥୀମାନଙ୍କୁ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବାକୁ ନିମ୍ନଲିଖିତ ପଦକ୍ଷେପଗୁଡି଼କ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ପ୍ରେମ ପରେ ରେପ୍ ଅଭିଯୋଗ କରିଥିଲେ ଯୁବତୀ; ଯୁବକ ନାବାଳକ ବୋଲି ଜଣାପଡ଼ିଲା; ଜେଲ୍ ଗଲେ ଯୁବତୀ

ପ୍ରଥମେ https://samsodisha.gov.in/Juniorweb.aspx ଲିଙ୍କର ପେଜ୍‌ ଖୋଲି ସେଠାରେ ‘ଡାଉନଲୋଡ୍ ଆଡମିଟ୍ କାର୍ଡ଼’ ଉପରେ କ୍ଲିକ୍ କରନ୍ତୁ । ତା’ ପରେ ନିଜ ଜନ୍ମ ତାରିଖ ଓ ରେଜିଷ୍ଟ୍ରେସନ୍‌ ନମ୍ବର୍‌ ଦିଅନ୍ତୁ, ଆପଣଙ୍କୁ ନିଜ ଆଡମିଟ୍‌ କାର୍ଡ଼ ଦେଖିବାକୁ ମିଳିବ । ଆପଣ ତାକୁ ଡାଉନଲୋଡ୍‌ କରିପାରିବେ ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ଛାତ୍ରଛାତ୍ରୀମାନେ ଜୁଲାଇ ୭ ତାରିଖ ସୁଦ୍ଧା ନିଜ ନିଜ କଲେଜରେ ପ୍ରାକ୍ଟିକାଲ୍‌ ପେପର୍‌ ଦାଖଲ କରିବେ। ଯଦି କୌଣସି କାରଣରୁ ନିଜେ ଯାଇପାରୁନାହାନ୍ତି ତେବେ ନିଜର କଲେଜ ଆଇକାର୍ଡ଼ ଦେଇ ଅନ୍ୟ କାହା ମାଧ୍ୟମରେ ପ୍ରାକ୍ଟିକାଲ୍‌ ପେପର୍‌ ପଠାଇପାରିବେ । ଆଡମିଟ୍‌ କାର୍ଡ଼ ସଂଗ୍ରହ ଓ ପ୍ରାକ୍ଟିକାଲ୍‌ ପେପର ଦାଖଲ ସମୟରେ କୋଭିଡ ନିୟମ ମାନିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | COVID ହୋଇଥିଲା, ଉଚ୍ଚ ଜ୍ୱର ଥିଲା, ତଥାପି ଏହି ଓଡ଼ିଆ IAS ଅଧିକାରୀ ଅମ୍ଳଜାନ ଯୋଗାଉଥିଲେ; ଚାଲିଗଲେ

ପ୍ରାକ୍ଟିକାଲ୍ ରେକର୍ଡ଼ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବା ପାଇଁ ସମୟ ସୀମାକୁ କୋହଳ କରାଯିବ ନାହିଁ । ତେଣୁ ପରୀକ୍ଷାର୍ଥୀମାନେ ଏ ଦିଗରେ ବହୁତ ସତର୍କ ରହିବା ଆବଶ୍ୟକ ବୋଲି ପରିଷଦ କହିଛି । ପୂର୍ବରୁ ବିଫଳ ହୋଇଥିବା ପରୀକ୍ଷାର୍ଥୀମାନେ ନିଜ ମାର୍କସିଟ୍ ଓ ଆଡମିଟ୍ କାର୍ଡ଼ର କପି ଦାଖଲ କରିବା ଆବଶ୍ୟକ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ଉଚ୍ଚ ମାଧ୍ୟମିକ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ଼ ସଂଗ୍ରହ କରିବା ଓ ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ଦେବା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଓର୍‌ (ଏସ୍‌.ଓ.ପି.) ଜାରି କକାଯାଇଛି । ଏହା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚ୍ ପରୀକ୍ଷକଙ୍କ ପାଇଁ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ । ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ଦୁଇ ଘଣ୍ଟା ଅବଧିର ଗୋଟିଏ ବ୍ୟାଚରେ ରଖାଯିବ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

କର୍ମଚାରୀ ଓ ପରୀକ୍ଷାର୍ଥୀଙ୍କ ଦ୍ୱାରା ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିନା ଫେସ୍ ମାସ୍କରେ ସେମାନଙ୍କୁ ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ପାଇଁ ବ୍ୟବସ୍ଥା କରାଯିବ । ଭିଡ଼ ଏଡାଇବା ପାଇଁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ । ପ୍ରତ୍ୟେକ ଷ୍ଟ୍ରିମ୍ ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ଖୋଲାଯିବ ।



ଦୁଇଟି କାଉଣ୍ଟର ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖାଯିବ । ପ୍ରତି ବ୍ୟକ୍ତି ଛଅ ଫୁଟର ସର୍ବନିମ୍ନ ଶାରୀରିକ ଦୂରତା ରଖିବା ନିତାନ୍ତ ଆବଶ୍ୟକ । କ୍ୟାମ୍ପସରେ ଗାଇଡଲାଇନ ତଦାରଖ କରିବା ଲାଗି ଏକ ସ୍କ୍ୱାଡ଼ ଗଠନ କରାଯିବ । ରିପୋର୍ଟ ଦାଖଲ କରିବା ପରେ ପରୀକ୍ଷାର୍ଥୀମାନେ କ୍ୟାମ୍ପସ ଛାଡ଼ିପାରିବେ । କଲେଜ କର୍ତ୍ତୃପକ୍ଷଙ୍କୁ କୋଭିଡ ଗାଇଡ଼ଲାଇନ୍‌ କଡ଼ାକଡ଼ି ପାଳନ କରିବାକୁ ସି.ଏଚ୍‌.ଏସ୍‌.ଇ. ପକ୍ଷରୁ କୁହାଯାଇଛି ।
Published by: Anand ST Das
First published: June 23, 2021, 9:43 PM IST