ଆରମ୍ଭ ହେଲା ଯୁକ୍ତ-୨ ଖାତା ଦେଖା; ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ସାମନାକୁ ଆସିଲା

ସବୁ କେନ୍ଦ୍ର ସାନିଟାଇଜ ହୋଇ ନ ଥିବା ଯୋଗୁଁ କେବଳ ଭୁବନେଶ୍ୱରର ଅଳକାନନ୍ଦା ଓ କଟକ ଲିଙ୍କ ରୋଡ଼ରେ ଏକ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି । ପ୍ରଥମ ଦିନ ହାତଗଣତି ଅଧ୍ୟାପକ ଅଧ୍ୟାପିକା ଆସିଛନ୍ତି ।

ଆରମ୍ଭ ହେଲା ଯୁକ୍ତ-୨ ଖାତା ଦେଖା; ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ସାମନାକୁ ଆସିଲା
ଗୋଟିଏ ଖାତା ଦେଖା କେନ୍ଦ୍ରରେ ସାନିଟାଇଜେସନ୍ କାର୍ଯ୍ୟ ଚାଲିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯୁକ୍ତ-୨ ଖାତା ଦେଖାରେ ଚଳିତ ବର୍ଷ ଅହେତୁକ ବିଳମ୍ବ ହୋଇଥିବା ବେଳେ ଆଜି ଠାରୁ ଇ-ମୁଲ୍ୟାୟନ ଆରମ୍ଭ ହୋଇଛି । ଏଥି ପାଇଁ ମୋଟ ୩୬ଟି ମୂଲ୍ୟାଙ୍କନ କେନ୍ଦ୍ର ରାଜ୍ୟରେ କରାଯାଇଥିବା ବେଳେ ପ୍ରାୟ ୪ ହଜାର ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତ ହୋଇଛନ୍ତି ଖାତାଦେଖିବାକୁ । ତ୍ୱରିତ ଖାତାଦେଖା ପାଇଁ ଦୁଇଟି ସିଫ୍ଟରେ ଖାତା ମୂଲ୍ୟାୟନ କରିବାକୁ କାଉନ୍ସିଲ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଦିନରୁ ହି ଅବ୍ୟବସ୍ଥା ଦେଖଗିବାକୁ ମିଳିଛି ।

କୌଣସି କେନ୍ଦ୍ର ସାନିଟାଇଜ ହୋଇ ନ ଥିବା ଯୋଗୁଁ କେବଳ ଭୁବନେଶ୍ୱରର ଅଳକାନନ୍ଦା ଓ କଟକ ଲିଙ୍କ ରୋଡ଼ ସ୍ଥିତ ଏକ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ଆରମ୍ଭ ହୋଇଛି । ସକାଳ ୭ଟା ୩୦ରୁ ଗୋଟିଏ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗୋଟିଏ ବ୍ୟାଚ ଓ ଅପରାହ୍ଣ ୧ଟା ରୁ ୪ଟା ପର୍ଯ୍ୟନ୍ତ ଦ୍ଵିତୀୟ ବ୍ୟାଚ ଖାତାଦେଖା ହୋଇଥାନ୍ତା । ହେଲେ ପ୍ରଥମ ଦିନରେ ହାତଗଣତି ଅଧ୍ୟାପକ ଅଧ୍ୟାପିକା ଦିନ ୧୧ଟା ରେ ଆସି କେନ୍ଦ୍ରରେ ପହଞ୍ଚିଥିଲେ । ଏହା ପରେ ରେଜିଷ୍ଟ୍ରେସନ ସହ ଆରମ୍ଭ ହୋଇଥିଲା ପ୍ରଶିକ୍ଷଣ ବ୍ୟବସ୍ଥା । ତେବେ ପ୍ରଥମ ଦିନରେ ଇଂରାଜୀ ବିଷୟ ଖାତାଦେଖା ହାତଗଣତି କିଛି ଅଧ୍ୟାପକଙ୍କୁ ନେଇ ହୋଇଛି ।

ପ୍ରଥମ ଦିନ ଦୂରରୁ ଆସୁଥିବା ଅଧ୍ୟାପକ ମାନେ ଶୀଘ୍ର ଆସିପାରି ନ ଥିବା ସଫେଇ ଦେଇଛନ୍ତି । ତେବେ କରୋନା ସଂକ୍ରମଣ ଭୟ ଭିତରେ ନିଜର କର୍ତ୍ତବ୍ୟ କରିବାକୁ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ କୁ ଆଖିରେ ରଖି ଖାତା ଦେଖିବାକୁ ଆସିଥିବା କହିଛନ୍ତି।

ଭୁବନେଶ୍ୱରରେ ଗୋଟିଏ ଖାତା ଦେଖା କେନ୍ଦ୍ର


ଖାତା ମୂଲ୍ୟାୟନ ଆରମ୍ଭ ହେବା ପୂର୍ବରୁ ବିଏମସି ଏବଂ ଅଗ୍ନିଶମ ବିଭାଗ ସାହାଯ୍ୟ ନେଇ ପ୍ରଥମେ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । କେନ୍ଦ୍ରକୁ ଖାତା ଦେଖିବାକୁ ଆସୁଥିବା ସମସ୍ତ ମୂଲ୍ୟାଙ୍କନକାରୀଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରି ବଡି ଟେମ୍ପରେଚର ମପା ଯାଇଥିଲା। ଏହା ପରେ ହ୍ୟାଣ୍ଡ ୱାଶରେ ହାତ ଧୋଇ ଭିତକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ।

‘‘ରାଜ୍ୟରେ ଥିବା ଅନ୍ୟ ମୂଲ୍ୟାଙ୍କନ କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ ସାନିଟାଇଜ ହୋଇନାହିଁ କି ଆମକୁ ହସ୍ତାନ୍ତର ହୋଇପାରିନାହିଁ । ତେଣୁ ଖାତାଦେଖା ଆଜି ମଧ୍ୟ ସମସ୍ତ କେନ୍ଦ୍ରରେ ଆରମ୍ଭ ହୋଇପାରିନାହିଁ। ଆସନ୍ତା ୨ରୁ ୩ ଦିନ ଭିତରେ ସମସ୍ତ କେନ୍ଦ୍ର ରେ ଖାତା ଦେଖା ଆରମ୍ଭ ହୋଇଯିବ। ଆସନ୍ତା ୮ ତାରିଖରୁ ଅଫଳାଇନ ମୂଲ୍ୟାୟନ ମଧ୍ୟ ଆରମ୍ଭ କରାଯିବ,’’ କହିଛନ୍ତି କାଉନ୍ସିଲ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ । ସେଥି ପାଇଁ ପ୍ରସ୍ତୁତି ଚାଲିଛି ଏବଂ ପ୍ରାୟ ୧୧ ହଜାର ମୁଲ୍ୟଙ୍କଣକାରୀ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମୂଲ୍ୟାୟନର ୭୦ ଦିନ ଭିତରେ ଫଳ ପ୍ରକାଶ କରାଯାଇଥାଏ । କିନ୍ତୁ ଯୁକ୍ତ-୨ ର ଆହୁରି ଛଅ ଦିନର ପରୀକ୍ଷା ବାକି ଥିବାରୁ ଜୁଲାଇ ପ୍ରଥମ ସପ୍ତାହ ପରୀକ୍ଷା ହେବା ପରେ ଆମେ ଫଳ ପ୍ରକାଶ କଥା ଚିନ୍ତା କରିବୁ ବୋଲି ସେ କହିଛନ୍ତି ।

ଏଭଳି ପରିସ୍ଥିତିରେ ଅଧ୍ୟାପକମାନଙ୍କ ସ୍ୱାସ୍ଥ୍ୟ ଓ କୋଭି-୧୯ କଟକଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ।

ପ୍ରଥମ ଦିନରୁ ହିଁ ଖାତା ଦେଖାରେ ଏମାତି ଅବ୍ୟବସ୍ଥା ଯୋଗୁଁ ସଠିକ ମୂଲ୍ୟାୟନ ଓ ସମୟରେ ଖାତା ଦେଖା ଶେଷ କରିବା ସହ ଫଳ ପ୍ରକାଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଆଜି ଠାରୁ ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍‌

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 1, 2020, 10:51 PM IST
corona virus btn
corona virus btn
Loading